ରୋଗୀଙ୍କୁ ମିଳୁନି ଚିକତ୍ସା ସେବା

କପ୍ତିପଦା,୨୯ା୭(ଡି଼.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପଯର୍‌ୟସ୍ତ ହୋଇପଡିଛି। ଡାକ୍ତରଙ୍କ ଅଭାବ ସାଙ୍ଗକୁ ପରିଚାଳନାଗତ ଅବ୍ୟବସ୍ଥା କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସବୁବେଳେ ଚର୍ଚ୍ଚାରେ ରଖି ଆସିଛି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ପୋଡ଼ାଡ଼ିହା, ନଛିପୁର, ଶାଳଚୁଆ, କଟୁରିଆ, ଶରତ ଓ କଳମଗଡ଼ିଆରେ ଥିବା ନୂତନ ଓ ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ରରେ ସମ୍ପୂର୍ଣ୍ଣ ଅଚଳାବସ୍ଥା ଲାଗି ରହିଛି। ଏସବୁ ଡାକ୍ତରଖାନାରୁ ଡାକ୍ତରଙ୍କୁ କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ସତ୍ତ୍ୱେ ଏଠାରେ ଶିଶୁ ରୋଗ ବିଶେଷଜ୍ଞ, ଅସ୍ତ୍ରୋପଚାର, ପ୍ରସୂତି ଓ ଭେଷଜ ବିଶେଷଜ୍ଞ ପଦବୀ ଫାଙ୍କା ପଡିଥିବାରୁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସାସେବା ମିଳିପାରୁ ନାହିଁ। ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ଦୂରଦୂରାନ୍ତରକୁ ଯାଇ ଚିକିତ୍ସିତ ହେଉଛନ୍ତି।
କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ପାଇଁ ୧୬ ଶଯ୍ୟା ବିଶିଷ୍ଟ ଅନ୍ତଃବିଭାଗ ରହିଛି। ଏହି ଅଞ୍ଚଳର ଗରିବ ରୋଗୀମାନେ ଜରୁରୀ ଚିକତ୍ସା ଲାଗି ଏଠାକୁ ଆସିଥାନ୍ତି। ବିଭିନ୍ନ ଓ୍ବାର୍ଡରେ ରହୁଥିବା ରୋଗୀଙ୍କୁ ବିଶେଷଜ୍ଞ ଡାକ୍ତର ନ ଥିବାରୁ ଉପଯୁକ୍ତ ଚିକିତ୍ସା ସେବା ମିଳୁନ ଥିବା ଅଭିଯୋଗ ହେଉଥିଲେ ମଧ୍ୟ ସମସ୍ୟାର ପ୍ରତିକାର କରାଯାଉନାହିଁ । ଅନ୍ତଃବିଭାଗ ରୋଗୀଙ୍କୁ ଖାଦ୍ୟ ଯୋଗାଣ ଲାଗି ଆସୁଥିବା ଅନୁଦାନ ବାଟମାରଣା ହେଉଥିବାର ମଧ୍ୟ ଅଭିଯୋଗ ହେଉଛି। ବିଭିନ୍ନ ଓ୍ବାର୍ଡରେ ରହି ଚିକିସତ୍ିତ ହେଉଥିବା ରୋଗୀଙ୍କୁ ପ୍ରତିଦିନ ଖାଦ୍ୟ ଓ ପାନୀୟ ବାବଦରେ ୫୦ଟଙ୍କାର ଖର୍ଚ୍ଚ ବ୍ୟବସ୍ଥା ରହିଛି। କିନ୍ତୁ ରୋଷେଇ ଘର ନ ଥିବାରୁ ଦୀର୍ଘଦିନ ହେବ ରୋଗୀଙ୍କୁ ରନ୍ଧା ଖାଦ୍ୟ ଦିଆଯାଉ ନାହିଁ । ରୋଗୀ କଲ୍ୟାଣ ସମିତିର ନିଷ୍ପତ୍ତିି ଅନୁସାରେ ରୋଗୀଙ୍କୁ ଏବେ ଶୁଖିଲା ଖାଦ୍ୟ ଦିଆଯାଉଛି । ଗତ ୨୨ ତାରିଖଠାରୁ ଦିନକୁ ଥରେ ୧୦ଟଙ୍କା ମୂଲ୍ୟର ଗୋଟିଏ ଗୋଲ ପାଉଁରୁଟି ଓ ୫ଟଙ୍କା ମୂଲ୍ୟର ଏକ ବିସ୍କୁଟ ପ୍ୟାକେଟ ଦିଆଯାଉଥିବା ଚିକିତ୍ସାଧିନ ରୋଗୀ ମାଇନ ମୁର୍ମୁ, ବାସନ୍ତୀ ମାରାଣ୍ଡି, ଶ୍ରୀତମ ବେହେରା ଓ ସୁବାସିନୀ ବେହେରା କହିିଛନ୍ତି। ଏଠାରେ ରୋଷେୟା ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ଦୀର୍ଘ ଦିନ ହେବ ଛୁଟିରେ ଥିବା କୁହାଯାଉଛ। ସ୍ବାସ୍ଥ୍ୟକେନ୍ଦ୍ରର ଏଭଳି ସମସ୍ୟା ସମ୍ପର୍କରେ ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ବ୍ଲକ୍‌ ଚେୟାରମ୍ୟାନ୍‌ ସୁଶିଳା ବାନରାଙ୍କୁ ପଚାରିବାରୁ ସେ କହିଛନ୍ତି ଯଦି ଏପରି ସମସ୍ୟା ହେଉଥାଏ ତେବେ ପରବର୍ତ୍ତୀ ବୈଠକରେ ଏନେଇ ଆଲୋଚନା କରି ସମାଧାନ କରାଯିବ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼. ଉମାକାନ୍ତ ବାସ୍କେଙ୍କୁ ପଚାରିବାରୁ କହିଛନ୍ତି, ରୋଷେୟା ଥିଲେ ବି ରୋଷେଇ ଘର ନ ଥିବାରୁ ରୋଗୀଙ୍କୁ ରନ୍ଧା ଖାଦ୍ୟ ଦିଆ ନ ଯାଇ ଶୁଖିଲା ଖାଦ୍ୟ ଦିଆଯାଉଛି । ଏହି ଖାଦ୍ୟ ଯୋଗାଣରେ ସମସ୍ୟା ହେଉଥିଲେ ସେ ଅନଧ୍ୟାନ କରି ଦେଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri