ରୁଗୁଡିପାଲି ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷିତ

ସୋନପୁର, ୬।୧(ନି.ପ୍ର.): ଗତବର୍ଷ ମୋ ନାତୁଣୀର ବାହାଘର ଠିକ୍‌ ହୋଇଥିଲା। ସେତେବେଳେ ତାକୁ ପ୍ରାୟ ୧୫ ବର୍ଷ ହୋଇଥିଲା। ଗାଁର ଅଙ୍ଗନଓ୍ବାଡି କର୍ମୀ ଗୀତାଞ୍ଜଳି ରଣା ଘରକୁ ଆସି ବାହାଘର ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ। ପ୍ରଥମେ ଆମେ ତାଙ୍କ ଉପରେ ରାଗିଥିଲୁ। ପରେ ବାଲ୍ୟ ବିବାହର ଅପକାରିତା ବିଷୟରେ ଜାଣିଲା ପରେ ବିବାହ ବନ୍ଦ କରିଥିଲୁ। ଏଥିପାଇଁ ଗୀତାଞ୍ଜଳିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲୁ ବୋଲି କୁହନ୍ତି ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ରୁଗୁଡିପାଲି ଗ୍ରାମର ମହିଳା ଜ୍ଞାନ ରଣା(୬୫)। କେବଳ ଜ୍ଞାନ ନୁହନ୍ତି, ତାଙ୍କ ପରି ଆହୁରି ଅନେକଙ୍କୁ ବୁଝାସୁଝା ପରେ ଏମିତି ବାଲ୍ୟ ବିବାହକୁ ଗାମରେ ବନ୍ଦ କରାଯାଇ ପାରିଛି। ଏହି ଗ୍ରାମରେ ୨୦୧୯ ମସିହାରେ ସବୁ ବାଲ୍ୟ ବିବାହକୁ ରୋକା ଯାଇ ପାରି ଥିବାରୁ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି। ସୋମବାର ଏହି ଉଦ୍ଦେଶ୍ୟରେ ରୁଗୁଡିପାଲିଠାରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ଅଙ୍ଗନଓ୍ବାଡି କର୍ମୀ ଗୀତାଞ୍ଜଳି ସମସ୍ତଙ୍କୁ ସ୍ବାଗତ କରିଥିଲେ। ମୁଖ୍ୟ ଅତିଥିଭାବେ ଜିଲାପାଳ ମୋନିଷା ବାନାର୍ଜୀ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବା ସହିତ ରୁଗୁଡିପାଲିକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରିଥିଲେ। ନିଜର ବକ୍ତବ୍ୟରେ ପିଲାମାନେ ନିଜର ସ୍ବପ୍ନକୁ ସାକାର କରିବା ପାଇଁ ସାମାଜିକ ଉତ୍ତରଦାୟିତ୍ୱ ସୃଷ୍ଟି କରନ୍ତୁ। ବିବାହ ସମ୍ପର୍କିତ ନିଷ୍ପତ୍ତି ନିଜେ ନେଇ ପାରିବା ଭଳି ସକ୍ଷମ କରିବାକୁ ପଡିବ ବୋଲି ଜିଲାପାଳ କହିଥିଲେ। ଏକ୍ସନ ଏଡର ଜାତୀୟ ପ୍ରବନ୍ଧକ ଘାସିରାମ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ୨୦୩୦ ସୁଦ୍ଧା ସମଗ୍ର ରାଜ୍ୟକୁ ବାଲ୍ୟ ବିବାହମୁକ୍ତ ଘୋଷଣା ପାଇଁ ରାଜ୍ୟ ସରକାର ସଙ୍କଳ୍ପ ନେଇଛନ୍ତି। ସଂକଳ୍ପ ପୂରଣ ଦିଗରେ ଗ୍ରାମବାସୀଙ୍କ ପଦକ୍ଷେପ ସହାୟକ ହେବ। ଅଙ୍ଗନଓ୍ବାଡି କର୍ମୀମାନେ ସକ୍ରିୟ ଭାବରେ କାର୍ଯ୍ୟ କଲେ ସମସ୍ତ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ କରାଯାଇ ପାରିବ ବୋଲି ଗୀତାଞ୍ଜଳି ପ୍ରମାଣିତ କରିଥିବା ପଣ୍ଡା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ବର୍ଷା ବିପତ୍ତି: ରାତ୍ରି ଭୋଜନ କରୁଥିବା ବେଳେ ଘର ଉପରେ ଭାଙ୍ଗିପଡ଼ିଲା ବିରାଟ ପଣସ ଗଛ, ଭୟଙ୍କର ଦୁର୍ଘଟଣାରେ…

ଥୁଆମୂଳ ରାମପୁର, ୧୭।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳ ଚୋବରୀ ଗ୍ରାମରେ ଏକ ବଡ଼ ବିପତ୍ତି…

କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମରଶରୀର ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ

ଗୁଡାରି, ୧୭।୭(ପ୍ରମୋଦ କୁମାର ପତି ): ଦାଦନ ଖଟିବାକୁ କେରଳ ଯାଇଥିବା ଗୁଡାରି ବ୍ଲକର ଜଣେ ଓଡ଼ିଆ ଯୁବକଙ୍କର ସେଠାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି…

ପୁରୀ ଶ୍ରୀକ୍ଷେତ୍ରରୁ ଭଟଲି ଆସିବ ତିନି ରଥର ଚକ; ସ୍ୱାଗତ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସୁକତା

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀଶ୍ରୀ ଦଧିବାମନ ଧାମ, ଭଟଲି ପାଇଁ ଏକ ଗୌରବମୟ ତଥା ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି। ପୁରୀ…

ନିଟ୍-୨୦୨୬ରେ ଚମକିଲେ କୋରାପୁଟର ପୂଜ୍ୟମ ରାଜ, ସର୍ବଭାରତୀୟ ସ୍ତରରେ ରଖିଲେ…

କୋରାପୁଟ, ୧୭।୭ (ଅମିତାଭ ବେହେରା): ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (NEET-2026) ରେ କୋରାପୁଟ ଜିଲା ପାଇଁ ଗୌରବ ଆଣିଛନ୍ତି ସ୍ଥାନୀୟ ଫ୍ୟୁଜନ୍ ୱର୍ଲ୍ଡ ସ୍କୁଲର…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri