ରେକର୍ଡ ପଛରେ ଭାଙ୍ଗୁଛି ପରମ୍ପରା

ପୁରୀ ଅଫିସ, ୧୬।୭: ଶ୍ରୀମନ୍ଦିର ପ୍ରଶାସନ ଚଳିତବର୍ଷ ଘୋଷଯାତ୍ରାରେ ଏକାଧିକ ରେକର୍ଡ କରିଛି। ରଥଯାତ୍ରା ଏବଂ ବାହୁଡ଼ାର ପହଣ୍ଡି ହେଉ କି ରଥଟଣା ବେଶ୍‌ ସଅଳ ହୋଇଥିଲା। ବିଗତ କିଛିବର୍ଷକୁ ଦେଖିଲେ ଏତେ ଶୀଘ୍ର ନୀତିକାନ୍ତି କରାଯାଇ ନ ଥିଲା। ସେହିପରି ନୀଳାଦ୍ରିବିଜେ ପହଣ୍ଡିରେ ବି ଏଥର ରେକର୍ଡ କରିଛି। ତେବେ ଏହି ରେକର୍ଡ ପଛରେ ପରମ୍ପରା ଭଙ୍ଗ ହେଉଥିଲେ ବି ସେଥିପ୍ରତି ଧ୍ୟାନ ଦିଆଯାଉନାହିଁ। ସୋମବାର ପୂର୍ବାହ୍ନରେ ରଥ ଉପରେ ଠାକୁରଙ୍କ ସନ୍ଧ୍ୟା ଆଳତି ହୋଇଥିବାବେଳେ ମଧ୍ୟାହ୍ନରେ ମହାପ୍ରଭୁ କରିଛନ୍ତି ରାତ୍ରଭୋଜନ। ପ୍ରଶାସନର ରେକର୍ଡ କରିବା ନିଶାକୁ ନେଇ ନାପସନ୍ଦ କରିଛନ୍ତି ଅନେକ ଭକ୍ତ। କିନ୍ତୁ ମଙ୍ଗଳବାର ଚନ୍ଦ୍ରଗ୍ରହଣ ଯୋଗୁ ନୀତିକୁ ସଅଳ କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ଚଳିତବର୍ଷ ରଥଯାତ୍ରା ପହଣ୍ଡି ପ୍ରାୟ ୧ ଘଣ୍ଟା ଆଗକୁ ଆରମ୍ଭ ହୋଇଥିବାବେଳେ ରଥଟଣା ରେକର୍ଡ କରିଥିଲା। ଅର୍ଥାତ୍‌ ୪ଟାରେ ରଥଟଣା ଯିବାକୁ ଥିବାବେଳେ ୨ଟା ୧୦ରେ ରଥଟଣା ଆରମ୍ଭ ହୋଇଥିଲା। ସେହିପରି ବାହୁଡାରେ ମଧ୍ୟ ନିର୍ଦ୍ଧାରିତ ସମୟର ୨ଘଣ୍ଟା ୪୫ ପୂର୍ବରୁ ଆରମ୍ଭ ହେଲା ରଥଟଣା। ଏଥିପାଇଁ ଦିନ ଥାଉଁ ଥାଉଁ ତିନିରଥ ସିଂହଦ୍ୱାରରେ ଲାଗିଥିଲା। ତେବେ ରଥଯାତ୍ରା ଏବଂ ବାହୁଡାଠାରୁ ନୀଳାଦ୍ରିବିଜେରେ ବି ରେକର୍ଡ ହୋଇଛି। ଅବଶ୍ୟ ଶ୍ରୀମନ୍ଦିର ପ୍ରଶାସନ ପୂର୍ବରୁ ଧାର୍ଯ୍ୟ କରିଥିବା ସମୟରେ ଠାକୁରମାନଙ୍କର ପହଣ୍ଡି ଆରମ୍ଭ କରାଯାଇଥିଲା। କିନ୍ତୁ ରାତି ୧୦ଟା ମଧ୍ୟରେ ପହଣ୍ଡି ଶେଷ ହେବାକୁ ଥିବାବେଳେ ଏହାର ଦେଢଘଣ୍ଟା ପୂର୍ବରୁ ଅର୍ଥାତ୍‌ ୮ଟା ୩୫ ସୁଦ୍ଧା ପହଣ୍ଡି ସରିଥିଲା। ଏହି ରେକର୍ଡ ପଛରେ କିନ୍ତୁ ଭାଙ୍ଗିଛି ପରମ୍ପରା। ପୂର୍ବାହ୍ନରେ ରଥ ଉପରେ ଠାକୁରଙ୍କ ସନ୍ଧ୍ୟା ଆଳତି ହୋଇଥିବାବେଳେ ମଧ୍ୟାହ୍ନରେ ମହାପ୍ରଭୁଙ୍କୁ ରାତ୍ରଭୋଜନ ଅର୍ପଣ କରାଯାଇଥିଲା। ଭୋର ୫ଟା ୧୫ରେ ମଙ୍ଗଳ ଆଳତି ହୋଇଥିବାବେଳେ ସକାଳ ୯ଟାରେ ସକାଳ ଧୂପ ସରିଥିଲା। ୯ଟା ୪୦ରେ ଯାତ୍ରାଙ୍ଗୀ ମହାସ୍ନାନ ବଢି ୧୦ଟା ୧୫ରେ ବେଶ ସରିଥିଲା। ପୂର୍ବାହ୍ନ ୧୧ଟା ମଧ୍ୟାହ୍ନ ସରିଥିବାବେଳେ ୧୧ଟା ୩୫ରେ ରଥ ଉପରେ ହୋଇଥିଲା ସନ୍ଧ୍ୟା ଆଳତି। ଏହାପରେ ମଧ୍ୟାହ୍ନ ୧୨ଟା ୪୦ରେ ସନ୍ଧ୍ୟା ଧୂପ ଅର୍ଥାତ୍‌ ଠାକୁରଙ୍କ ରାତ୍ରଭୋଜନ ସରିଥିଲା। ରେକର୍ଡ ନିଶାରେ ପୂର୍ବାହ୍ନରେ ସନ୍ଧ୍ୟା ଆଳତି ହେବା ଏବଂ ମଧ୍ୟାହ୍ନରେ ରାତ୍ରଭୋଜନ ସରିବା ପରମ୍ପରା ବିରୋଧୀ ବୋଲି ପୁରୀର ପ୍ରତାପେଶ୍ୱର ଶତପଥୀ କହିଛନ୍ତି। ଏଭଳି ହେବା କଥା ନୁହେଁ ବୋଲି ସେ ମତ ବାଢିଛନ୍ତି। ଅନ୍ୟ କେତେଜଣ ମଧ୍ୟ ଅନୁରୂପ ମତ ଦେଇଛନ୍ତି।
ଏ ସମ୍ପର୍କରେ ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ବର୍ଷସାରା ବିଶେଷ ନୀତିକାନ୍ତି ଦିନମାନଙ୍କରେ ପ୍ରୟୋଜନ ଥିଲେ ଠାକୁରଙ୍କର ଦିନରେ ସନ୍ଧ୍ୟା ଆଳତି ହୋଇଥାଏ। ରଥଯାତ୍ରା ସମୟରେ ପ୍ରାୟତଃ ଏଭଳି ଘଟିଥାଏ। ମଙ୍ଗଳବାର ଚନ୍ଦ୍ରଗ୍ରହଣ ଯୋଗୁ ସାଢେ ୪ଟା ପୂର୍ବରୁ ଦ୍ୱିତୀୟ ଭୋଗମଣ୍ଡପ ସାରିବାକୁ ସ୍ଥିର କରାଯାଇଥିବାରୁ ସଅଳ ପହଣ୍ଡି ହୋଇଛି। ଫଳରେ ଠାକୁରଙ୍କର ଦିନରେ ସନ୍ଧ୍ୟା ଆଳତି କରାଯାଇଛି। ଚଳିତବର୍ଷକୁ ମିଶାଇ ଲଗାତର ୩ବର୍ଷ ଧରି ନୀଳାଦ୍ରିବିଜେ ସମୟରେ ଏଭଳି ସଅଳ ପହଣ୍ଡି ଏବଂ ସନ୍ଧ୍ୟା ଆଳତି ହୋଇଥିବା ପୂଜାପଣ୍ଡା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri