ରିୟଲ ଇଷ୍ଟେଟରେ ବଢୁ ଟିକସ ରିହାତି

ନୂଆଦିଲ୍ଲୀ,୨୪-୧: ଦେଶର ରିୟଲ ଇଷ୍ଟେଟ କ୍ଷେତ୍ର ବର୍ତ୍ତମାନ ବିଭିନ୍ନ ସମସ୍ୟା ସହ ଜୁଝୁ ଥିବା ବେଳେ ଏହି କ୍ଷେତ୍ରରେ ଚାହିଦା ବଢାଇବା ଲାଗି ଶିଳ୍ପ ସଂଘ କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ(ସିଆଇଆଇ) ସରକାରଙ୍କୁ ବିଭିନ୍ନ ପରାମର୍ଶ ଦେଇଛି। ସିଆଇଆଇ କହିଛି ଯେ, ଘର କ୍ରେତାଙ୍କ ଲାଗି ସରକାର ଟିକସ ରିହାତିକୁ ବଢାଇବାର ଆବଶ୍ୟକତା ରହିଛି। ଦେଶର ମୋଟ ଜିଡିପି ଅଭିବୃଦ୍ଧି ୬ରୁ ୭% କରିବା ଲାଗି ରିୟଲ ଇଷ୍ଟେଟ କ୍ଷେତ୍ରର ଚାହିଦା ବଢିବା ଭଳି ଯୋଜନା ହାତକୁ ନେବା ଆବଶ୍ୟକ। ଏହି କ୍ଷେତ୍ରକୁ ଅଧିକ ନଗଦ ଯୋଗାଣର ଆବଶ୍ୟକତାକୁ ମଧ୍ୟ ବୁଝିବାକୁ ହେବ ବୋଲି ଏହା ଏକ ବିବୃତ୍ତିରେ ପ୍ରକାଶ କରିଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କ୍ରେତାଙ୍କ ଲାଗି ଟିକସ ସୁବିଧା ବୃଦ୍ଧି ଏବଂ ଆୟ ସୀମା ବଢାଇବା ନେଇ ସିଆଇଆଇ ସରକାରଙ୍କୁ ନିବେଦନ କରିଛି। ଏହା ବଜେଟ ପୂର୍ବ ପରାମର୍ଶରେ କହିଛି ଯେ, ରିୟଲ ଇଷ୍ଟେଟ ପାଇଁ ଏକ ଫୋକସ ପ୍ଲାନ ଆସିବାର ଆବଶ୍ୟକତା ରହିଛି। ଏହା କାର୍ଯ୍ୟକାରୀ ହେବା ଦ୍ୱାରା ରିୟଲ ଇଷ୍ଟେଟ କ୍ଷେତ୍ର ଚାହିଦା ବଢିବା ସହ ଉଭୟ ସଙ୍ଗଠିତ ଏବଂ ଅଣ ସଙ୍ଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ଦିଗରେ ସହାୟକ ହେବ। ଏହା ସାମଗ୍ରିକ ଚାହିଦା ବୃଦ୍ଧି ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ସିଆଇଆଇ ମହାନିର୍ଦ୍ଦେଶକ ଚନ୍ଦ୍ରଜୀତ ବାନାର୍ଜୀ କହିଛନ୍ତି।
ଘର ଋଣ ସୁଧ ପ୍ରଦାନ ଉପରେ ସର୍ବୋଚ୍ଚ ଉପଲବ୍ଧ ଡିଡକସନ ସୀମା ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବଢାଇବା ଲାଗି ସଂଘ ପକ୍ଷରୁ ମତ ଦିଆଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏମ୍‌ଆଇଜି ୧ ଏବଂ ୨ ବର୍ଗରେ ଆୟ ପ୍ରସଙ୍ଗକୁ ୧୨ ଏବଂ ୧୮ ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇ ୧୮ ଲକ୍ଷ ଏବଂ ୨୫ ଲକ୍ଷ କରିବା ଉପରେ ସଂଘ ଗୁରୁତ୍ୱାରୋପ କରିଛି। ଏହା ହେଲେ ଉକ୍ତ ଯୋଜନାକୁ ସମାଜର ଏକ ବିସ୍ତୃତ ବର୍ଗ ନିକଟରେ ପହଞ୍ଚାଇବା ସହଜ ହେବ। ସେହିଭଳି ସମନ୍ବିତ ଟାଉନସିପ ଏବଂ ହାଉସିଂ ସେକ୍ଟରକୁ ଭିତ୍ତିଭୂମି ଷ୍ଟାଟସ, ସ୍ବଳ୍ପ ମୂଲ୍ୟରେ ଅଗ୍ରାଧିକାର ପାଣ୍ଠି ପାଇବା ଦିଗରେ ସହାୟତା କରିବାକୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri