ଲଗାଣ ବର୍ଷା ପ୍ରଭାବରେ ବେହାଲ ବଣାଇଁ ଅଞ୍ଚଳ; ବାଗୁନ ନାଳରେ ଭାସିଗଲା ବାଇକ, ଅଫିସରେ ଆଣ୍ଠୁଏ ପାଣି

ବଣାଇଁ,୨୮।୭( ପ୍ରଦୀପ ତ୍ରିପାଠୀ ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡରେ ଦୁଇଦିନ ଧରି ଲଗାଣ ବର୍ଷା ଜାରି ରହିଛି । ଫଳରେ ଏକ ପ୍ରକାର ଜନଜୀବନ ପ୍ରଭାବିତ ହୋଇଛି । ଉପଖଣ୍ଡର ଗୁରୁଣ୍ଡିଆ ରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ବନବିଭାଗ କାର୍ଯ୍ୟାଳୟ, ମେଡିକାଲ, ବ୍ଲକ ପରିସର ପୁରା ପୁରି ଜଳମଗ୍ନ ହୋଇ ରହିଥିବା ବେଳେ ଗୁରୁଣ୍ଡିଆ ମୁଖ୍ୟ ରାସ୍ତା ଉପରେ ପ୍ରାୟ ଚାରି, ପାଞ୍ଚ ଫୁଟ ପର୍ଯ୍ୟନ୍ତ ବନ୍ୟା ଜଳ ପ୍ରବାହିତ ହେବାରେ ଲାଗିଛି ।

ମୁଖ୍ୟ ରାସ୍ତା ସଂଲଗ୍ନ ପ୍ରାୟ ଦୋକାନ, ବାସଗୃହ ଭିତରେ ଛାତିଏ ପାଣି ଥିବା ନେଇ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଏନେଇ ଚିନ୍ତାରେ ପଡିଛନ୍ତି ଅଞ୍ଚଳବାସୀ । ଦୋକାନ ଭିତରେ ପାଣି ପଶିବା ଫଳରେ ଦୋକାନ ଭିତରେ ଥିବା ସବୁ ଜିନିଷ ପତ୍ର ନଷ୍ଟ ହୋଇଯାଇଛି । ସେପଟେ ଗୁରୁଣ୍ଡିଆର ଶିଶୁ ଉଦ୍ୟାନ ଭିତରେ ଦଶ ଫୁଟ ପାଣି ଲହଡି ଭାଙ୍ଗୁଛି । ଲୋକଙ୍କ ଘର ଭିତରେ ପାଣି ପଶି ବହୁତ ଆସବାବପତ୍ର ନଷ୍ଟ ହୋଇ ଯାଇଛି । ଗୁରୁଣ୍ଡିଆ ସ୍ୱାସ୍ଥ୍ୟ କେନ୍ଦ୍ର, ବ୍ଳକ କାର୍ଯ୍ୟାଳୟ ଭିତରେ ପାଣି ପଶି ବହୁତ କ୍ଷୟ କ୍ଷତି ହୋଇଛି । ଉପଯୁକ୍ତ ଡ୍ରେନ ବ୍ୟବସ୍ଥା ନଥିବାରୁ ବାରମ୍ବାର ଏମିତି ପରିସ୍ଥିତି ସୃଷ୍ଟି ହେଉଛି । ଅନୁରୂପ ଭାବେ ଲହୁଣିପଡ଼ା ଅଞ୍ଚଳର ପଟାଝରଣ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡିଛି । ସେପଟେ ବାଖରତୋଳା ଗ୍ରାମ ସଂଲଗ୍ନ ରାସ୍ତାରେ ବର୍ଷା ଜଳ ପ୍ରବାହିତ ଅଞ୍ଚଳକୁ ବାହ୍ୟଜଗତରୁ ବିଚ୍ଛିନ୍ନ କରିଦେଇଛି ।

କୋଇଡା ଖଣି ଅଞ୍ଚଳ କେବଲାଙ୍ଗ ଓ ସାନରକ୍ସି ପଞ୍ଚାୟତର ଅନେକ ଗ୍ରାମବାସୀଙ୍କ ଦୁଖ ସରୁନି । ଲଗାଣ ବର୍ଷାରେ ଜୀବନକୁ ବାଜି ଲଗାଇ ଯୁଗ ଯୁଗ ଧରି ଉଛୁଳା ନାଳ ପାର ହୋଇ ବିଦ୍ୟାଳୟ, ବଜାର, ହସପିଟାଲ ଆଦି ସ୍ଥାନକୁ ଯାଇଥାନ୍ତି । ବାରମ୍ବାର ପୋଲ ନିର୍ମାଣ ଦାବି କେବଳ ଦାବିରେ ହିଁ ରହିଯାଇଛି । ଆଜି ପ୍ରତ୍ୟୁଷରେ ପୁରୁଣାପାଣି ବାଗୁନ ନାଳର ପୋଲ ଉପରେ ପାଣି ବୋହୁଥିବା ବେଳେ ରକ୍ସି ଗ୍ରାମର ଜଣେ ଯୁବକ ରୁବେନ ବାରଜୋ କମଣ୍ଡ ପ୍ଲାଣ୍ଟ୍ କୁ ବାଇକ ଯୋଗେ ଯାଉଥିବା ବେଳେ, ପ୍ରଖର ସ୍ରୋତରେ ତାଙ୍କ ବାଇକ ଭାସି ଯାଇଥିଲା ହେଲେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । କୋଇଡ଼ା ମୁଖ୍ୟ ସହର ଓ ଆଖପାଖ ଅଞ୍ଚଳରେ ରାସ୍ତା ଉପରେ ବନ୍ୟାଜଳ ଲହଡି ଭାଙ୍ଗୁଛି । ଆଗକୁ ଆହୁରି ବର୍ଷା ସମ୍ଭାବନା ରହିଛି ତେଣୁ ସାଧାରଣ ଲୋକ ସତର୍କ ରହିବା ପାଇଁ ଚାରିଟି ବ୍ଳକ ପ୍ରସାଶନ ପକ୍ଷରୁ ସତର୍କତା ଜାରି କରାଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?