ରେଳ ଷ୍ଟେଶନରେ ନାଁକୁ ମାତ୍ର ପ୍ଲାଷ୍ଟିକ ବର୍ଜନ ଶପଥ, ବ୍ୟବହାର ହେଉନି କ୍ରସିଂ ମେଶିନ

ଭୁବନେଶ୍ୱର, ୨୨।୯(ବ୍ୟୁରୋ): ଟ୍ରେନ, ଷ୍ଟେଶନ ପରିସର ଓ କାର୍ଯ୍ୟାଳୟରେ ପ୍ଲାଷ୍ଟିକ ବ୍ୟବହାରକୁ ନିଷିଦ୍ଧ କରିଛି ରେଳ ବିଭାଗ। ୨୧ ଅଗଷ୍ଟରେ ରେଲ୍‌ଓ୍ବେ ବୋର୍ଡ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବାବେଳେ କିଛ ଷ୍ଟେଶନକୁ ପ୍ଲାଷ୍ଟିକମୁକ୍ତ ଘୋଷଣା କରାଯାଇଛି। ଆଗକୁ ସମସ୍ତ ଷ୍ଟେଶନରେ ପ୍ଲାଷ୍ଟିକ ପାଣି ବୋତଲ କ୍ରସିଂ ମେଶିନ ଲଗାଇବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ବିଭିନ୍ନ ସମୟରେ ପ୍ଲାଷ୍ଟିକ ବର୍ଜନ ପାଇଁ କର୍ମଚାରୀଙ୍କୁ ଶପଥପାଠ କରାଯାଉଛି। କିନ୍ତୁ ଏଥିପ୍ରତି କେହି ଆଗ୍ରହ ପ୍ରକାଶ କରୁ ନ ଥିବାରୁ ଏହାର କିଛି ବି ସୁଫଳ ମିଳିପାରୁନି। ଅନ୍ୟପକ୍ଷେ ସଚେତନତା ଅଭାବରୁ ଭୁବନେଶ୍ୱର ରେଳ ଷ୍ଟେଶନରେ ଲାଗିଥିବା ପ୍ଲାଷ୍ଟିକ ବୋତଲ କ୍ରସିଂ ମେଶିନ କୌଣସି କାର୍ଯ୍ୟରେ ଆସିପାରୁନି। ଷ୍ଟେଶନରର ପ୍ଲାଟଫର୍ମ ନଂ.୧ ଓ ନଂ. ୬ରେ ଦୁଇଟି କ୍ରସିଂ ମେଶିନ ଲଗାଯାଇଛି। ଏହା କିଛି ଦିନ ପର୍ଯ୍ୟନ୍ତ ଠିକ୍‌ ଚାଲିଥିଲା। ଲୋକଙ୍କୁ ସଚେତନତା ସହ ପ୍ରୋତ୍ସାହିତ କରାଯାଉଥିଲା। କ୍ରସିଂ ମେଶିନରେ ବୋତଲ ପକାଇବା ଲାଗି ଯାତ୍ରୀଙ୍କୁ ଉତ୍ସାହିତ କରିବାକୁ ଯାତ୍ରୀଙ୍କୁ ମୋବାଇଲ ଟକ୍‌ଟାଇମ ମିଳୁଥିଲା। ଏବେ ନା ସଚେତନତା ଅବା ପ୍ରୋତ୍ସାହନ ସବୁକିଛି ବନ୍ଦ। ଏଥିସହ ପ୍ରାୟତଃ ବନ୍ଦ ହୋଇଯାଇଛି ମେଶିନ ବ୍ୟବହାର। କାରଣ ଯାତ୍ରୀମାନେ ଏହି କ୍ରସିଂ ମେଶିନ ବିଷୟରେ ସମ୍ପୂଣ୍ଣ ଅଜଣା ରହିଥିବା ଜାଣିବାକୁ ମିଳିଛି।

ସୂଚନାଯୋଗ୍ୟ, କ୍ରସିଂ ମେଶିନରେ ୨ ଲିଟର ପର୍ଯ୍ୟନ୍ତ ପ୍ଲାଷ୍ଟିକ ବୋତଲ ପକାଇଲେ ତାହା ଗୁଣ୍ଡ ହୋଇଯାଇଥାଏ। ପରେ ଏଥିରୁ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟବହାର ହୋଇପାରୁଥିବା ପ୍ଲାଷ୍ଟିକ ସାମଗ୍ରୀ ଓ ଟି-ଶାର୍ଟ ପ୍ରସ୍ତୁତ କରାଯାଏ। ଭୁବଶ୍ୱେର ରେଳ ଷ୍ଟେଶନର ପ୍ଲାଟଫର୍ମ.୧ରେ ଥିବା ମେଶିନଟି ଅଧିକାଂଶ ସମୟ ଅଚଳ ହୋଇଯାଉଛି। ଗତ ସୋମବାର ମେଶିନ ମରାମତି ହୋଇଥିବାବେଳେ ଶୁକ୍ରବାରଠାରୁ ପୁଣି ଖରାପ ହୋଇଛି। ମେଶିନ ଚାଲୁଛି, କିନ୍ତୁ ବୋତଲ ପକାଇଲେ ଭିତରକୁ ଯାଉନି। ମେଶିନ ଅଚଳ ହୋଇପଡିଥିବା ନେଇ କୋଚିଙ୍ଗ ଡିପୋ ଅଫିସର ସାକ୍ୟ ଆଚାର୍ଯ୍ୟ ଜାଣି ନ ଥିବା କହିବା ସହ ଷ୍ଟେଶନ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି ବୋଲି ସଫେଇ ଦେଇଛନ୍ତି। ସେହିପରି ପ୍ଲାଟଫର୍ମ ନଂ.୬ରେ ଥିବା ମେଶିନ ମଧ୍ୟ ଖରାପ ହୋଇପଡ଼ିଛି। ବୋତଲ ପକାଇବାମାତ୍ରେ ମେଶିନରୁ ଜୋର୍‌ରେ କର୍କଶ ଶବ୍ଦ ବାହାରୁଛି। ଫଳରେ ଯାତ୍ରୀମାନେ ଭୟଭୀତ ହୋଇପଡୁଛନ୍ତି। ଜଣେ ବୋତଲ ପକାଇମାତ୍ରେ ଶବ୍ଦଶୁଣି ଆଖପାଖରେ ଥିବା ଯାତ୍ରୀ କ’ଣ ହେବା ଭାବି ସେଠାକୁ ଦୌଡ଼ୁଥିବା ଦେଖିବାକୁ ମିଳୁଛି। ୬ମାସ ହେବ ମେଶିନଟି ସ୍ଥାପନ ହେବା ସତ୍ତ୍ୱେ ଏଯାଏ ଲୋକେ ଜାଣି ନ ପାରି ପାଣି ଓ ଅନ୍ୟ ବୋତଲ କିମ୍ବା ପ୍ଲାଷ୍ଟିକକୁ ଡଷ୍ଟବିନ୍‌ ଏବଂ ଏଠିସେଠି ଫିଙ୍ଗୁଛନ୍ତି। ଅନ୍ୟପକ୍ଷରେ ୧.୮ କିଲୋଓ୍ବାଟର ମେଶିନଗୁଡ଼ିକ ୨୪ ଘଣ୍ଟା ଧରି ଚାର୍ଜ ହୋଇ ଅଯଥା ଅର୍ଥ ଓ ଶକ୍ତି ଅପଚୟ ହେଉଛି। ଏପରିସ୍ଥିତିରେ ରେଲ୍‌ଓ୍ବେର ପ୍ଲାଷ୍ଟିକମୁକ୍ତ ଷ୍ଟେଶନ ଅଭିଯାନର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସ ସିଲ, ଫ୍ଲୋର ଖାଲି, ଜରୁରୀକାଳୀନ ସତର୍କତା… ଆମେରିକାର ପ୍ରତିରକ୍ଷା ବିଭାଗ, ପେଣ୍ଟାଗନରେ ଏହି ବିଶୃଙ୍ଖଳାର କାରଣ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୧୧।୬: ଆମେରିକାର ପ୍ରତିରକ୍ଷା ବିଭାଗରୁ ପ୍ରମୁଖ ଖବର ଆସିଛି; ଏକ ଜରୁରୀକାଳୀନ ସତର୍କତା ଜାରି କରାଯାଇଛି, ଏବଂ ପେଣ୍ଟାଗନର କିଛି ଅଂଶକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି।…

ଶ୍ରାଦ୍ଧ କାର୍ଯ୍ୟରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଲେ…

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ଲୁଟେରାମାନେ ସକ୍ରିୟ ହୋଇ ପଡିଛନ୍ତି। ଗୁରୁବାର ଏହି ରାଜପଥର କଳାପାଣି ଛକଠାରୁ…

ପୂର୍ବରୁ ଛକି ବସିଥିଲା ସିବିଆଇ, ଲାଞ୍ଚ ନେଉଥିବାବେଳେ ଏମସିଏଲ ସିକ୍ୟୁରିଟି ଇନ୍ସପେକ୍ଟରଙ୍କ ଉପରେ ହଠାତ୍‌ ହେଲା ଚଢ଼ାଉ

ଝାରସୁଗୁଡା,୧୧।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ବ୍ରଜରାଜନଗର ସ୍ଥିତ ଏମସିଏଲ ଓରିଏଣ୍ଟ ଏରିଆରେ ଗୁରୁବାର ଅପରାହ୍ନରେ ସିବିଆଇ ରେଡ୍‌ ଦେଖିବାକୁ ମିଳିଛି। ଡ୍ୟୁଟି ଆଲର୍ଟ କରିବା ନାଁରେ…

ଟ୍ରାକ୍ଟର ଚାପାରେ ଶ୍ରମିକ ମୃତ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

କୋକସରା,୧୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ସିଉନୀ-ପାତ୍ରବସା ରାସ୍ତାରେ ଟ୍ରାକ୍ଟର ଟ୍ରଲି ତଳେ ଚାପି ହୋଇ ଗୁରୁତର ହୋଇଥିବା ଜଣେ…

Extremely Severe Alert: ଆପଣଙ୍କ ଫୋନରେ ଖୁବ ଜୋରରେ ଶବ୍ଦ ସହ ଆସିଥିଲା କି ଆଲର୍ଟ? ଜାଣନ୍ତୁ ଏହାର ଅର୍ଥ କ’ଣ

ନୂଆଦିଲ୍ଲୀ,୧୧।୬; ଯଦି ଆପଣଙ୍କ ମୋବାଇଲ ସ୍କ୍ରିନରେ ହଠାତ ‘ଅତ୍ୟନ୍ତ ଗମ୍ଭୀର ସତର୍କତା’ ଲେଖାଥିବା ଏକ ପପ-ଅପ ମେସେଜ ଝଲସି ଉଠେ, ଏବଂ ତା ସହିତ ଏକ ଜୋରରେ…

ଅବୁଜବାହାଲ ପଥର କ୍ୱାରୀରୁ ସସ୍‌ପେନସନ ଆଦେଶ ପ୍ରତ୍ୟାହାର କଲା ଖଣିବିଭାଗ, ରଖିଲା ଏମିତି ସର୍ତ୍ତ

କର୍ଲାମୁଣ୍ଡା, ୧୧।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଅବୁଜବାହାଲଠାରେ ଥିବା ପଥର କ୍ୱାରୀ -୨ ଉପରେ ଖଣି ବିଭାଗ ଗତ ତା…

ଘୋଷଣା ହେଲା ୨୦୨୭ ICC ବିଶ୍ୱକପ ତାରିଖ! ଅକ୍ଟୋବର ୪ରୁ ମହାଲଢ଼େଇ, ଜାଣନ୍ତୁ କେବେ, କେଉଁଠି ଖେଳାଯିବ ଫାଇନାଲ

ନୂଆଦିଲ୍ଲୀ,୧୧।୬: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆରେ ଆୟୋଜିତ ହେବାକୁ ଥିବା ୫୦-ଓଭର ବିଶ୍ୱକପକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି। ରିପୋର୍ଟ…

ଅବସର ନେବେ ଅକ୍ଷୟ କୁମାର!

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ‘ୱେଲକମ ଟୁ ଦି ଜଙ୍ଗଲ’ର ଟ୍ରେଲର ରିଲିଜ ହୋଇଛି ଏବଂ ଦର୍ଶକଙ୍କଠାରୁ ଏକ ଚମତ୍କାର ପ୍ରତିକ୍ରିୟା ପାଉଛନ୍ତି; ଅକ୍ଷୟଙ୍କ ପ୍ରଶଂସକମାନେ ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri