ରିଲିଫ୍‌ ପାଣ୍ଠିକୁ ସହାୟତା

ଭଦ୍ରକ ଅଫିସ/ପଦ୍ମପୁର,/ କେନ୍ଦୁଝର, ୧ା୪(ଡି.ଏନ.ଏ.)-କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ବିଭିନ୍ନ ଆଡୁ ସହାୟତା ରାଶି ପ୍ରଦାନ କରାଯାଇଛି। ଭଦ୍ରକ ବ୍ଲକ ଗେଲଟୁଆ ପଞ୍ଚାୟତ ମା’ ତାରିଣୀ ଫେଡରେଶନ ସଙ୍ଗଠନ ପକ୍ଷରୁ ୧ଲକ୍ଷ ଟଙ୍କାର ଚେକ୍‌ ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସଙ୍କୁ ପ୍ରଦାନ କରାଯାଇଛି। ସେହିଭଳି ଜିଲାର ପ୍ରାଣୀ ଚିକିତ୍ସା ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀ ଏକାଠି ହୋଇ ମଙ୍ଗଳବାର ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ୨୫ହଜାର ଟଙ୍କାର ଏକ ଚେକ୍‌ ପ୍ରଦାନ କରିଛନ୍ତି। ଭଦ୍ରକରେ ଜଣେ ସ୍ବଳ୍ପ ରୋଜଗାର କରୁଥିବା ସତ୍ୟସୁନ୍ଦର ପାଲ ରିଲିଫ ପାଣ୍ଠିକୁ ୨୦ହଜାର ଟଙ୍କା ଚେକ୍‌ ପ୍ରଦାନ କରିଛନ୍ତି।
ସେହିଭଳି ବିଦେଇପୁର ହାଇୱା ସିଣ୍ଡିକେଟ୍‌ ତରଫରୁ ୨୫ହଜାର ଟଙ୍କାର ଚେକ୍‌ ବାସୁଦେବପୁରପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ସିଣ୍ଡିକେଟ୍‌ର ସଭାପତି ବଂଶୀଧର ବିଶ୍ୱାଳ ଓ ସମ୍ପାଦକ କମଳାକାନ୍ତ ଘଡ଼େଇ ପ୍ରଦାନ କରିଛନ୍ତି। ସେହିପରି କେନ୍ଦୁଝରଗଡ ପୌରପାଳିକାର ପୂର୍ବତନ ନଗରପାଳ ସରୋଜ କୁମାର ସାହୁ କେନ୍ଦୁଝରଗଡ ପୌରପାଳିକା ରିଲିଫ୍‌ ପାଣ୍ଠିକୁୁ ୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। କେନ୍ଦୁଝରଗଡ ପୌରପାଳିକା ରିଲିଫ୍‌ ଫଣ୍ଡ ନାମରେ ଥିବା ଆକାଉଣ୍ଟକୁ ସେ ୧ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। କରୋନା ପାଇଁ ଲକ୍‌ଡାଉନ୍‌ ସମୟରେ ପୌରାଞ୍ଚଳରେ ବସବାସ କରୁଥିବା ଗରିବ ଲୋକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଏହି ଅର୍ଥ ସହାୟକ ହେବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

ଦିଗପହଣ୍ଡି,୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଲଙ୍ଗଳ ଦେଇ, ଅନନ୍ତେଇ ଇଲାକାରେ ଶୁକ୍ରବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି…

ଗୋରୁଙ୍କୁ ରାସ୍ତା କାଟି ଯିବାବେଳେ ସାଇକେଲରୁ ଖସି ୨ ଛାତ୍ର ଗୁରୁତର

ଥୁଆମୂଳ ରାମପୁର,୧।୮ (ଦୁର୍ଗା କୀର୍ତ୍ତି): ସକାଳୁ ସ୍କୁଲକୁ ଯିବା ବେଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ରାସ୍ତାରେ ଥିବା ଗାଈମାନଙ୍କୁ କାଟି ଯିବା ବେଳେ ସାଇକେଲର ଭାରସାମ୍ୟ…

ପାଟଣା ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ହେବେ କୃତୀ ପ୍ରତିଭା

ପାଟଣା, ୧।୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ଆସନ୍ତା ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ…

ରାସ୍ତାରେ ଖୁଚୁରା ଟଙ୍କା ପକାଇ ମୁହୂର୍ତ୍ତକ ଭିତରେ ନେଇଗଲେ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ

ଗଜପତି,(ଗିରିଧାରୀ ପରିଛା) ୧।୮: ଦିନଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଲୁଟ୍। ରାସ୍ତାରେ ଖୁଚୁରା ଟଙ୍କା ପକାଇ ଧ୍ୟାନ ଭୁଲାଇଦେଲେ, ଆଉ ମୁହୂର୍ତ୍ତକ ଭିତରେ ୫ ଲକ୍ଷ…

୪୦ ଫୁଟ ତଳକୁ ଖସିଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର

ଗୁଣୁପୁର, ୧/୮ (ସଂକେତ ପାତ୍ର): ରାୟଗଡ଼ା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ…

ମା’ ପାଇଁ ଭକ୍ତଙ୍କ ଉପହାର :ମନ୍ଦିରକୁ ୨ ଲକ୍ଷ ୫୪ ହଜାର ଟଙ୍କା ସହ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିଚାଳନା କମିଟି ଓ ବହୁ…

ଜ୍ଞାନବିଜ୍ଞାନ ମେଳା: ୨୧୦ ପ୍ରକଳ୍ପ ପ୍ରଦର୍ଶିତ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶନିବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ…

odisha flood: ମହାନଦୀ ବନ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍‌, ସର୍ବୋଚ୍ଚ ଯନ୍ତ୍ରୀ କହିଲେ…

ଭୁବନେଶ୍ୱର,୧।୮: ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଶନିବାର ଗଣମାଧ୍ୟମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri