ବଲାଙ୍ଗୀର, ୧୬ା୧୧(ବୀରେନ୍ଦ୍ର କୁମାର ଝାଙ୍କର)ଫସଲରେ ରୋଗପୋକ ଉପଦ୍ରବ ଯୋଗୁ ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଅନ୍ତର୍ଗତ ବୁବେଲ ଗଁାର ଚାଷୀ ରମେଶ ଭୋଇ(୫୦) ବିଷପିଇ ଆମତ୍ହତ୍ୟା କରିଥିବା ଅଭିଯୋଗ ହୋଇଛି। ରମେଶ ୧୦ଏକର ଜମିରେ ଧାନଚାଷ କରିଥିଲେ। ସେଥିରୁ ପ୍ରାୟ ୭ଏକର ଜମି ଚକଡା ପ୍ରଭାବିତ ହୋଇଥିଲା। ମାଟିଆଗୁଣ୍ଡି ପୋକ ଲାଗିବା ପରେ ତିନିଥର କୀଟନାଶକ ସିଞ୍ଚନ କଲେ ମଧ୍ୟ ରୋଗପୋକ କମି ନ ଥିଲା। ଏଥିରେ ମ୍ରିୟମାଣ ହୋଇ ମଙ୍ଗଳବାର ଅପରାହ୍ନ ୫ଟାରେ ରମେଶ ନିଜ ଚାଷଜମିରେ କୀଟନାଶକ ପିଇ ଦେଇଥିବା ଜଣାପଡିଥିଲା। ରମେଶଙ୍କ ଭାଇ ଏବଂ ଗଁା ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଆଣି ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ରୋଗପୋକ ଉପଦ୍ରବରୁ ଫସଲ ନଷ୍ଟ ହେବା ଏବଂ ପ୍ରାୟ ୫ ଲକ୍ଷ ଟଙ୍କା ଋଣ ଆଣିଥିବା କାରଣରୁ ରମେଶ ବିଷପାନ କରି ଆତ୍ମହତ୍ୟା କରିଥିବା ମୃତଚାଷୀଙ୍କ ଭାଇ ଜୟଭାରତ ଭୋଇ ଏବଂ ଅଶୋକ ଭୋଇ ଅଭିଯୋଗ କରିଛନ୍ତି। ଏ ନେଇ ସେମାନେ ପୁଇଁତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ମୃତଚାଷୀଙ୍କ ସ୍ତ୍ରୀ କ୍ଷୀରୋଦ୍ରୀ ଏବଂ ଦୁଇ ସନ୍ତାନ ଅଛନ୍ତି। ରମେଶଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ବୁଧବାର ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ପରିବାର ବର୍ଗଙ୍କ ଅଭିଯୋଗ ହେଲା ଯେ, ରମେଶଙ୍କ ୧୦ ଏକର ଧାନରୁ ପ୍ରାୟ ୭ ଏକର ଜମି ଚକଡା ପ୍ରଭାବିତ ହୋଇଥିଲେ ମଧ୍ୟ କୌଣସି କୃଷି ଅଧିକାରୀ କିମ୍ବା କର୍ମଚାରୀ ଘଟଣା ସମ୍ପର୍କରେ ଜାଣି ନ ଥିଲେ। ଚାଷୀ ରମେଶ ରୋଗପୋକ ଉପଦ୍ରବରୁ ମୁକ୍ତି ପାଇଁ ବାରମ୍ବାର କୀଟନାଶକ ସିଞ୍ଚନ କରି ଖର୍ଚ୍ଚାନ୍ତ ହୋଇଥିଲେ। ହେଲେ ରୋଗପୋକ ଉପଦ୍ରବ ନ କମିବାରୁ ଶେଷରେ ଆତ୍ମହତ୍ୟା ପନ୍ଥା ବାଛି ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଭଳି ଦୁଃଖଦ ଖବର ପାଇ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଓ ଜିଲା ମୁଖ୍ୟ କୃଷି ଅଧିକାରୀ(ସିଡିଏଓ) ସୁବାସ ଚନ୍ଦ୍ର ବେହେରା ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। କୃଷି ବିଭାଗର କୌଣସି ଅଧିକାରୀ କିମ୍ବା କର୍ମଚାରୀ କ୍ଷେତ୍ର ପରିଦର୍ଶନରେ ଆସୁ ନ ଥିବାରୁ ରୋଗପୋକ ଉପଦ୍ରବ ହେଉଥିଲେ ମଧ୍ୟ କିଛି ଜାଣିପାରୁନାହାନ୍ତି ବୋଲି କହିଥିଲେ। ଏଭଳିକି ଚାଷୀ କୃଷି ବିଶେଷଜ୍ଞ ଏବଂ ଅଧିକାରୀଙ୍କଠାରୁ କୌଣସି ସୁପରାମର୍ଶ ପାଉ ନ ଥିବାରୁ ବଜାରରୁ ଚଢ଼ା ଦରରେ କୀଟନାଶକ ଆଣି ସିଞ୍ଚନ କରିବାକୁ ବାଧ୍ୟ ହେଉଛି ବୋଲି ସେ କହିଥିଲେ। କୃଷି ଅଧିକାରୀଙ୍କ ଅବହେଳାରୁ ଏଭଳି ଦୁଃଖଦ ଘଟଣା ଘଟୁଛି ବୋଲି ବିଧାୟକ ମହାଲିଙ୍ଗ କହିଛନ୍ତି। ମୃତ ଚାଷୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି। ଅନ୍ୟପଟେ ଜିଲା ମୁଖ୍ୟ କୃଷି ଅଧିକାରୀ ବେହେରା ମୃତ ଚାଷୀ ଭୋଇଙ୍କ ଉଜୁଡା କ୍ଷେତକୁ ଯାଇ ପରିଦର୍ଶନ କରିବା ସହ ଏହା ଚକଡା ପ୍ରଭାବିତ ନୁହେଁ ବୋଲି କହିଛନ୍ତି। ଚାଷୀ କୌଣସି କୃଷି ଅଧିକାରୀଙ୍କୁ ତାଙ୍କ ସମସ୍ୟା ଜଣାଇ ନ ଥିଲେ ବୋଲି କହିଛନ୍ତି। କୃଷି ବିଭାଗ ଅବହେଳାକୁ ନେଇ ଗଁା ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକଶ କରିଛନ୍ତି। ଅନ୍ୟପକ୍ଷେ ଘରୋଇ କଳହକୁ ନେଇ ରମେଶ ଆତ୍ମହତ୍ୟା କରିଥିବା ନେଇ ହେଉଥିବା ଚର୍ଚ୍ଚା ଅମୂଳକ ବୋଲି ମୃତଚାଷୀଙ୍କ ଭାଇ ଅଶୋକ ଭୋଇ କହିଛନ୍ତି।
ରାସ୍ତା ନଥିବାରୁ ନାଳ ପାଖରେ ଅଟକିଲା ଆମ୍ବୁଲାନ୍ସ ; ରାତିସାରା ଖୋଲା ଆକାଶ ତଳେ ପଡ଼ିରହିଲା ମୃତଦେହ, ସକାଳେ ୮ କିମି ବୋହିଲେ ଗ୍ରାମବାସୀ
ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): ସ୍ୱାଧୀନତାର ୮୦ ବର୍ଷ ପୂର୍ତ୍ତି ଆଡ଼କୁ ଦେଶ ଆଗେଇ ଚାଲିଥିବା ବେଳେ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଯାତାୟାତ ଓ ସ୍ୱାସ୍ଥ୍ୟସେବାର କରୁଣ ଚିତ୍ର…
ଡକାୟତି କରିବାକୁ ଚେଷ୍ଟା କରୁଥିବା ବେଳେ ମାଡିବସିଲା କୋକସରା ପୋଲିସ, ତାପରେ….
କୋକସରା,୧୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଡକାୟତି କରିବାକୁ ଚେଷ୍ଟା କରୁଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥରୁ ଦୁଇଜଣ ଯୁବକଙ୍କୁ କୋକସରା ପୋଲିସ ଗିରଫ କରିଛି । ଗିରଫ…
ନିଦ ବଟିକା ଖୁଆଇବା ପରେ କରେଣ୍ଟ ଦେଇ ସ୍ବାମୀଙ୍କୁ ହତ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୧୨ା୮: ଦିଲ୍ଲୀର ସଙ୍ଗମ ବିହାରରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଦିଲ୍ଲୀ ପୋଲିସର କହିବାନୁଯାୟୀ, ଏହି…
ମସ୍ତିଷ୍କ ରୋଗରେ ପୀଡ଼ିତ ଶ୍ୟାମଘନ, ଅର୍ଥାଭାବ ନେଇ ଚିନ୍ତାରେ ପରିବାର
କର୍ଲାମୁଣ୍ଡା,୧୨ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଡୁକେରମାଲ ଗ୍ରାମର ଶ୍ୟାମଘନ ସାହୁ(୩୩) ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ ବରଗଡ଼ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ…
ରେଢ଼ାଖୋଲ ବିକାଶ ଓ ଇକୋ ପାର୍କକୁ ଅବହେଳା, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟାର୍ଗେଟ କରି ରୋହିତ ପୂଜାରୀ କହିଲେ ଏମିତି…
ସମ୍ବଲପୁର,୧୨ା୮(ପ୍ରମୋଦ ବହିଦାର): ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣରେ ଅବହେଳାକୁ ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମ୍ବଲପୁର ଜିଲା ସଭାପତି…
ଦିଗପହଣ୍ଡି ସହରକୁ ଦୂଷିତ ପାନୀୟ ଜଳ ଯୋଗାଣକୁ ନେଇ ଜନଅସନ୍ତୋଷ, ଜନସ୍ବାସ୍ଥ୍ୟ ବିଭାଗ କହିଲା….
ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରକୁ ମୌଳାଭଞ୍ଜା ସ୍ଥିତ ଘୋଡ଼ାହାଡ଼ ନଦୀରୁ ସ୍ଥାନୀୟ ଜନସ୍ବାସ୍ଥ୍ୟ ପାନୀୟଜଳ (ପିଏଚଡି) କାର୍ଯ୍ୟାଳୟ ପକ୍ଷରୁ ପାଇପ ଯୋଗେ ପାନୀୟ…
ଭଞ୍ଜନଗରରେ ‘ହର୍ଘର୍ ତ୍ରିରଙ୍ଗା’ ଅଭିଯାନ, ଦେଶପ୍ରେମର ବାର୍ତ୍ତା ନେଇ ଶୋଭାଯାତ୍ରା
ଭଞ୍ଜନଗର,୧୨ା୮(ବାବୁଲା ପ୍ରଧାନ): ସ୍ବାଧୀନତା ଦିବସ ପାଳନ ଅବସରରେ ଭଞ୍ଜନଗର ବ୍ଲକ ଓ ମ୍ୟୁନିସିପାଲିଟି ପକ୍ଷରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଉତ୍ସାହ ଓ ଦେଶପ୍ରେମର ପରିବେଶ ମଧ୍ୟରେ…
ସ୍କୁଟି-ବାଇକ୍ ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ସ୍ତ୍ରୀ ଆଗରେ ସ୍ବାମୀଙ୍କ ମୃତ୍ୟୁ, ଡାଏଲେସିସ ପାଇଁ ଯାଉଥିଲେ
ବଲାଙ୍ଗୀର,୧୨ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଫଟା ବାହାଲରୁ ଯାମୁଟିଆ ଯାଇଥିବା ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍କୁଟି ଓ ବାଇକ୍…
Archives

