Posted inଖେଳ

ରୁଷିଆକୁ ୪ ବର୍ଷ ବାସନ୍ଦ କଲା ଓ୍ବାଡା

ଲାଉସାନେ, ୯ା୧୨ (ଏପି)-ଆସନ୍ତା ବର୍ଷ ହେବାକୁଥିବା ଟୋକିଓ ଅଲିମ୍ପିକ୍ସରେ ରୁଷିଆ ପତାକା ଉଡ଼ିବ ନାହିଁ କିମ୍ବା ଏହାର ଜାତୀୟ ସଙ୍ଗୀତ ଗାନ ହେବ ନାହିଁ। କେବଳ ସେତିକି ନୁହେଁ ସୋମବାରଠାରୁ ୪ ବର୍ଷ ପର୍ଯ୍ୟନ୍ତ ଅନ୍ୟ ପ୍ରମୁଖ କ୍ରୀଡ଼ା ଇଭେଣ୍ଟରୁ ରୁଷିଆକୁ ବାସନ୍ଦ କରାଯାଇଛି। ମସ୍କୋ ଲାବେରେଟୋରି ଡାଟାବେସ୍‌ ଟ୍ୟାମ୍ପରିଂ ଅଭିଯୋଗରେ ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ତରଫରୁୁ ଏହି ଦଣ୍ଡ ବିଧାନ କରାଯାଇଛି। ସୋମବାର ଏଠାରେ ଓ୍ବାଡା କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି।
ରୁଷିଆର ଯେଉଁ ଆଥଲେଟ୍‌ ଡୋପ୍‌ ଟେଷ୍ଟରେ ଧରାପଡ଼ି ନ ଥିବେ ଏବଂ ସେମାନଙ୍କ ଡାଟା ଜାଲିଆତି କରାଯାଇ ନ ଥିବ ସେମାନଙ୍କୁ ହୁଏତ ପ୍ରମୁଖ ଇଭେଣ୍ଟଗୁଡ଼ିକରେ ଭାଗ ନେବାଲାଗି ଅନୁମତି ମିଳିପାରେ ବୋଲି ଓ୍ବାଡା ରୁଲିଂରେ କୁହାଯାଇଛି। କିନ୍ତୁ ବିଶ୍ୱ ଚାମ୍ପିୟନଶିପ୍‌ ଏପରିକି ଫୁଟ୍‌ବଲ ବିଶ୍ୱକପ୍‌ରେ ରୁଷିଆର ଦଳର ଅଂଶଗ୍ରହଣ ଏହାଦ୍ୱାରା ପ୍ରଭାବିତ ହେବ କି ନା ତାହା ଏବେବି ସୁଦ୍ଧା ଅସ୍ପଷ୍ଟ। ରୁଷିଆର ଆଣ୍ଟି ଡୋପିଂ ଏଜେନ୍ସି ଓ୍ବାଡାର ଏହି ନିଷ୍ପତ୍ତି ବିରୋଧରେ କୋର୍ଟ ଅଫ୍‌ ଆର୍ବିଟ୍ରେଶନ (କାସ୍‌)ରେ ୨୧ ଦିନ ମଧ୍ୟରେ ଆବେଦନ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ହେବା ନେଇ ପୁରୀକୁ ହାଇ ଆଲର୍ଟ

ଭୁବନେଶ୍ୱର, ୧୬ା୭(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହେଲା ବର୍ଷର ଦ୍ୱିତୀୟ ଲଘୁଚାପ। ସକ୍ରିୟ ଥିବା ଘୂର୍ଣ୍ଣିବଳୟଟି ବୁଧବାର ସକାଳ ୫ଟା ୩୦ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର…

ସିଏମ୍‌ଓରୁ ୨ ଫାଇଲ ହଜିବା ଘଟଣା: ମନୋଜ ମିଶ୍ର, ରାଜେଶ ବର୍ମାଙ୍କୁ ସମନ

ଭୁବନେଶ୍ୱର,୧୬।୭(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରରେ କାର୍ଯ୍ୟରତ ଥିବା ପୂର୍ୱତନ ଆଇଟି ସଚିବ ମନୋଜ ମିଶ୍ର ଏବଂ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ତଥା ବର୍ତ୍ତମାନ କମିଶନ ଫର୍‌ ଏୟାର…

ଆଜି ଭକ୍ତ-ଭଗବାନ ଭେଟ: ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ପୁରୀ,୧୬ା୭(ଅଜିତ୍‌ କୁମାର ମହାନ୍ତି): ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ ଗୁରୁବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ…

‘ମହାପ୍ରଭୁ ଜଗନ୍ନାଥ’ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ କୋର୍ଟ, ଅନ୍ୟାଦେଶ ପର୍ଯ୍ୟନ୍ତ…

କଟକ,୧୫l୭(ପ୍ରଭୁକଲ୍ୟାଣ ପାଲ): ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ…

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ଟିକେଟ୍ ବୁକିଂ ହେବ ସୁପରଫାଷ୍ଟ! ଲଞ୍ଚ ହେଲା IRCTCର ନୂଆ ୱେବସାଇଟ୍‌, ଯାତ୍ରୀଙ୍କୁ ମିଳିବ ଏହି ସବୁ ବଡ଼ ସୁବିଧା

ନୂଆଦିଲ୍ଲୀ,୧୫।୭: ଭାରତୀୟ ରେଳବାଇ ଏହାର ଅନଲାଇନ୍ ଟିକେଟ୍ ବୁକିଂ ସିଷ୍ଟମକୁ ଆଧୁନିକୀକରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। IRCTC ଜନସାଧାରଣଙ୍କ ପାଇଁ ଏହାର ନୂତନ…

ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri