Posted inଫୁରସତ

ମଥୁରାର ୮ ପଞ୍ଚାୟତରେ ଯୌତୁକ, ଭୋଜି ବନ୍ଦ

ମଥୁରା:  ଦେଶରେ ଯୌତୁକ ନିରୋଧୀ ନିୟମ ଲାଗୁ ହୋଇଛି। ଏହାକୁ ଦୂରକରିବା ପାଇଁ ସାମାଜିକ ସ୍ତରରେ ସ୍ବର ବି ଉଠୁଛି। ଯୌତୁକ ଦେବା ନେବା ଦୋଷାବହ ଓ ଆଇନରେ ଏଥିପାଇଁ ଦଣ୍ଡ ବ୍ୟବସ୍ଥା ରହିଥିଲେ ମଧ୍ୟ ଯୌତୁକ ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ଯେମିତି ଚାଲିବା କଥା ଚାଲିଛି। କିନ୍ତୁ ଉତ୍ତରପ୍ରଦେଶର ମଥୁରା ଅଞ୍ଚଳରେ ୮ ପଞ୍ଚାୟତ ଯୌତୁକ ବରୋଧରେ କଠୋର ନିଷ୍କତ୍ତି ନେଇଛନ୍ତି। ପଞ୍ଚାୟତଗୁଡିକରେ ଏହି ବ୍ୟବସ୍ଥାକୁ ବନ୍ଦ କରିବା ସହ ମଦ ପିଇବା, ଶ୍ରାଦ୍ଧ କିମ୍ବା ମୃତ୍ୟୁ ପରବର୍ତ୍ତୀ କର୍ମାନୁସାରେ ଥିବା ବ୍ୟୟବହୁଳ ଭୋଜି ବ୍ୟବସ୍ଥା ବନ୍ଦ କରିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଟଙ୍କା ଥାଉ କି ନ ଥାଉ ସେହିସବୁ ପଞ୍ଚାୟତଗଡ଼ିକରେ ଲୋକମାନେ କରଜ କରି ଯୌତୁକ ଦେଉଛନ୍ତି କିମ୍ବା ଭୋଜି ଦେବାରେ ବ୍ୟୟ କରୁଛନ୍ତି । କରଜ ଶୁଝିବାରେ ସେମାନଙ୍କୁ ବହୁ ବର୍ଷ ଲାଗିଯାଉଛି। ୮ଟି ପଞ୍ଚାୟତରେ ଏହି କଟକଣା ଲାଗୁ କରାଯିବା ଦ୍ୱାରା ଲୋକମାନଙ୍କ ଉପରେ ଆଉ ଆର୍ଥିକ ବୋଝ ରହିବନି ବୋଲି କହିଛନ୍ତି ସେଠାକାର ଲ୍ୟାଣ୍ଡ୍‌ ଡେଭେଲପ୍‌ମେଣ୍ଟ ବ୍ୟାଙ୍କର ଅଧ୍ୟକ୍ଷ ଚୌଧୁରୀ ଗୋବିନ୍ଦ ସିଂ। ପଞ୍ଚାୟତରେ ଏହି ନିଷ୍ପତ୍ତି ଗ୍ରହଣ କରାଯିବା ପରେ ଏହାକୁ ସ୍ବାଗତ କରି ଅଇମାଲ ପଟ୍ଟିି,ସିଂହ ପଟ୍ଟି,ଶଉଁଖ ଡେହାତ,ଲୋରିହା ପଟ୍ଟି, ନାନୁପଟ୍ଟି ଏବଂ ବଚଗାଁ ଏଥିରେ ସମ୍ମତି ଜଣାଇ ସଙ୍ଗେ ସଙ୍ଗେ ଲାଗୁ କରିଛନ୍ତି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପାଇଁ ପ୍ରତ୍ୟେକ ଗାଁରେ ଏକ ପାଞ୍ଚଜଣିଆ କମଟି ଗଠନ କରାଯିବ ଓ ଏହି କମିଟି ଗ୍ରାମବାସୀଙ୍କ ସହ ଆଲୋଚନା କରି ସାମାଜିକ ସ୍ତରରେ ଥିବା ଏହିି ସମାଜ ବିରୋଧୀ ବ୍ୟବସ୍ଥା ଉପରେ ସଚେତନ କରାଇବ ବୋଲି କହିଛନ୍ତି ଜିଲା ପଞ୍ଚାୟତ ସଦସ୍ୟ ଭରତ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?