Posted inଖେଳ

ରେନଲ୍ଟ ଛାଡ଼ିଲେ ରିକାର୍ଡୋ

ଲଣ୍ଡନ, ୧୫।୫:କରୋନା ଭାଇରସ ସଂକ୍ରମଣ ପ୍ରଭାବରୁ ୨୦୨୦ ଫର୍ମୁଲାୱାନ ମୋଟରରେସିଂ ସିଜନ ଗୁରୁତର ପ୍ରଭାବିତ ହୋଇଥିବାବେଳେ ୨୦୨୧ ସିଜନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୦ରେ ରେନଲ୍ଟ ଟିମ୍‌ ପକ୍ଷରୁ ରେସ୍‌ କରିଥିବା ଡାନିଏଲ ରିକାର୍ଡୋ ଆଗାମୀ ସିଜନରେ ମ୍ୟାକଲରେନ ଡ୍ରାଇଭ୍‌ କରିବେ। ସେଠାରେ ସେ ସ୍ପେନର କାର୍ଲୋସ ସିଞ୍ଜ୍‌ଙ୍କ ସ୍ଥାନ ନେବେ। ଅଷ୍ଟ୍ରେଲିଆର ରିକାର୍ଡୋଙ୍କ ଟିମ୍‌ ପରିବର୍ତ୍ତନ ସମ୍ପର୍କରେ ଗୁରୁବାର ମ୍ୟାକଲରେନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ ସିଞ୍ଜ୍‌ ୨୦୨୧ ସିଜନରେ ଫେରାରି ପକ୍ଷରୁ ପ୍ରତିନିଧିତ୍ୱ କରିବା ଏକପ୍ରକାର ନିଶ୍ଚିତ ହୋଇଛି। ଆଗାମୀ ସିଜନରେ ମ୍ୟାକଲରେନରେ ୩୦ ବର୍ଷୀୟ ରିକାର୍ଡୋଙ୍କ ପାର୍ଟନର ହେବେ ବ୍ରିଟିଶ୍‌ ଡ୍ରାଇଭର ଲାନ୍‌ଡୋ ନୋରିସ। ରିକାର୍ଡୋ ରେଡ୍‌ବୁଲ୍‌ ପକ୍ଷରୁ ୭ଟି ରେସ୍‌ ଜିତିବାର ରେକର୍ଡ ବହନ କରୁଛନ୍ତି।
ସିଞ୍ଜ୍‌ଙ୍କ ଯୋଗଦାନ ସମ୍ପର୍କରେ ଫେରାରି ପକ୍ଷରୁ ଏପର୍ଯ୍ୟନ୍ତ ବିଧିବଦ୍ଧ ଘୋଷଣା କରାଯାଇ ନ ଥିଲେ ହେଁ ସେବାଷ୍ଟିଆନ ଭେଟେଲଙ୍କ ସହିତ ଦୀର୍ଘ ୬ ବର୍ଷର ସମ୍ପର୍କ ଛିନ୍ନ ହୋଇଥିବା ପ୍ରକାଶ କରାଯାଇଛି। ଭେଟେଲଙ୍କ ସ୍ଥାନ ସିଞ୍ଜ୍‌ ନେବେ ବୋଲି ଆଲୋଚନା ହେଉଛି। ରିକାର୍ଡୋଙ୍କ ସହିତ ଦୀର୍ଘ ମିଆଦି ଭିତ୍ତିରେ ଚୁକ୍ତି ସ୍ବାକ୍ଷର ହୋଇଥିବା ମ୍ୟାକଲରେନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ”ଡାନିଏଲଙ୍କ ସହିତ ଚୁକ୍ତି କରି ଆମେ ଦୀର୍ଘକାଳୀନ ଯୋଜନାରେ ଆଗକୁ ବଢ଼ିଛୁ। ଲାନ୍‌ଡୋ ଏବଂ ରିକାର୍ଡୋଙ୍କ ଉପସ୍ଥିତିରେ ଦଳ ମଜଭୁତ ହୋଇଛି“ ବୋଲି ମ୍ୟାକ୍‌ଲରେନ ରେସିଂ ସିଇଓ ଜ୍ୟାକ୍‌ ବ୍ରାଉନ୍‌ ପ୍ରକାଶ କରିଛନ୍ତି। ସିଞ୍ଜ୍‌ ପ୍ରକୃତରେ ଜଣେ ଟିମ୍‌ ପ୍ଲେୟର। ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ବ୍ରାଉନ। ଅନ୍ୟପକ୍ଷରେ ରିକାର୍ଡୋଙ୍କ ସହ ଚୁକ୍ତି ନବୀକରଣ ପାଇଁ ଉଦ୍ୟମ ହୋଇଥିଲା। ମାତ୍ର ଏହା ସଫଳ ହୋଇପାରି ନ ଥିଲା ବୋଲି ରେନଲ୍ଟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri