ଲକ୍ଷାଧିକ ଟଙ୍କାର ସାଇଜ୍‌ ଶାଳକାଠ ଜବତ, ଅଭିଯୁକ୍ତ ଫେରାର

ଓଡ଼ଗାଁ,୧ା୨(ସ୍ବ.ପ୍ର.)- ନୟାଗଡ଼ ବନଖଣ୍ଡ ଓ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଶରଧାପୁର ପଞ୍ଚାୟତ ଜିରିପଡା ଗ୍ରାମରୁ ବନ ବିଭାଗ ଶନିବାର ମଧ୍ୟାହ୍ନରେ ବିପୁଳ ପରିମାଣର ମୂଲ୍ୟବାନ ସାଇଜ୍‌ ଶାଳକାଠ ଜବତ କରଛି।

ସୂଚନାନୁଯାୟୀ, ସେହି ଗ୍ରାମର କୈଳାସ ପ୍ରଧାନଙ୍କ ଏକ ନୂତନ ଖୋଲା ଛାତଘର ଉପରେ କେତେକ ସାଇଜ୍‌ ଶାଳକାଠ ମହଜୁଦ ରହିଥିବା ନେଇ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ନାଥ ପଣ୍ଡା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ସମ୍ପୃକ୍ତ ଘର ଉପରେ ସେ ବନଖଣ୍ଡ ଅଧିକାରୀ ଧନରାଜ୍‌ ଧନଧାର ହନୁମନ୍ତେଙ୍କ ନିର୍ଦ୍ଦେଶକ୍ରମେ ମଧ୍ୟାହ୍ନରେ ସଦଳବଳ ଚଢାଉ କରିଥିଲେ। ଚଢ଼ାଉ ସମୟରେ ଅଭିଯୁକ୍ତ କୈଳାସ ଅନୁପସ୍ଥିତ ଥିବା ବେଳେ ବନ ବିଭାଗ କର୍ମଚାରୀମାନେ ଛାତ ଉପରେ ଥିବା ସମସ୍ତ ସାଇଜ୍‌ ଶାଳକାଠ ଜବତ କରି ବନାଞ୍ଚଳ କାର୍ଯ୍ୟାଳୟକୁ ନେଇଥିଲେ। ଅଭିଯୁକ୍ତ ନିକଟସ୍ଥ ଜଙ୍ଗଲରୁ ଚୋରାରେ କାଠ ଆଣି କାଟିବା ପରେ ବ୍ୟବସାୟ ଉଦ୍ଦେଶ୍ୟରେ ଅନ୍ୟତ୍ର ଚାଲାଣ କରୁଥିବା ବିଭାଗୀୟ ଅଧିକାରୀ ଅବଗତ ହୋଇଥିବା ପ୍ରକାଶ କରିଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଜବତ କାଠର ମାପଚୁପ ଚାଲିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ପଣ୍ଡା ସୂଚନା ଦେଇଛନ୍ତି। ତେବେ ଚଢ଼ାଉରେ ପଣ୍ଡାଙ୍କ ସମେତ ସଦର ବନପାଳ ଜ୍ୟୋତିରଞ୍ଜନ ମାନସିଂ, ବାହାଡ଼ାଝୋଲା ବନପାଳ ସରିତା ବରାଳ, ବନପାଳ ଶୁଭେନ୍ଦୁ ପ୍ରସାଦ ନାୟକ, ବନରକ୍ଷୀ ଧରଣୀଧର ନାୟକ, ଅରବିନ୍ଦ ସାହୁଙ୍କ ସମେତ ପାଟ୍ରୋଲିଂ ବନ ସୁରକ୍ଷା ବଳ ସାମିଲ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri