ରେଳଧାରଣା କଡରୁ ମିଳିଲା ନବଜାତ ଶିଶୁକନ୍ୟା

ବରଗଡ ଅଫିସ, ୨୨।୧୨: ପୁଣି ଶିଶୁକନ୍ୟା ଅଲୋଡ଼ା ହୋଇପଡିଛି। ବରଗଡ ଜିଲା ପଦ୍ମପୁରସ୍ଥିତ ଏକ ଡ୍ରେନ ଭିତରୁ ଅଖାରେ ଭର୍ତ୍ତି ନବଜାତ ଶିଶୁକନ୍ୟା ଉଦ୍ଧାର ହେବା ଘଟଣାର ଠିକ ୮ଦିନ ପରେ ରବିବାର ସକାଳୁ ବରପାଲି ରେଳଷ୍ଟେଶନ ନିକଟ ଯୋଗିମୁଣ୍ଡା ପାଖ ରେଳ ଧାରଣା କଡରେ ଏକ ବ୍ୟାଗରେ ଭର୍ତ୍ତି ହୋଇଥିବା ଅବସ୍ଥାରେ ଆଉଜଣେ ନବଜାତ ଶିଶୁକନ୍ୟା ଉଦ୍ଧାର ହେବା ଘଟଣା ଏଠାରେ ଆଲୋଡ଼ନ ଖେଳାଇ ଦେଇଛି। ସେହି ବାଟ ଦେଇ ଯାଉଥିବା ଜଣେ ସହୃଦୟ ଲୋକ ବ୍ୟାଗ ଭିତରୁ ଶିଶୁକନ୍ୟାର କାନ୍ଦ ଶୁଣି ସେଥିରୁ ଶିଶୁଟିକୁ ଉଦ୍ଧାର କରି ବରପାଲି ଡାକ୍ତରଖାନାକୁ ଆଣିଥିଲେ। ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଭଲ ଥିବାବେଳେ କିଏ କେଉଁ ପରିସ୍ଥିତିରେ ସେହି ଶିଶୁକନ୍ୟାକୁ ସେଠାରେ ସେଭଳି ଅବସ୍ଥାରେ ପକାଇଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏଠାରେ ପ୍ରକାଶଥାଉକି, ଗତ ୧୪ ତାରିଖରେ ପଦ୍ମପୁରସ୍ଥିତ ଏକ ଡ୍ରେନ ଭିତରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା ଏବେ ବରଗଡ ସହର ଉପକଣ୍ଠ ଅମ୍ବାପାଲିରେ ରହିଥିବା କସ୍ତୁରବା ଗାନ୍ଧୀ ମାତୃ ନିକେତନ ପରିଚାଳିତ ପୋଷ୍ୟ କେନ୍ଦ୍ରରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ସାରା ଜଗତର କଲ୍ୟାଣ ପାଇଁ ହଜାର ହଜାର କିଲୋମିଟର ପଦଯାତ୍ରା କଲେ ଜୈନ ମୁନି, ସଦମାର୍ଗରେ ଚାଲିବାକୁ…

କେସିଙ୍ଗା,,୧୨।୭(ତୁମେଶ୍ୱର ସାହୁ): ଜୈନ ମୁନି ହିମାଂଶୁ ରାଜସ୍ଥାନରୁ ହଜାର ହଜାର କିଲୋମିଟର ପଦ ଯାତ୍ରା କରି ସାତ ଗୋଟି ନିୟମକୁ ଆଧାର କରି କେସିଙ୍ଗାର ରାଇସ ମିଲରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଜାତୀୟସ୍ତରରେ ସମ୍ମାନିତ ହେଲେ ବ୍ରାହ୍ମଣୀଗାଁର ଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି, ୧୨ା୭ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ବ୍ରାହ୍ମଣୀଗାଁ ଅଞ୍ଚଳରର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ା ପୁଣିଥରେ ଜାତୀୟସ୍ତରରେ ସମ୍ବର୍ଦ୍ଧିତ ହୋଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।…

ଭଗ୍ନ ସରକାରୀ କାର୍ଯ୍ୟାଳୟରେ ଖାଲି କଫ ସିରପ ଶିଶି, ଅଞ୍ଚଳବାସୀ କହିଲେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ବ୍ଲକର ଏକ ପରିତ୍ୟକ୍ତ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପରିସରରେ ବହୁ ସଂଖ୍ୟକ କଫ ସିରପର ଖାଲି ଶିଶି ପଡ଼ିଥିବା…

ପୂର୍ବତନ ବିଧାୟକଙ୍କ ଜନ୍ମଜୟନ୍ତୀ ସମାରୋହ

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏକ କଲ୍ୟାଣମଣ୍ଡପରେ ପୂର୍ବତନ ବିଧାୟକ ତଥା ପ୍ରବୀଣ କୃଷକ ନେତା ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri