ଲଗାଣ ବର୍ଷା ପ୍ରଭାବରେ ବେହାଲ ବଣାଇଁ ଅଞ୍ଚଳ; ବାଗୁନ ନାଳରେ ଭାସିଗଲା ବାଇକ, ଅଫିସରେ ଆଣ୍ଠୁଏ ପାଣି

ବଣାଇଁ,୨୮।୭( ପ୍ରଦୀପ ତ୍ରିପାଠୀ ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡରେ ଦୁଇଦିନ ଧରି ଲଗାଣ ବର୍ଷା ଜାରି ରହିଛି । ଫଳରେ ଏକ ପ୍ରକାର ଜନଜୀବନ ପ୍ରଭାବିତ ହୋଇଛି । ଉପଖଣ୍ଡର ଗୁରୁଣ୍ଡିଆ ରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ବନବିଭାଗ କାର୍ଯ୍ୟାଳୟ, ମେଡିକାଲ, ବ୍ଲକ ପରିସର ପୁରା ପୁରି ଜଳମଗ୍ନ ହୋଇ ରହିଥିବା ବେଳେ ଗୁରୁଣ୍ଡିଆ ମୁଖ୍ୟ ରାସ୍ତା ଉପରେ ପ୍ରାୟ ଚାରି, ପାଞ୍ଚ ଫୁଟ ପର୍ଯ୍ୟନ୍ତ ବନ୍ୟା ଜଳ ପ୍ରବାହିତ ହେବାରେ ଲାଗିଛି ।

ମୁଖ୍ୟ ରାସ୍ତା ସଂଲଗ୍ନ ପ୍ରାୟ ଦୋକାନ, ବାସଗୃହ ଭିତରେ ଛାତିଏ ପାଣି ଥିବା ନେଇ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଏନେଇ ଚିନ୍ତାରେ ପଡିଛନ୍ତି ଅଞ୍ଚଳବାସୀ । ଦୋକାନ ଭିତରେ ପାଣି ପଶିବା ଫଳରେ ଦୋକାନ ଭିତରେ ଥିବା ସବୁ ଜିନିଷ ପତ୍ର ନଷ୍ଟ ହୋଇଯାଇଛି । ସେପଟେ ଗୁରୁଣ୍ଡିଆର ଶିଶୁ ଉଦ୍ୟାନ ଭିତରେ ଦଶ ଫୁଟ ପାଣି ଲହଡି ଭାଙ୍ଗୁଛି । ଲୋକଙ୍କ ଘର ଭିତରେ ପାଣି ପଶି ବହୁତ ଆସବାବପତ୍ର ନଷ୍ଟ ହୋଇ ଯାଇଛି । ଗୁରୁଣ୍ଡିଆ ସ୍ୱାସ୍ଥ୍ୟ କେନ୍ଦ୍ର, ବ୍ଳକ କାର୍ଯ୍ୟାଳୟ ଭିତରେ ପାଣି ପଶି ବହୁତ କ୍ଷୟ କ୍ଷତି ହୋଇଛି । ଉପଯୁକ୍ତ ଡ୍ରେନ ବ୍ୟବସ୍ଥା ନଥିବାରୁ ବାରମ୍ବାର ଏମିତି ପରିସ୍ଥିତି ସୃଷ୍ଟି ହେଉଛି । ଅନୁରୂପ ଭାବେ ଲହୁଣିପଡ଼ା ଅଞ୍ଚଳର ପଟାଝରଣ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡିଛି । ସେପଟେ ବାଖରତୋଳା ଗ୍ରାମ ସଂଲଗ୍ନ ରାସ୍ତାରେ ବର୍ଷା ଜଳ ପ୍ରବାହିତ ଅଞ୍ଚଳକୁ ବାହ୍ୟଜଗତରୁ ବିଚ୍ଛିନ୍ନ କରିଦେଇଛି ।

କୋଇଡା ଖଣି ଅଞ୍ଚଳ କେବଲାଙ୍ଗ ଓ ସାନରକ୍ସି ପଞ୍ଚାୟତର ଅନେକ ଗ୍ରାମବାସୀଙ୍କ ଦୁଖ ସରୁନି । ଲଗାଣ ବର୍ଷାରେ ଜୀବନକୁ ବାଜି ଲଗାଇ ଯୁଗ ଯୁଗ ଧରି ଉଛୁଳା ନାଳ ପାର ହୋଇ ବିଦ୍ୟାଳୟ, ବଜାର, ହସପିଟାଲ ଆଦି ସ୍ଥାନକୁ ଯାଇଥାନ୍ତି । ବାରମ୍ବାର ପୋଲ ନିର୍ମାଣ ଦାବି କେବଳ ଦାବିରେ ହିଁ ରହିଯାଇଛି । ଆଜି ପ୍ରତ୍ୟୁଷରେ ପୁରୁଣାପାଣି ବାଗୁନ ନାଳର ପୋଲ ଉପରେ ପାଣି ବୋହୁଥିବା ବେଳେ ରକ୍ସି ଗ୍ରାମର ଜଣେ ଯୁବକ ରୁବେନ ବାରଜୋ କମଣ୍ଡ ପ୍ଲାଣ୍ଟ୍ କୁ ବାଇକ ଯୋଗେ ଯାଉଥିବା ବେଳେ, ପ୍ରଖର ସ୍ରୋତରେ ତାଙ୍କ ବାଇକ ଭାସି ଯାଇଥିଲା ହେଲେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । କୋଇଡ଼ା ମୁଖ୍ୟ ସହର ଓ ଆଖପାଖ ଅଞ୍ଚଳରେ ରାସ୍ତା ଉପରେ ବନ୍ୟାଜଳ ଲହଡି ଭାଙ୍ଗୁଛି । ଆଗକୁ ଆହୁରି ବର୍ଷା ସମ୍ଭାବନା ରହିଛି ତେଣୁ ସାଧାରଣ ଲୋକ ସତର୍କ ରହିବା ପାଇଁ ଚାରିଟି ବ୍ଳକ ପ୍ରସାଶନ ପକ୍ଷରୁ ସତର୍କତା ଜାରି କରାଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଷ ଦେଇ ଟ୍ରମ୍ପଙ୍କ ପରିବାରକୁ ହତ୍ୟା କରିବାକୁ ରଚାଯାଉଛି ଷଡ଼ଯନ୍ତ୍ର! ହେଲେ ଏହା ପଛରେ କାହାର ରହିଛି ହାତ? ଜାଣନ୍ତୁ…

ଓ୍ବାଶିଂଟନ,୨୮।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନର ଏକ ଅତ୍ୟନ୍ତ ଚିନ୍ତାଜନକ ଏବଂ ଚାଞ୍ଚଲ୍ୟକର ପ୍ରଚାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି…

କିଏ ଏମାନଙ୍କୁ ଜନ୍ମ ଦେଇଛି… Gen-Z ପ୍ରତିବାଦକୁ ନେଇ ବିଦାଦୀୟ ମନ୍ତ୍ୱ୍ୟ ଦେଲେ କଙ୍ଗନା

ନୂଆଦିଲ୍ଲୀ,୨୮।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ର ବିକ୍ଷୋଭ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ ଲୋକସଭାରେ ସ୍ଲୋଗାନ ଦେଇଥିଲେ ଏବଂ ହଟ୍ଟଗୋଳ ସୃଷ୍ଟି କରିଥିଲେ।…

ପକେଟ ଉପରେ ବଢ଼ିବ ବୋଝ! ଅଗଷ୍ଟରୁ ମହଙ୍ଗା ହେବ କାର୍‌, ଟିଭି, ଫ୍ରିଜ୍‌ ସହ…ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟରୁ ପର୍ବପର୍ବାଣୀ ଋତୁ ଆରମ୍ଭ ହେବା ସହିତ ମହଙ୍ଗା ମଧ୍ୟ ଆପଣଙ୍କୁ ଅପେକ୍ଷା କରିଛି। ସକାଳର ଚା’ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ଅଗଷ୍ଟରେ…

ସାନଖେମୁଣ୍ଡି ଅଞ୍ଚଳରେ ଉପ ଜିଲାପାଳଙ୍କ ନେତୃତ୍ୱରେ ସଫେଇ ଅଭିଯାନ, ଅଞ୍ଚଳବାସୀଙ୍କ ପ୍ରଶଂସା

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର): ଆମ ଗାଁ ସ୍ବଚ୍ଛ ଓ ପରିବେଶକୁ ସୁରକ୍ଷିତ ରଖି ଗଞ୍ଜାମ ଜିଲାକୁ ଏକ ସୁନ୍ଦର, ସ୍ବଚ୍ଛ ଓ ଆଦର୍ଶ ଜିଲାରେ ପରିଣତ କରିବା…

ଫସିଯିବେ କି ଗଡ଼କରୀ? କହିଲେ ‘E20 ପେଟ୍ରୋଲରେ ମୋର କୌଣସି ଭୂମିକା ନାହିଁ’

ନୂଆଦିଲ୍ଲୀ,୨୮।୭: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବମ୍ବେ ହାଇକୋର୍ଟରେ ଏକ ପ୍ରସ୍ତାବିତ ଦେୱାନୀ ମାମଲା ରୁଜୁ କରି ଦାବି କରିଛନ୍ତି ଯେ…

ୟୁପିରେ ଏସ୍‌ପି-କଂଗ୍ରେସ ପାଇଁ ଅଡ଼ୁଆ ହେଲା କି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗ? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ, ୨୮।୭: ଭାରତୀୟ ଜନତା ପାର୍ଟିର ନେତା ତଥା ଓଡ଼ିଶାର ସମ୍ବଲପୁରରୁ ସାଂସଦ ଥିବା ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ବଡ଼ ଆଡମ୍ବରରେ ଉତ୍ସବ ପାଳନ କଲା CJP; ହେଲେ ବଡ଼ କଥା କହିଦେଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୨୮।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କୋକ୍ରୋଚ ଜନତା ପାର୍ଟି (CJP)ର ସଦସ୍ୟମାନେ ହୋଟେଲରେ ମହା ଆଡମ୍ବରରେ ଉତ୍ସବ ପାଳନ କରୁଥିବା ଏକ…

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଶେଷ ବିଦାୟ: ସାମିଲ ହେଲେ ହଜାର ହଜାର ଲୋକ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସୁଶାନ୍ତ ସିଂଙ୍କୁ ମଙ୍ଗଳବାର ଶେଷ ବିଦାୟ ଦିଆଯାଉଛି। ଏହି କ୍ରମରେ ସକାଳୁ ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ହଲଦିପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri