Posted inଫୁରସତ

ଲକ୍ଷ୍ନୌରେ ହାଇଟେକ୍‌ ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥା

ଲକ୍ଷ୍ନୌ: ଲକ୍ଷ୍ନୌ ନଗର ନିଗମ(ଏଲ୍‌ଏମ୍‌ସି) ସହରରେ କଠିନ ବର୍ଜ୍ୟ ପରିଚାଳନା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିଛି। ଏଲ୍‌ଏମ୍‌ସି ରେଡ଼ିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍‌(ଆର୍‌ଏଫ୍‌ଆଇଡି)ଟେକ୍ନୋଲୋଜି ମାଧ୍ୟମରେ ବାର୍‌ କୋଡ୍‌ ବ୍ୟବହାର କରାଯାଇ ପ୍ରତ୍ୟେକ ଘରୁ ବର୍ଜ୍ୟ ସଂଗ୍ରହ କରାଯିବ। ପୁଣେ ନଗର ନିଗମରେ ଏଭଳି ବ୍ୟବସ୍ଥା କରାଯାଇଛି । ଏହାପରେ ଲକ୍ଷ୍ନୌରେ ଏହାକୁ ଲାଗୁ କରାଯାଉଛି ବୋଲି କହିଛନ୍ତି ନିଗମର ଅଧ୍ୟକ୍ଷ। ୧୦ ଲକ୍ଷ ଟଙ୍କା ବିନିମୟରେ ପୁଣେର ଏକ ଫାର୍ମରୁ ଏହି ଜ୍ଞାନକୌଶଳ ଅଣାଯାଇଛି। ବାର୍‌ କୋଡ୍‌ରେ ପ୍ରତ୍ୟେକ ଘରର ଜିପିଏସ୍‌ ଲୋକେଶନ୍‌ ରହିବ। ଏହାଦ୍ୱାରା କଣ୍ଟୋ୍ରଲ ରୁମ୍‌ରୁ ସହଜରେ ଏହି ବ୍ୟବସ୍ଥାକୁ ପରିଚାଳନା କରିହେବ। ଏଲ୍‌ଏମ୍‌ସି ପ୍ରଥମେ ଗୀତାପାଲି ଓ୍ବାର୍ଡରୁ ଏହି ସ୍ମାର୍ଟ ବ୍ୟବସ୍ଥା ଆରମ୍ଭ କରିବ। ପ୍ରତ୍ୟେକ ଘର ଆଗରେ ଏକ ବାର୍‌ କୋଡ୍‌ ଲଗାଯିବ। କର୍ମଚାରୀମାନେ ନିୟମିତ ତାଙ୍କ ସ୍ମାର୍ଟଫୋନରେ ସେହି କୋଡ୍‌କୁ ସ୍କାନ କରିବେ। ସ୍କାନ କରିବା କ୍ଷଣି ତାହା ଏଲ୍‌ଏମ୍‌ସରି କଣ୍ଟ୍ରୋଲ ରୁମ୍‌ ସେହି ଘରର ଠିକଣା ଜାଣିପାରିବ। ଏହାପରେ ସଫାଇ କର୍ମଚାରୀମାନେ ଘର ନିକଟରେ ପହଞ୍ଚି ବର୍ଜ୍ୟ ସଂଗ୍ରହ କରିପାରିବ। ଏଲ୍‌ଏମ୍‌ସି ଗୀତାପଲ୍ଲୀର ୪୯,୦୦୦ ଘରେ ବାର୍‌ କୋଡ୍‌ ଲଗାଯାଇ ପ୍ରଥମେ ବର୍ଜ୍ୟ ସଂଗ୍ରହ କରିିବ । ଏହାପରେ ଲକ୍ଷ୍ନୌର ସମସ୍ତ ୧୧୦ ଓ୍ବାର୍ଡରେ ସ୍ମାର୍ଟ ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥା କରାଯିବ । ଏବେ ଏଲ୍‌ଏମ୍‌ସି ସହ ଇକୋଗ୍ରୀନ ନାମକ ଘରୋଇ ସଂସ୍ଥା ପ୍ରତ୍ୟେକ ଘରୁ ବର୍ଜ୍ୟ ସଂଗ୍ରହ କରିବା ଲାଗି ଏହାର ୩୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି। ଯେଉଁ କର୍ମଚାରୀଙ୍କର ସ୍ମାର୍ଟଫୋନ ନାହିଁ ତାଙ୍କୁ ଏଲଏମ୍‌ସି ବି ସ୍ମାର୍ଟଫୋନ ଯୋଗାଇ ଦେଇଛି। ପ୍ରତିଦିନ କାମ ସରିଲା ପରେ ସେମାନଙ୍କଠାରୁ ସୁପର୍‌ଭାଇଜର ଫୋନ ଆଣି ଏଲଏମସିରେ ଜମା ଦେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri