ରୂପ ବଦଳାଉଛି କରୋନା ଭାଇରସ୍‌

ଓ୍ବାଶିଂଟନ,୭ା୫: କରୋନା ଭାଇରସ୍‌ ବିଷୟରେ ନୂଆ ନୂଆ ତଥ୍ୟ ହସ୍ତଗତ ହେଉଛି। ହେଲେ ଆମେରିକାର ଲସ୍‌ ଆଲାମୋସ୍‌ ନ୍ୟାଶନାଲ୍‌ ଲାବରେଟୋରି(ଏଲ୍‌ଏଏନ୍‌ଏଲ୍‌)ର ବୈଜ୍ଞାନିକମାନେ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କରିଛନ୍ତି। ଅଦ୍ୟାବଧି ୨ ଲକ୍ଷ ୬୦ ହଜାର ଲୋକଙ୍କ ଜୀବନ ନେଇଥିବା ଏହି ଘାତକ ଭୂତାଣୁର ପରିବର୍ତ୍ତିତ ରୂପକୁ ସେମାନେ ଚିହ୍ନଟ କରିଛନ୍ତି, ଯାହାକି ସାରା ବିଶ୍ୱକୁ ବ୍ୟାପି ଚାଲିଛି। ମହାମାରୀ ଆରମ୍ଭରେ ଅର୍ଥାତ୍‌ ୨୦୧୯ରେ ଦେଖିବାକୁ ମିଳିଥିବା କରୋନା ଭୂତାଣୁଠାରୁ ଏହା ଅଧିକ ବିପଜ୍ଜନକ ଏବଂ ସଂକ୍ରାମକ ବୋଲି ସେମାନେ କହିଛନ୍ତି।
ଏଲ୍‌ଏଏନ୍‌ଏଲ୍‌ ହେଉଛି ଆମେରିକା ଏନର୍ଜି ଡିପାର୍ଟମେଣ୍ଟର ଜାତୀୟ ଲାବରେଟୋରି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆଣବିକ ଅସ୍ତ୍ରଶସ୍ତ୍ରର ପରିକଳ୍ପନା ପାଇଁ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଏହାର ବୈଜ୍ଞାନିକମାନେ ସେମାନଙ୍କ ଅନୁସନ୍ଧାନ ବିଷୟରେ ୩୩ ପୃଷ୍ଠାର ରିପୋର୍ଟ ଗତ ଗୁରୁବାର ପ୍ରକାଶ କରିଛନ୍ତି। କିନ୍ତୁ ତାହାର ସମୀକ୍ଷା କରାଯିବା ବାକି ରହିଛି। ଲସ୍‌ ଏଞ୍ଜେଲସ୍‌ ଟାଇମ୍ସ ଅନୁଯାୟୀ, ଫେବୃୟାରୀରେ ୟୁରୋପରେ ବ୍ୟାପିଥିବା କରୋନା ଭାଇରସ୍‌ ନୂଆ ପ୍ରକାରର ବୋଲି ଜଣାପଡ଼ିଥିଲା। ପରେ ତାହା ଆମେରିକାର ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ପହଞ୍ଚତ୍ଥିଲା। ମାର୍ଚ୍ଚ ମଧ୍ୟଭାଗରେ ତାହା ସମଗ୍ର ବିଶ୍ୱରେ ବ୍ୟାପିଯାଇଥିଲା।
ରିପୋର୍ଟରେ କୁହାଯାଇଛି ଯେ, ଏହି ଭୂତାଣୁ ଶୀଘ୍ର ବ୍ୟାପିଥାଏ ଏବଂ ଥରେ ସଂକ୍ରମଣ ହେଲେ ଏହା ଦ୍ୱିତୀୟ ଥର ପାଇଁ ରୋଗୀଙ୍କୁ ଅଧିକ ବିପଜ୍ଜନକ ଭାବେ ଆକ୍ରମଣ କରିଥାଏ। କରୋନା ଭାଇରସ୍‌ର ବାହ୍ୟ ଅଂଶରେ ଥିବା ଶଙ୍କୁ ବା କିଳାଗୁଡ଼ିକର ଆକୃତି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଉକ୍ତ ଶଙ୍କୁଗୁଡ଼ିକ ଭୂତାଣୁକୁ ମାନବ ଶ୍ୱାସପ୍ରଶ୍ୱାସ କୋଷଗୁଡ଼ିକରେ ପ୍ରବେଶ କରିବାକୁ ଦେଇଥାଏ। ଏହି ଭୂତାଣୁର ଅଧିକ ବିପଜ୍ଜନକ ଓ ସଂକ୍ରାମକ ରୂପ ବିଷୟରେ ତୁରନ୍ତ ସଜାଗ ହେବାର ଜରୁରୀ ଆବଶ୍ୟକତା ଥିବା ରିପୋର୍ଟ ପ୍ରସ୍ତୁତକାରୀମାନେ ଅନୁଭବ କରୁଛନ୍ତି। ଫଳରେ କରୋନା ନିରୋଧୀ ଟିକା ପ୍ରସ୍ତୁତିରେ ଲାଗିଥିବା ବୈଜ୍ଞାନିକମାନେ ଏଥିପ୍ରତି ଧ୍ୟାନଦେଇ କାର୍ଯ୍ୟ କରିପାରିବେ। ସାରା ବିଶ୍ୱର ୬ ହଜାରରୁ ଊର୍ଦ୍ଧ୍ୱ କରୋନା ଭୂତାଣୁଜନିତ ପରିଣାମକୁ ବୈଜ୍ଞାନିକମାନେ ଗଣନାତ୍ମକ ବିଶ୍ଲେଷଣ କରିବା ପରେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହି ଅଧ୍ୟୟନରେ କାଲିଫର୍ନିଆର ଡ୍ୟୁକ୍‌ ୟୁନିଭର୍ସିଟି ଓ ବ୍ରିଟେନର ଶେଫିଲ୍ଡ ୟୁନିଭର୍ସିଟିରର ବୈଜ୍ଞାନିକମାନଙ୍କ ସହ ଏଲ୍‌ଏଏନ୍‌ଏଲ୍‌ ଟିମ୍‌ କରୋନା ଭୂତାଣୁରେ ୧୪ ପ୍ରକାର ପରିବର୍ତ୍ତନ ଚିହ୍ନଟ କରିଥିଲେ। ଏଲ୍‌ଏଏନ୍‌ଏଲ୍‌ ଟିମ୍‌ର ନେତୃତ୍ୱ ନେଉଥିବା ବୈଜ୍ଞାନିକ ବେଟେ କୋରବର୍‌ ତାଙ୍କ ଫେସ୍‌ବୁକ୍‌ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ଭୂତାଣୁର ପରିବର୍ତ୍ତିତ ରୂପ ଅତି ଶୀଘ୍ର ପ୍ରକଟ ହେଉଥିବା ଆମେ ଦେଖିଛୁ, ଯାହାକି ଚିନ୍ତାଜନକ ବିଷୟ। ମାର୍ଚ୍ଚରେ ଏହା ପ୍ରବଳ ମହାମାରୀ ସାବ୍ୟସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri