ରୁପେ ଡେବିଟ କାର୍ଡରେ ଶପିଂ ହେବ ଶସ୍ତା

ନୂଆଦିଲ୍ଲୀ,୧୫-୯: ନ୍ୟାଶନାଲ ପେମେଣ୍ଟସ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରବାକୁ ଯାଇ ରୁପେ ଡେବିଟ୍‌ କାର୍ଡ ଜରିଆରେ ନେଣଦେଣ ଉପରେ ମର୍ଚ୍ଚେଣ୍ଟ ଡିସ୍‌କାଉଣ୍ଟ ରେଟ୍‌(ଏମ୍‌ଡିଆର୍‌) ହ୍ରାସ କରିଛି। ନୂଆ ଏମ୍‌ଡିଆର୍‌ ଅକ୍ଟୋବର ୨୦ରୁ ଲାଗୁ ହୋଇଯିବ। ଏନ୍‌ପିସିଆଇର କହିବାନୁଯାୟୀ , ଡେବିଟ୍‌ କାର୍ଡରେ ନେଣଦେଣରେ ଦିଆଯାଇଥିବା ଛାଡ଼ ସମସ୍ତ ପ୍ରକାର ପଏଣ୍ଟ ଅଫ୍‌ ସେଲ୍‌(ପିଓଏସ୍‌)ରେ ଲାଗୁ ହେବ। ଏହାବ୍ୟତୀତ ଇକମ୍‌ ଏବଂ ଭାରତକ୍ୟୁଆର୍‌ କୋଡ୍‌ ଆଧାରିତ ମର୍ଚ୍ଚେଣ୍ଟ ନେଣଦେଣ ଉପରେ ମଧ୍ୟ ନୂଆ ହାର ଲାଗୁ ହେବ। ପଏଣ୍ଟ ଅଫ୍‌ ସେଲ୍‌, ଇକମ୍‌ ଓ ଭାରତକ୍ୟୁଆର କୋଡ୍‌ ଆଧାରିତ ବାଣିଜି୍ୟକ ନେଣଦେଣ ଉପରେ ଏମ୍‌ଡିଆର୍‌ ସଂଶୋଧିତ ହୋଇଛି। ୨୦୦୦ ଟଙ୍କାରୁ ଅଧିକ ନେଣଦେଣ ଲାଗି ଏମ୍‌ଡିଆର୍‌ ୦.୬୦% ପର୍ଯ୍ୟନ୍ତ ସଂଶୋଧିତ ହୋଇଛି। ଯେଉଁଥିରେ ସର୍ବାଧିକ ୧୫୦ ଟଙ୍କା ପ୍ରତି ନେଣଦେଣ ରଖାଯାଇଛି। ବର୍ତ୍ତମାନ ଏହା ୧ହଜାର ଟଙ୍କାର ପ୍ରତି ନେଣଦେଣର ସର୍ବୋଚ୍ଚ ସୀତା ସହିତ ୨ ହଜାର ଟଙ୍କାରୁ ଅଧିକ ନେଣଦେଣ ଲାଗି ୦.୯% ଧାର୍ଯ୍ୟ ହୋଇଥିଲା। ଭାରତ କ୍ୟୁଆର୍‌ କୋଡ୍‌ ଆଧାରିତ ନେଣଦେଣ ଉପରେ ଏମ୍‌ଡିଆର୍‌କୁ ମଧ୍ୟ କମାଇ ୦.୫% କରାଯାଇଛି। ଏହାର ସର୍ବାଧିକ ଏମ୍‌ଡିଆର୍‌ ୧୫୦ ଟଙ୍କା ରଖାଯାଇଛି। ଏନ୍‌ପିସିଆଇର କହିବାନୁଯାୟୀ ଏମ୍‌ଡିଆର୍‌ ହାର କମାଇବା ସହ ସର୍ବାଧିକ ସୀମାକୁ କମାଯିବା ଯୋଗୁ ଲୋକେ ଡେବିଟ କାର୍ଡ ମାଧ୍ୟମରେ ନେଣଦେଣ ଲାଗି ପ୍ରୋତ୍ସାହିତ ହେବେ। ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକ ଏମ୍‌ଡିଆର୍‌ କାରଣରୁ ଲୋକେ ଡେବିଟ୍‌ କାର୍ଡ ଜରିଆରେ ନେଣଦେଣ ପାଇଁ ପଛଘୁଞ୍ଚା ଦେଉଛନ୍ତି। ଏଥିପୂର୍ବରୁ ଏନ୍‌ପିସିଆଇ ଭୀମ୍‌ ୟୁପିଆଇ ଜରିଆରେ ନେଣଦେଣ ପାଇଁ ଏମ୍‌ଡିଆର୍‌କୁ ସଂଶୋଧନ କରିଥିଲେ ଏବଂ ଏହାର ସର୍ବୋଚ୍ଚ ସୀମା ୧୦୦ ଟଙ୍କା ରଖାଯାଇଛି। ସେହିପରି ୧୦୦ ଟଙ୍କାରୁ କମ୍‌ ୟୁପିଆଇ ନେଣଦେଣ ଉପରେ କ୍ୟୁଆର୍‌ କୋଡ୍‌ ସ୍କାନ ଦ୍ୱାରା କରାଯାଉଥିଲେ ଏମ୍‌ଡିଆର୍‌କୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri