Posted inଖେଳ

ରିଡ୍‌ଙ୍କ ତତ୍ତ୍ୱାବଧାନରେ ଆକ୍ରମଣାତ୍ମକ ହୋଇଛୁ: ଗୁରିନ୍ଦର

ବେଙ୍ଗାଲୁରୁ,୬।୫(ପି.ଟି.): ହେଡ୍‌ କୋଚ୍‌ ଗ୍ରାହାମ ରିଡ୍‌ଙ୍କ ତତ୍ତ୍ୱାବଧାନରେ ଆମେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିବାରେ ସଫଳ ହୋଇଛୁ ବୋଲି ଭାରତୀୟ ଡିଫେଣ୍ଡର ଗୁରିନ୍ଦର ସିଂ କହିଛନ୍ତି। ଏହା ଦ୍ୱାର ଅଧିକରୁ ଅଧିକ ଗୋଲ ପ୍ରଦାନ କରିବ ସୁଯୋଗ ସୃଷ୍ଟି କରିବାରେ ଆମେ ସଫଳ ହୋଇଛୁ। ଚଳିତ ବର୍ଷ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା ଓ ବିଶ୍ୱ ଚାମ୍ପିୟନ ବେଲ୍‌ଜିୟମ ଏବଂ ଅଷ୍ଟ୍ରେଲିଆ ଭଳି ଶ୍ରେଷ୍ଠ ଦଳକୁ ପରାସ୍ତ କରିବାରେ ସକ୍ଷମ ହୋଇଥିଲା।
ଗୋଟିଏ ବର୍ଷ ହେବ ରିଡ୍‌ ଦାୟିତ୍ୱରେ ରହିଛନ୍ତି ଓ ଦଳରେ ଏକ ସକାରାତ୍ମକ ପରତର୍ତ୍ତନ ଆଣିବାରେ ସଫଳ ହୋଇଛନ୍ତି। ଏହି ଗୋଟିଏ ବର୍ଷ ମଧ୍ୟରେ ଆମର ହାବଭାବ ଓ ଦୃଷ୍ଟିକୋଣରେ ପରିବର୍ତ୍ତନ ହୋଇଛି। ପୂର୍ବାପେକ୍ଷା ଆମେ ଅଧିକ ଆକ୍ରମଣାତ୍ମକ ହୋଇପାରିଛୁ ବୋଲି ସେ କହିଛନ୍ତି। ଗତବର୍ଷ ଏପ୍ରିଲରେ ଦାୟିତ୍ୱ ନେବା ପରେ ରିଡ୍‌ ଦଳର ପ୍ରତ୍ୟେକ ସଦସ୍ୟଙ୍କ ସହ ବ୍ୟକ୍ତିଗତ ଭାବେ ମିଶି ଦଳର ରଣନୀତି ସମ୍ପର୍କରେ ଆଲୋଚନା କରିଥାନ୍ତି। ଗତବର୍ଷ ନଭେମ୍ବରରେ ଅନୁଷ୍ଠିତ ସିନିୟର କୋଚିଂ କ୍ୟାମ୍ପରେ ସେ ସବୁ ଖେଳାଳିଙ୍କ ସହ ଆଲୋଚନା କରି ସବୁ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିଛନ୍ତି ବୋଲି ଗୁରିନ୍ଦର କହିଛନ୍ତି।
ହାତରେ ଏବେ ବହୁତ ସମୟ ରହିଛି। ଫଳରେ ରିଡ୍‌ ସବୁ ଖେଳାଳିଙ୍କ ସହ ବହୁ ସମୟଧରି ଆଲୋଚନା କରୁଛନ୍ତି ଓ ଏହା ଆଗକୁ ବେଶ୍‌ କାମରେ ଆସିବ। ଏବେ ଅଲିମ୍ପିକ୍ସ ପାଇଁ ଦଳରେ ସ୍ଥାନ ପାଇବା ମୋର ମୁଖ୍ୟ ଲକ୍ଷ୍ୟ ବୋଲି ଗୁରିନ୍ଦର କହିଛନ୍ତି। ଗତ କିଛି ବର୍ଷ ହେବ ଗୁରିନ୍ଦର ଦଳରୁ ଏକାଧିକ ବାର ବାହାରି ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତ ପାଇଁ ଅଲିମ୍ପିକ୍‌ ଖେଳିବା ମୋର ପିଲାଦିନର ସ୍ବପ୍ନ ରହିଛି। ଦଳରେ ସ୍ଥାନ ହାସଲ କରି ଭାରତ ପାଇଁ ଅଲିମ୍ପିକ ପଦକ ଜିତିବା ମୋର ସବୁଠାରୁ ବଡ଼ ଲକ୍ଷ୍ୟ ରହିଛି। ୨୦୧୬ରେ ଜୁନିୟର ବିଶକପ୍‌ ଜିତିବା କ୍ୟାରିୟରର ସବୁଠାରୁ ସୁଖଦ ଅନୁଭୂତି ଥିଲା। ୨୦୧୭ ସୁଲତାନ ଆଜଲାନ ଶାହା କପ୍‌ ଟୁର୍ନାମେଣ୍ଟରେ ଖେଳି ସିନିୟର ଦଳ ପାଇଁ ପାଦର୍ପଣ କରିଥିଲି। ସେହିପରି ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଖେଳିଥିଲେ ମଧ୍ୟ ଏକାଧିକ ବଡ଼ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛି। ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଦଳକୁ ଫେରିବା ମୋ ପାଇଁ ସବୁଠାରୁ ବଡ଼ କଥା ଥିଲା। ଗତ ୩ ବର୍ଷ ମଧ୍ୟରେ ହକି ସମ୍ପର୍କରେ ବହୁତ କିଛି ଜାଣିବାକୁ ପାଇଛି। ତେଣୁ ଏବେ କୌଶଳ ତଥା ସ୍କିଲ୍‌କୁ ଆହୁରି ଉନ୍ନତି କରିବାକୁ ସୁଯୋଗ ପାଇଛି ବୋଲି ଗୁରିନ୍ଦର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

ରାହୁଲ ଗାନ୍ଧୀଙ୍କ ପିଏମ ଆବାସ ସମ୍ମୁଖରେ ଆନ୍ଦୋଳନ ପରେ ପଡିଲା ପ୍ରଭାବ: ସରକାରଙ୍କ ପକ୍ଷରୁ…

ନୂଆଦିଲ୍ଲୀ,୨୨।୭: NEET ପରୀକ୍ଷା ବିବାଦକୁ ନେଇ ବିରୋଧୀଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଭିତରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଜବାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri