Odisha Elections 2024
Posted inଖେଳ

ରୋନାଲ୍ଡୋଙ୍କ ରେକର୍ଡ ସ୍କୋର

ଫେରାରା,୨୩।୨- କ୍ରିଷ୍ଟିଆନୋ ରୋନାଲ୍ଡୋ ପେସାଦାର ଫୁଟବଲରେ ୧୦୦୦ ମ୍ୟାଚ୍‌ ଖେଳିଛନ୍ତି। ଏହି ମ୍ୟାଚ୍‌ରେ ଗୋଲ ସ୍କୋର କରି ଏହାକୁ ସ୍ମରଣୀୟ କରି ଦେଇଛନ୍ତି। ଚଳିତ ସିରି ଏ’ ଲିଗ୍‌ରେ ଜୁଭେଣ୍ଟସ ପାଇଁ ଖେଳୁଥିବା ରୋନାଲ୍ଡୋଙ୍କ ଏହା କ୍ରମାଗତ ୧୧ତମ ଗୋଲ। ଏଥିଯୋଗୁ ଶୁକ୍ରବାର ଅନୁଷ୍ଠିତ ଲିଗ୍‌ ମ୍ୟାଚ୍‌ରେ ଜୁଭେଣ୍ଟସ ୨-୧ ଗୋଲରେ ଏସ୍‌ପଲକୁ ହରାଇ ଦେଇଛି। ରୋନାଲ୍ଡୋଙ୍କ ଛଡ଼ା ବିଜୟୀ ଦଳ ଲଗି ଆରୋନ ରାମସେ ଗୋଲ ସ୍କୋର କରିଥିଲେ। ଏହି ବିଜୟ ଯୋଗୁ ଜୁଭେଣ୍ଟସ କ୍ରମାଗତ ୯ମ ସିରି ଏ’ ଟାଇଟଲ ହାତେଇବା ନିଶ୍ଚିତ ହୋଇଛି। ଚଳିତ ସିଜନରେ ୩୫ ବର୍ଷୀୟ ରୋନାଲ୍ଡୋଙ୍କ ଏହା ୨୧ତମ ଗୋଲ। ଫଳରେ ସେ ଫାବିଓ କୁଆଗଲିରେଲା ଓ ଗାବ୍ରିଏଲ ବାତିଷ୍ଟୁଟାଙ୍କ କ୍ଲବରେ ସାମିଲ ହୋଇଛନ୍ତି। ଏମାନେ ଲିଗ୍‌ରେ କ୍ରମାଗତ ୧୧ ମ୍ୟାଚ୍‌ରେ ଗୋଲ ଦେଇଛନ୍ତି। ଦେଶ ଓ କ୍ଲବ ସ୍ତରରେ ସେ ଏକ ହଜାର ମ୍ୟାଚ୍‌ ପୂରଣ କରିଛନ୍ତି। ଜାତୀୟ ଦଳ ପର୍ତ୍ତୁଗାଲ ବ୍ୟତୀତ ସ୍ପୋର୍ଟିଂ, ମାଞ୍ଚେଷ୍ଟର ୟୁନାଇଟେଡ୍‌, ରିଅଲ ମାଡ୍ରିଡ୍‌ ଭଳି ପ୍ରମୁଖ ଦଳ ପକ୍ଷରୁ ସେ ଖେଳିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ ଫାଇନାଲ ପୂର୍ବରୁ କାହିଁକି ଦୁଃଖି ହେଲେ ଅନୁଷ୍କା? କ୍ୟାମେରା ସାମ୍ନାରେ ଅଟକାଇ ପାରିଲେନି ଇମୋଶନ

ନୂଆଦିଲ୍ଲୀ,୨୩।୫: ଅନୁଷ୍କା ଶର୍ମା ବଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ, କିନ୍ତୁ ବିଶ୍ୱ ଜାଣନ୍ତି ଯେ ସେ ବିରାଟ କୋହଲିଙ୍କ ସ୍ତ୍ରୀ। ଷ୍ଟାଡିୟମରେ ବିରାଟଙ୍କ ମନୋବଳକୁ କିପରି...

ଏହି ୫ କାରଣରୁ ଏଲିମିନେଟର୍‌ ମ୍ୟାଚ୍‌ ହାରିଗଲା ଆରସିବି

ଅହମ୍ମଦାବାଦ,୨୩।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଆଇପିଏଲ ୨୦୨୪ର ଏଲିମିଟର ମ୍ୟାଚ ହାରିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ...

ଭାରତର କୋଚ୍‌ ହେବାକୁ ସଫାସଫା ମନା କରିଦେଲେ ରିକି ପଣ୍ଟିଂ: ଜାଣନ୍ତୁ ଏହା ପଛରେ କାରଣ

ନୂଆଦିଲ୍ଲୀ,୨୩।୫: ଟି-୨୦ ବିଶ୍ୱକପ ୨୦୨୪ରେ ରାହୁଲ ଦ୍ରାବିଡ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ପଦରୁ ଇସ୍ତଫା ଦେବେ। ବିସିସିଆଇ ଜଣେ ନୂତନ ମୁଖ୍ୟ କୋଚ...

IWF ବିଶ୍ୱ ଯୁବ ଚାମ୍ପିଅନସିପ୍ ୨୦୨୪ରେ ଓଡ଼ିଆ ଝିଅଙ୍କ ଚମକ, ପ୍ରୀତୀସ୍ମିତାଙ୍କୁ ସ୍ୱର୍ଣ୍ଣ, ଜ୍ୟୋତ୍ସ୍ନାଙ୍କୁ ରୌପ୍ୟ

ନୂଆଦିଲ୍ଲୀ, ୨୩।୫: ଗୁରୁବାର ପେରୁ ରାଜଧାନୀ ଲିମାରେ ଅନୁଷ୍ଠିତ ୨୦୨୪ ଆଇଡବ୍ଲ୍ୟୁ ବିଶ୍ୱ ଯୁବ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରୀତୀସ୍ମିତା ଭୋଇ ମହିଳା ୪୦ କିଲୋଗ୍ରାମ ବର୍ଗରେ...

ଲୁହ ଛଳଛଳ ଆଖିରେ ଆଇପିଏଲ୍‌ରୁ ବିଦାୟ ନେଲେ ଏହି ଖେଳାଳି!

ଅହମ୍ମଦାବାଦ୍‌,୨୩।୫: ଆଇପିଏଲ ୨୦୨୪ର ଏଲିମିଟର ମ୍ୟାଚ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ପରାଜୟ ସହିତ...

ଆରସିବି ହାରିବା ଦୁଃଖରେ ଏମିତି କହିଦେଲେ ଏବି ଡି ଭିଲିୟର୍ସ

ଅହମ୍ମଦାବାଦ୍‌,୨୩।୫:ଆଇପିଏଲ ୨୦୨୪ର ଏଲିମିଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ହାରିଛି। ଏହି ପରାଜୟ ସହିତ ପୁଣି ଥରେ ବେଙ୍ଗାଲୁରୁର ପ୍ରଥମ ଟ୍ରଫି...

ଆକ୍ରମଣାତ୍ମକ ଢଙ୍ଗରେ ଜିତି ହୁଏ ନାହିଁ ଟ୍ରଫି, କାହିଁକି ଏମିତି କହିଲେ ସିଏସ୍‌କେର ପୂର୍ବତନ ବ୍ୟାଟ୍ସମ୍ୟାନ୍‌

ଅହମ୍ମଦାବାଦ୍‌,୨୩।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ର ପ୍ରଥମ ଆଇପିଏଲ ଟ୍ରଫି ଜିତିବାର ସ୍ବପ୍ନ ପୁଣି ଅଧୁରା ରହିଯାଇଛି। ଆଇପିଏଲ ୨୦୨୪ର ଏଲିମିଟର ମ୍ୟାଚରେ ବେଙ୍ଗାଲୁରୁ...

ଟିମ ଇଣ୍ଡିଆ ପାଇଁ ହେଡ କୋଚ ମନୋନୟନ ଲାଗି ଘୋଷଣା କଲା ବିସିସିଆଇ, ଜାଣନ୍ତୁ ଶେଷ କୋଚଙ୍କୁ କେତେ ମିଳୁଥିଲା ଦରମା..

ନୂଆଦିଲ୍ଲୀ,୨୩।୫: ଟି -୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆ ଏକ ହେଡ କୋଚ ପାଇପାରେ। ସୂଚନାଯୋଗ୍ୟ, ବିସିସିଆଇ ଅନୁଯାୟୀ, ଖୁବ ଶୀଘ୍ର ଟିମ ଇଣ୍ଡିଆର ପୂର୍ବତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri