ରୋଗ୍‌ ଛଡ଼େଇ ନେଲା କୁଲ୍‌ବୁର୍‌ତି: ସରକାରୀ ସାହାଯ୍‌ ଆଶ୍‌ରେ ରଙ୍କମଣି

ଗଣ୍ଡତୁରୁମ, ୨୯।୧ (ଡି.ଏନ୍‌.ଏ.)- କ୍ୟାନ୍‌ସର ଗୁଟେ ଅମାନ୍‌ତିଆ ରୋଗ୍‌। ଇ ରୋଗ୍‌ ଏହେଦେ ସାରା ଦେଶ୍‌ରେ ଚିନ୍‌ତାର କାରନ୍‌ ପାଲଟିଥିଲାବେଲେ ବରଗଡ଼ ଜିଲା ଇ ତାଲିକାଥି ୨ ନମ୍ବରରେ ରହିଛେ। ଅନେକ୍‌ ରୁଗୀ ଇ ଅମାନ୍‌ତିଆ ରୋଗ୍‌ରେ ଯୁଝି ଯୁଝି ହାରିଯାଉଛନ୍‌। ବରଗଡ଼ ଜିଲାର ଏନ୍‌ତା ଝନେ ରୁଗୀ ଇ ଅମାନ୍‌ତିଆ ରୋଗ୍‌ରେ ପଡ଼ିଥିଲେ। ସେ ଆଗରୁ ତରକି ଚିକିଛା କରେ ଇ ରୋଗ୍‌ରୁ ବରତି ଯାଇଛନ୍‌। ହେଲେ ସେଦିନ୍‌ଠାନୁ ସେ ନିଜର କଉଲିକ୍‌ ବୁରତି ହରେଇଛନ୍‌। ଏନ୍‌ତାଥି ଫିମାସ ଉଷୋକଷା ଖରଚ୍‌ ତୁଲାଲାବେଲେ ତାହାକୁ ଭିଡ଼ ପଡ଼ିଯାଉଛେ ବଲି କହିଛନ୍‌।
ସୂଚନା ଅନ୍‌ସାରେ ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଟିହିକିପାଲି ଗଁାର ରଙ୍କମଣି ମେହେର(୭୪)। ପରିବାର କହେଲେ ମାଏକିନା ସୁମିତ୍ରା(୭୦), ଦୁଇ ପୁଓ ଆର ୩ ଝି’କୁ ନେଇ ତାକର ସଁସାର। ରଙ୍କମଣିକଁର ବାପ୍‌ଅଜା ଅମଲୁ ପାଖାପାଖି ଦେଢ଼ ଏକର ଚାଷ୍‌ଜମି ରହିଛେ। ସେନ୍‌ତା ଜାତିରେ ଭୁଲିଆ ହେଇଥିବାର ଲାଗି ସେ କପ୍‌ଟା ବୁନାବୁନି କାମ୍‌କରି କୁଟୁମ ପୁଷୁଥିଲେ। ହେଲେ ସେ ଅନେକ୍‌ ବଛର ହେଲା ମଧୁମେହ ରୋଗ୍‌ରେ ପୀଡ଼ିତ ଅଛନ୍‌। ଗଲା ୨୦୧୮ ସାଲେ ଚାଷ୍‌ଜମିରେ କାମ୍‌ କଲାବେଲେ ତାକର ଭୁଜନି ହାତର ପାପ୍‌ଲିରେ ଗୁଟେ କଁଟା ଗଡ଼ିଯାଇଥିଲା। ହେଲେ ଘରକେ ଫିରଲା ଉତାରୁ ଦେଖ୍‌ଲେ ଯେ ହାତ୍‌ଟା ବେଂଗ୍‌ ଲେଖଁ ଫୁଲି ଯାଇଛେ। ଘରର ଲୋକ୍‌ ତାହାକୁ ଗଣ୍ଡତୁରୁମ ଡାକ୍‌ତରଖାନାକେ ନେଇ ଚିକିଛା କରାଲେ। ହେଲେ ତାର ଆରଦିନ ପାପ୍‌ଲିର ରଂଗ ଧଲା ହେଇ ବହୁତ୍‌ ଦରଜ୍‌ ହେଇଥିଲା। ଇ ସବୁ ଦେଖି ପରିବାର ଲୋକ୍‌ ଧାରଉଧାର କରି ବୁର୍ଲା ବଡ଼ ଡାକ୍‌ତରଖାନା ନେଇଥିଲେ। ସେଠାନେ ଦିନାକେତେ ରଖି ଚିକିଛା କରାଲେ, ହେଲେ କିଛି ଲାଭ୍‌ ନାଇଁହେଲା। ଏନ୍‌ତାଥି ପରିବାର ଲୋକ୍‌ ଜମିବାଡ଼ି, ଗହନାଗଁାଠି ବଁଧକ୍‌ ପକେଇ ବୁର୍ଲାର ଗୁଟେ ନର୍ସିଂହୋମରେ ତାହାକୁ ଚିକିଛା ଲାଗି ଭରତି କଲେ। ସେଠାନେ ପରୀକ୍ଷା ନିରୀକ୍ଷା ଉତାରୁ ରଙ୍କମଣି କ୍ୟାନ୍‌ସରରେ ପୀଡ଼ିତ ଥିବାର ଜନାପଡ଼ିଥିଲା। ହେଲେ ଚିକିଛା ଲାଗି ଅଧ୍‌କା ଟଁକା ପଏସା ଖରଚ୍‌ ହେବା ଜାନି ପରିବାର ଲୋକ୍‌ ରଙ୍କମଣିକୁଁ ଫେନ୍‌ଘାଏ ବୁର୍ଲା ବଡ଼ ଡାକ୍‌ତରଖାନାରେ ଭରତି କରିଥିଲେ। ସେଠାନେ ଗଲା ଜୁଲାଇ ୨୦ ତାରିଖ ଡାକ୍‌ତର ତାକର ଅପରେଶନ କରି ପାପ୍‌ଲିର ଅଧା କାଟି ଦେଇଥିଲେ। ସେଦିନ୍‌ଠାନୁ ରଙ୍କମଣି ଫିଦିନ୍‌ ଉଷୋକଷା ଖାଏବାର ସଂଗେ ଖାଏଦ୍‌ ପାଏନ୍‌ ଉପରେ ବି ଦୁରୁଷ୍‌ଟି ଦେଉଛନ୍‌। ଏହେଦେ ସେ ଗୁଟେପରକାର ଠିକ୍‌ ଅଛନ୍‌। ହେଲେ ତାକର ଅଧା ପାପ୍‌ଲି କଟିଯିବାର ଲାଗି ଲୁଗାବୁନି ନାଇଁ ପାରବାର। ସରକାରୀ ସାହାଯ୍‌ କହେଲେ ମାସିକ୍‌ ମିଲୁଥିବାର ସରକାରୀ ଚାଉଲ ଆର ୫ଶହ ଟଁକା ଭତା ନ ସାହାଭରସା। ଇଆଡ଼େ କୁଟୁମର ଚିନ୍‌ତା ସେଆଡ଼େ ଉଷୋକଷା ଖରଚ୍‌ ତୁଲାଲା ବେଲେ ବହୁତ୍‌ ଭିଡ଼ ହେଇଯାଉଛେ ବଲି ରଙ୍କମଣି କହିଛନ୍‌। ସେ ଗଣମାଧ୍ୟମ ଜରିଆରେ ସରକାରୀ ସାହାଯ୍‌ ଲାଗି ଜିଲା ପରଶାସନକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri