ରୂପ ବଦଳାଉଛି କରୋନା ଭାଇରସ୍‌

ଓ୍ବାଶିଂଟନ,୭ା୫: କରୋନା ଭାଇରସ୍‌ ବିଷୟରେ ନୂଆ ନୂଆ ତଥ୍ୟ ହସ୍ତଗତ ହେଉଛି। ହେଲେ ଆମେରିକାର ଲସ୍‌ ଆଲାମୋସ୍‌ ନ୍ୟାଶନାଲ୍‌ ଲାବରେଟୋରି(ଏଲ୍‌ଏଏନ୍‌ଏଲ୍‌)ର ବୈଜ୍ଞାନିକମାନେ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କରିଛନ୍ତି। ଅଦ୍ୟାବଧି ୨ ଲକ୍ଷ ୬୦ ହଜାର ଲୋକଙ୍କ ଜୀବନ ନେଇଥିବା ଏହି ଘାତକ ଭୂତାଣୁର ପରିବର୍ତ୍ତିତ ରୂପକୁ ସେମାନେ ଚିହ୍ନଟ କରିଛନ୍ତି, ଯାହାକି ସାରା ବିଶ୍ୱକୁ ବ୍ୟାପି ଚାଲିଛି। ମହାମାରୀ ଆରମ୍ଭରେ ଅର୍ଥାତ୍‌ ୨୦୧୯ରେ ଦେଖିବାକୁ ମିଳିଥିବା କରୋନା ଭୂତାଣୁଠାରୁ ଏହା ଅଧିକ ବିପଜ୍ଜନକ ଏବଂ ସଂକ୍ରାମକ ବୋଲି ସେମାନେ କହିଛନ୍ତି।
ଏଲ୍‌ଏଏନ୍‌ଏଲ୍‌ ହେଉଛି ଆମେରିକା ଏନର୍ଜି ଡିପାର୍ଟମେଣ୍ଟର ଜାତୀୟ ଲାବରେଟୋରି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆଣବିକ ଅସ୍ତ୍ରଶସ୍ତ୍ରର ପରିକଳ୍ପନା ପାଇଁ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଏହାର ବୈଜ୍ଞାନିକମାନେ ସେମାନଙ୍କ ଅନୁସନ୍ଧାନ ବିଷୟରେ ୩୩ ପୃଷ୍ଠାର ରିପୋର୍ଟ ଗତ ଗୁରୁବାର ପ୍ରକାଶ କରିଛନ୍ତି। କିନ୍ତୁ ତାହାର ସମୀକ୍ଷା କରାଯିବା ବାକି ରହିଛି। ଲସ୍‌ ଏଞ୍ଜେଲସ୍‌ ଟାଇମ୍ସ ଅନୁଯାୟୀ, ଫେବୃୟାରୀରେ ୟୁରୋପରେ ବ୍ୟାପିଥିବା କରୋନା ଭାଇରସ୍‌ ନୂଆ ପ୍ରକାରର ବୋଲି ଜଣାପଡ଼ିଥିଲା। ପରେ ତାହା ଆମେରିକାର ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ପହଞ୍ଚତ୍ଥିଲା। ମାର୍ଚ୍ଚ ମଧ୍ୟଭାଗରେ ତାହା ସମଗ୍ର ବିଶ୍ୱରେ ବ୍ୟାପିଯାଇଥିଲା।
ରିପୋର୍ଟରେ କୁହାଯାଇଛି ଯେ, ଏହି ଭୂତାଣୁ ଶୀଘ୍ର ବ୍ୟାପିଥାଏ ଏବଂ ଥରେ ସଂକ୍ରମଣ ହେଲେ ଏହା ଦ୍ୱିତୀୟ ଥର ପାଇଁ ରୋଗୀଙ୍କୁ ଅଧିକ ବିପଜ୍ଜନକ ଭାବେ ଆକ୍ରମଣ କରିଥାଏ। କରୋନା ଭାଇରସ୍‌ର ବାହ୍ୟ ଅଂଶରେ ଥିବା ଶଙ୍କୁ ବା କିଳାଗୁଡ଼ିକର ଆକୃତି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଉକ୍ତ ଶଙ୍କୁଗୁଡ଼ିକ ଭୂତାଣୁକୁ ମାନବ ଶ୍ୱାସପ୍ରଶ୍ୱାସ କୋଷଗୁଡ଼ିକରେ ପ୍ରବେଶ କରିବାକୁ ଦେଇଥାଏ। ଏହି ଭୂତାଣୁର ଅଧିକ ବିପଜ୍ଜନକ ଓ ସଂକ୍ରାମକ ରୂପ ବିଷୟରେ ତୁରନ୍ତ ସଜାଗ ହେବାର ଜରୁରୀ ଆବଶ୍ୟକତା ଥିବା ରିପୋର୍ଟ ପ୍ରସ୍ତୁତକାରୀମାନେ ଅନୁଭବ କରୁଛନ୍ତି। ଫଳରେ କରୋନା ନିରୋଧୀ ଟିକା ପ୍ରସ୍ତୁତିରେ ଲାଗିଥିବା ବୈଜ୍ଞାନିକମାନେ ଏଥିପ୍ରତି ଧ୍ୟାନଦେଇ କାର୍ଯ୍ୟ କରିପାରିବେ। ସାରା ବିଶ୍ୱର ୬ ହଜାରରୁ ଊର୍ଦ୍ଧ୍ୱ କରୋନା ଭୂତାଣୁଜନିତ ପରିଣାମକୁ ବୈଜ୍ଞାନିକମାନେ ଗଣନାତ୍ମକ ବିଶ୍ଲେଷଣ କରିବା ପରେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହି ଅଧ୍ୟୟନରେ କାଲିଫର୍ନିଆର ଡ୍ୟୁକ୍‌ ୟୁନିଭର୍ସିଟି ଓ ବ୍ରିଟେନର ଶେଫିଲ୍ଡ ୟୁନିଭର୍ସିଟିରର ବୈଜ୍ଞାନିକମାନଙ୍କ ସହ ଏଲ୍‌ଏଏନ୍‌ଏଲ୍‌ ଟିମ୍‌ କରୋନା ଭୂତାଣୁରେ ୧୪ ପ୍ରକାର ପରିବର୍ତ୍ତନ ଚିହ୍ନଟ କରିଥିଲେ। ଏଲ୍‌ଏଏନ୍‌ଏଲ୍‌ ଟିମ୍‌ର ନେତୃତ୍ୱ ନେଉଥିବା ବୈଜ୍ଞାନିକ ବେଟେ କୋରବର୍‌ ତାଙ୍କ ଫେସ୍‌ବୁକ୍‌ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ଭୂତାଣୁର ପରିବର୍ତ୍ତିତ ରୂପ ଅତି ଶୀଘ୍ର ପ୍ରକଟ ହେଉଥିବା ଆମେ ଦେଖିଛୁ, ଯାହାକି ଚିନ୍ତାଜନକ ବିଷୟ। ମାର୍ଚ୍ଚରେ ଏହା ପ୍ରବଳ ମହାମାରୀ ସାବ୍ୟସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri