ଲକ୍ଷ୍ୟରୁ ଦୂରେଇଛି ଜୀବନ୍ତଖାଦ୍ୟ ପ୍ରଜନନ କେନ୍ଦ୍ର

ବାରଙ୍ଗ,୩।୮(ଡି.ଏନ୍‌.ଏ.): ନନ୍ଦନକାନନର ଶେଷଭାଗ ୧ନଂ ଫାଟକ ପାଖରେ ରହିଛି ଜୀବନ୍ତଖାଦ୍ୟ ପ୍ରଜନନ କେନ୍ଦ୍ର। ଏହି କେନ୍ଦ୍ର ଉପରେ ନନ୍ଦନକାନନର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପ୍ରାଣୀ ନିର୍ଭରଶୀଳ। କେନ୍ଦ୍ରରେ ପ୍ରଜନନ କରାଯାଇ ଆବଶ୍ୟକ ଦେଖି ଜୀବନ୍ତଖାଦ୍ୟ ସବୁ ବିଭିନ୍ନ ପ୍ରାଣୀଙ୍କୁ ଖାଇବାକୁ ଦିଆଯାଏ। କିନ୍ତୁ ଏହି କେନ୍ଦ୍ର ଏବେ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇଥିବା ପରିଲକ୍ଷିତ ହେଉଛି। କେନ୍ଦ୍ରକୁ ପରିଚାଳନା ପାଇଁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ ସତ୍ତ୍ୱେ ମୂଳ ଲକ୍ଷ୍ୟ ପୂରଣ ଅଦ୍ୟାବଧି ହୋଇପାରି ନାହିଁ। ଠିକାଦାରମାନଙ୍କ ବେପରୁଆ ମନୋଭାବ ଓ ପ୍ରାଣୀମାନଙ୍କ ଖାଦ୍ୟଯୋଗାଣରେ ଅବହେଳା ଯୋଗୁ କର୍ତ୍ତୃପକ୍ଷ କରିଥିବା ପରିକଳ୍ପନା ସାକାର ହୋଇପାରୁ ନାହିଁି। ଇଚ୍ଛାଶକ୍ତିର ଅଭାବ ଯୋଗୁ ପ୍ରଜନନ କେନ୍ଦ୍ରରେ ଆବଶ୍ୟକତା ମୁତାବକ ପ୍ରଜନନ ହୋଇପାରୁ ନାହିଁ। ଫଳରେ ଆବଶ୍ୟକତା ଦେଖି ଜୀବନ୍ତଖାଦ୍ୟ ବାହାରୁ କିଣା ହୋଇ ପ୍ରାଣୀମାନଙ୍କୁ ଦିଆଯାଉଛି।
ସୂଚନା ଅନୁଯାୟୀ, ନନ୍ଦନକାନନରେ ଥିବା ୨୧୩ ଏନକ୍ଲୋଜରରେ ୧୫୬ ପ୍ରଜାତିର ୩୫୧୮ ପ୍ରାଣୀମାନଙ୍କ ପାଇଁ ଦୈନନ୍ଦିନ ଖାଦ୍ୟର ଆବଶ୍ୟକତା ରହିଛି। ଏହିସବୁ ଖାଦ୍ୟ ନନ୍ଦନକାନନର ଯୋଗାଣ ବିଭାଗ ରେଞ୍ଜ ଅଫିସରଙ୍କ ଦାୟିତ୍ୱରେ ରହିଛି। ଏହାପୂର୍ବରୁ ଖାଦ୍ୟ ପାଇଁ ନନ୍ଦନକାନନ ଠିକାଦାରମାନଙ୍କ ଉପରେ ନିର୍ଭର କରୁଥିଲା। ପରେ ଠିକାଦାରଙ୍କ ଅନିୟମିତତା ଯୋଗୁ ପର୍ଯ୍ୟାୟକ୍ରମେ କିଛିକିଛି ଖାଦ୍ୟ ନିଜ ଦାୟିତ୍ୱରେ ରଖିବାର ଯୋଜନା କରିଥିଲା ନନ୍ଦନକାନନ। ପ୍ରଥମେ ଘାସଫାର୍ମ କରି ତୃଣଭୋଜି ପ୍ରାଣୀମାନଙ୍କୁ ଘାସ ଯୋଗାଇଥିଲା। ଦ୍ୱିତୀୟରେ ହରିଣ ଦାନାକୁ ନିଜେ ଓମଫେଡଠାରୁ କ୍ରୟ କରିଥିଲା। ଏହାପରେ ଧଳାମୂଷା, ବିଲାତିମୂଷା, ଠେକୁଆ, ପୋକ, ଗେଣ୍ଡା, କୁକୁଡାଚିଆଁ, ମାଛଜାଆଁଳ ଆଦି ଖାଦ୍ୟକୁ ମଧ୍ୟ ଠିକଦାରମୁକ୍ତ କରାଇବା ସହ ନିଜେ ଯୋଗାଇବାର ନିଷ୍ପତ୍ତି ନେଇଥିଲା। ଏଥିପାଇଁ ନୂଆକରି ଏକ କେନ୍ଦ୍ରର ପରିକଳ୍ପନା କରାଯିବା ସହ ୮ ଜୁଲାଇ ୨୦୧୫ରେ ନନ୍ଦନକାନନର ଶେଷଭାଗ ୧ନଂ ଫାଟକ ପାଖରେ ଜୀବନ୍ତଖାଦ୍ୟ ପ୍ରଜନନ କେନ୍ଦ୍ର ନିର୍ମାଣ ହୋଇଥିଲେ। କେନ୍ଦ୍ର କିଛି ଦିନ ଚାଲିବା ପରେ ଖର୍ଚ୍ଚ ବେଶି ଓ ସତେଜ ଖାଦ୍ୟ ଦେବାରେ ଅବହେଳା ହେବାରୁ ଉତ୍ପାଦନକୁ କମ କରାଗଲା। କେନ୍ଦ୍ରରେ ୫ଟି ପ୍ରକୋଷ୍ଠ ରହିଥିବାବେଳେ ଛୋଟଛୋଟ ୧୬୦ଟି ବାକ୍ସ ରହିଛି। ଏବେ କେବଳ ପୋକ ଓ ଧଳାମୂଷା ପ୍ରଜଜନରେ ସୀମିତ ରହିଛି। ମାଛଯାଆଁଳ ଓ ଠେକୁଆ ପ୍ରଜନନ ପାଇଁ ଅଦ୍ୟାବଧି ଉଦ୍ୟମ ହୋଇ ନ ଥିବାବେଳେ ବିଲାତିମୂଷା, କୁକୁଡାଚିଆଁ ଓ ଗେଣ୍ଡା ଏବେ କିଣାଯାଉଛି। ବିଶେଷକରି ପେଚା, ଛଞ୍ଚାଣ, ଚିଲ, ବିଭିନ୍ନ ପ୍ରଜାତିର ଫିଜାଣ୍ଟ, ଶାଗୁଣା, ଅସୁସ୍ଥ ପ୍ରାଣୀ ଓ ସାପମାନଙ୍କ ଖାଦ୍ୟ ପାଇଁ ଏହି କେନ୍ଦ୍ର କରାଯାଇଛି। କିନ୍ତୁ କେନ୍ଦ୍ରରେ ପ୍ରଜନନ ପାଇଁ ଉଦ୍ୟମ କରାଯାଉ ନ ଥିବାରୁ ଆବଶ୍ୟକ ଖାଦ୍ୟ ଯୋଗାଣ ବିଭାଗ କିଣିି ଆଣୁଥିବାର ଦେଖିବାକୁ ମିଳିଛି। କିନ୍ତୁ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ନନ୍ଦନକାନନକୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ଏ ବିଷୟରେ କେନ୍ଦ୍ରର ଦାୟିତ୍ୱରେ ଥିବା ରେଞ୍ଜ ଅଫିସର ରଞନ କୁମାର ମହାନ୍ତ କୁହନ୍ତି, ଏଠାରେ କିଛି ପ୍ରଜନନ ହେଉନାହିଁ। ସବୁ କିଣା ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri