ଲକ୍ଷାଧିକ ଟଙ୍କାର ଶାଳଗଣ୍ଡି ବୋଝେଇ ମିନିଟ୍ରକ୍‌ ଜବତ, ଡ୍ରାଇଭର ଫେରାର

ଓଡ଼ଗାଁ,୫ା୬(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ନାଉଖାଲ ନିକଟରୁ ବନ ବିଭାଗ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଲକ୍ଷାଧିକ ଟଙ୍କା ମୂଲ୍ୟର ଶାଳଗଣ୍ଡି ବୋଝେଇ ମିନି ଟ୍ରକ ଜବତ କରିଛି।
ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ କରଚୁଲି ଜଙ୍ଗଲରୁ ଏକ ଶାଳଗଣ୍ଡି ବୋଝେଇ ମିନିଟ୍ରକ ଆସୁଥିବା ବନ ବିଭାଗ ସୂଚନା ପାଇଥିଲା। ବନପାଳ ଜ୍ୟୋତି ରଞ୍ଜନ ମାନସିଂହ ନୟାଗଡ଼ ସୀମା ୨୧ ନମ୍ବର ରାଜ୍ୟ ରାଜପଥ ନାଉଖାଲ ନିକଟରେ ପାଟ୍ରୋଲିଂ ପାର୍ଟି ସହିତ ପଇଁତରା ମାରୁଥିବା ବେଳେ ଶୁକ୍ରବାର ଭୋର୍‌ରୁ ଏକ ପାଲ ଘୋଡ଼ା ମିନିଟ୍ରକ ଓଡଗାଁ ଅଭିମୁଖେ ଆସୁଥିବା ବେଳେ ଆଗରେ ଗାଡ଼ି ରଖି ଅଟକାଇଥିଲେ। ହେଲେ ଗାଡ଼ି ଚାଳକ ଚକମା ଦେଇ ଖସି ପଳାଇଥିଲା।ବନ କର୍ମଚାରୀ ଗାଡ଼ି ଓ ଶାଳ ଗଣ୍ଡି ଜବତ କରି ରେଞ୍ଜ ଅଫିସକୁ ଆଣିଛନ୍ତି। ସେଥିରେ ୪୯ ଖଣ୍ଡ ଶାଳ ଗଣ୍ଡି ରହିଥିବା ବେଳେ ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନପାଳ ଆକଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବଚ୍ଛ ପୁରୁଷୋତ୍ତମପୁର ଗଢି ତୋଳିବା ଲକ୍ଷ୍ୟ: ସାମୂହିକ ସଫେଇ…

ପୁରୁଷୋତ୍ତମପୁର,୨୬/୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ସ୍ବଚ୍ଛ ସର୍ବେକ୍ଷଣ ଆମ ଗଞ୍ଜାମ,ସ୍ବଚ୍ଛ ଗଞ୍ଜାମରେ ସାମୂହିକ ସଫେଇ କାର୍ଯ୍ୟକ୍ରମ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କ ତତ୍ତ୍ୱାବଧାନରେ…

ଅନିଶ୍ଚିତତା ଘେରରେ ରାମନଗର ଔଷଧୀୟ ନର୍ସରି: ବନ ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନ

ମହାକାଳପଡ଼ା, ୨୬ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ରାମନଗର କାଜୁଜଙ୍ଗଲ ସଫା କରାଯାଇ ୧୨ ଏକର ବାଲିଆ ଜମିରେ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଏକ…

କୋଇଲା ପରିବହନକୁ ବିରୋଧ କରି ରାସ୍ତାରୋକୋ: ବିଧାୟକ-ଗ୍ରାମବାସୀ ଆଲୋଚନା ପରେ…

ରିଆମାଳ,୨୬।୫(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ବୁଢାପାଳ ଓ ପରା ପଞ୍ଚାୟତର ୩ ଗ୍ରାମ ଦେଇ କୋଇଲା ପରିବହନକୁ ବିରୋଧ କରି ତିନି ପଞ୍ଚାୟତର…

ଦେବଗଡରେ କାଳବୈଶାଖୀ ତାଣ୍ଡବ, ଟିଣ ଆଜବେଷ୍ଟ ପଡି କଟିଗଲା ଯୁବକଙ୍କ ହାତ

ଦେବଗଡ,୨୬।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି । ଅନେକ ଲୋକଙ୍କ ଘର ଦ୍ୱାର ଭାଙ୍ଗି ବାସହରା ହୋଇ ପଡିଛନ୍ତି ।…

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ: ପରିବାର ଲୋକେ ଦେଲେ ଚେତାବନୀ

ଭୁବନେଶ୍ୱର/ବାରଙ୍ଗ,୨୬ା୫(ତ୍ରିନାଥ ମହାନ୍ତି/ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ହାଜତରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗରେ ସୋମବାର ରାତିରେ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଚଣ୍ଡୀପ୍ରସାଦ ଗ୍ରାମର ଶତାଧିକ ମହିଳାପୁରୁଷ ରାତିତମାମ…

ବିଳମ୍ବିତ ରାତିରେ ପୁଣି ୨ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସର ଏନ୍‌କାଉଣ୍ଟର

ଵ୍ରହ୍ମପୁର, ୨୬।୫:(ସୁବାସ ଚନ୍ଦ୍ର ପାଢ଼ୀ): ଆଉ ଅପରାଧୀଙ୍କୁ ତ୍ରାହି ନାହିଁ । ଵ୍ରହ୍ମପୁର ପୋଲିସ ବିଗତ କିଛି ଦିନ ହେବ ଅପରାଧୀଙ୍କୁ ଏନକାଉଣ୍ଟର ଜାରି ରଖିଛି ।…

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri