Posted inଫୁରସତ

ଲକ୍ଷ୍ନୌରେ ହାଇଟେକ୍‌ ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥା

ଲକ୍ଷ୍ନୌ: ଲକ୍ଷ୍ନୌ ନଗର ନିଗମ(ଏଲ୍‌ଏମ୍‌ସି) ସହରରେ କଠିନ ବର୍ଜ୍ୟ ପରିଚାଳନା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିଛି। ଏଲ୍‌ଏମ୍‌ସି ରେଡ଼ିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍‌(ଆର୍‌ଏଫ୍‌ଆଇଡି)ଟେକ୍ନୋଲୋଜି ମାଧ୍ୟମରେ ବାର୍‌ କୋଡ୍‌ ବ୍ୟବହାର କରାଯାଇ ପ୍ରତ୍ୟେକ ଘରୁ ବର୍ଜ୍ୟ ସଂଗ୍ରହ କରାଯିବ। ପୁଣେ ନଗର ନିଗମରେ ଏଭଳି ବ୍ୟବସ୍ଥା କରାଯାଇଛି । ଏହାପରେ ଲକ୍ଷ୍ନୌରେ ଏହାକୁ ଲାଗୁ କରାଯାଉଛି ବୋଲି କହିଛନ୍ତି ନିଗମର ଅଧ୍ୟକ୍ଷ। ୧୦ ଲକ୍ଷ ଟଙ୍କା ବିନିମୟରେ ପୁଣେର ଏକ ଫାର୍ମରୁ ଏହି ଜ୍ଞାନକୌଶଳ ଅଣାଯାଇଛି। ବାର୍‌ କୋଡ୍‌ରେ ପ୍ରତ୍ୟେକ ଘରର ଜିପିଏସ୍‌ ଲୋକେଶନ୍‌ ରହିବ। ଏହାଦ୍ୱାରା କଣ୍ଟୋ୍ରଲ ରୁମ୍‌ରୁ ସହଜରେ ଏହି ବ୍ୟବସ୍ଥାକୁ ପରିଚାଳନା କରିହେବ। ଏଲ୍‌ଏମ୍‌ସି ପ୍ରଥମେ ଗୀତାପାଲି ଓ୍ବାର୍ଡରୁ ଏହି ସ୍ମାର୍ଟ ବ୍ୟବସ୍ଥା ଆରମ୍ଭ କରିବ। ପ୍ରତ୍ୟେକ ଘର ଆଗରେ ଏକ ବାର୍‌ କୋଡ୍‌ ଲଗାଯିବ। କର୍ମଚାରୀମାନେ ନିୟମିତ ତାଙ୍କ ସ୍ମାର୍ଟଫୋନରେ ସେହି କୋଡ୍‌କୁ ସ୍କାନ କରିବେ। ସ୍କାନ କରିବା କ୍ଷଣି ତାହା ଏଲ୍‌ଏମ୍‌ସରି କଣ୍ଟ୍ରୋଲ ରୁମ୍‌ ସେହି ଘରର ଠିକଣା ଜାଣିପାରିବ। ଏହାପରେ ସଫାଇ କର୍ମଚାରୀମାନେ ଘର ନିକଟରେ ପହଞ୍ଚି ବର୍ଜ୍ୟ ସଂଗ୍ରହ କରିପାରିବ। ଏଲ୍‌ଏମ୍‌ସି ଗୀତାପଲ୍ଲୀର ୪୯,୦୦୦ ଘରେ ବାର୍‌ କୋଡ୍‌ ଲଗାଯାଇ ପ୍ରଥମେ ବର୍ଜ୍ୟ ସଂଗ୍ରହ କରିିବ । ଏହାପରେ ଲକ୍ଷ୍ନୌର ସମସ୍ତ ୧୧୦ ଓ୍ବାର୍ଡରେ ସ୍ମାର୍ଟ ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥା କରାଯିବ । ଏବେ ଏଲ୍‌ଏମ୍‌ସି ସହ ଇକୋଗ୍ରୀନ ନାମକ ଘରୋଇ ସଂସ୍ଥା ପ୍ରତ୍ୟେକ ଘରୁ ବର୍ଜ୍ୟ ସଂଗ୍ରହ କରିବା ଲାଗି ଏହାର ୩୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି। ଯେଉଁ କର୍ମଚାରୀଙ୍କର ସ୍ମାର୍ଟଫୋନ ନାହିଁ ତାଙ୍କୁ ଏଲଏମ୍‌ସି ବି ସ୍ମାର୍ଟଫୋନ ଯୋଗାଇ ଦେଇଛି। ପ୍ରତିଦିନ କାମ ସରିଲା ପରେ ସେମାନଙ୍କଠାରୁ ସୁପର୍‌ଭାଇଜର ଫୋନ ଆଣି ଏଲଏମସିରେ ଜମା ଦେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

ଅଜବ ପ୍ରେମ କାହାଣୀ: ବନ୍ଧୁତା ବଜାୟ ରଖିବାକୁ ନେଲେ ୩ ସାଙ୍ଗ ନେଲେ ଏମିତି ନିଷ୍ପତ୍ତି,ଜାଣିଲେ…

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଯାହାକୁ ଦେଖି ୟୁଜର୍ସମାନେ କହିଛନ୍ତି ୟାକୁ ହିଁ କୁହନ୍ତି ବନ୍ଧୁତା। ଆପଣ ବନ୍ଧୁମାନଙ୍କୁ ବ୍ୟବସାୟରେ…

ଜୀବନରେ ସବୁବେଳେ ଏହି ୪ ପ୍ରକାର ଲୋକଙ୍କଠାରୁ ଦୂରେଇ ରହିବା ଉଚିତ୍‌, ନଚେତ୍‌…

ଚାଣକ୍ୟ ନୀତି ହେଉଛି ଆଚାର୍ଯ୍ୟ କୌଟିଲ୍ୟଙ୍କ କୃତୀ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏହା ଜୀବନର ନୈତିକ ଶିକ୍ଷା, ପ୍ରତ୍ୟେକଙ୍କ ପାଇଁ ଏବଂ…

କୋଣାଦିତ୍ୟରେ ନବ ଆଳତି ପରମ୍ପରା

ପଦ୍ମକ୍ଷେତ୍ର କୋଣାର୍କଠାରେ ଅଭିନବ ଆଳତି ପରମ୍ପରା କଥା ପୂର୍ବ ସଂଖ୍ୟାରେ ଆମେ ଆଲୋଚନା କରିଥିଲେ। ତାହାର ଏକ ଚମତ୍କାର ଦିଗ ରହିଛି। ଭାରତରେ ଅନ୍ୟ କେଉଁ କ୍ଷେତ୍ର…

ପ୍ରବଳ ଝଡ଼ରେ ଟିଣ ସହ ଆକାଶକୁ ଉଡ଼ିଗଲେ ଯୁବକ, ସୁପରମ୍ୟାନଙ୍କ ଭିଡିଓ ଭାଇରାଲ ପରେ…

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ବରେଲିରେ ଏକ ଭୟଙ୍କର ଝଡ଼ ଲୋକଙ୍କ ନିଃଶ୍ୱାସ ହରାଇ ଦେଇଛି। ପ୍ରବଳ ଝଡ଼ବର୍ଷା ମଧ୍ୟରେ ଜଣେ ଯୁବକ ଟିଣ ସେଡ ସହିତ ଆକାଶରେ ଉଡ଼ି…

ହଠାତ୍‌ ଆକାଶରେ ଦେଖାଗଲା ଏକ ରହସ୍ୟମୟ ଆଲୋକ, ଏଲିଅନକୁ ନେଇ ଜୋର୍‌ଦାର ଚର୍ଚ୍ଚା, ସତ୍ୟତା ପ୍ରକାଶ କଲେ ବୈଜ୍ଞାନିକ…

ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଦେଲା, ଯାହା ଏଲିଅନ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହଠାତ୍‌ ଅନ୍ଧାର ରାତିରେ ଆକାଶରେ ଏକ ଚମକଦାର ଆଲୋକ ଦେଖାଗଲା, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri