Posted inଖେଳ

ରିଟାୟର୍ଡ ହର୍ଟ ହୋଇ ମ୍ୟାଚ୍‌ରୁ ବାଦ୍‌ ପଡିଲେ ଲିଟନ, ନଇମ ବଦଳ ଖେଳାଳିଭାବେ ମେହିଦି, ତାଇଜୁଲ ସାମିଲ

କୋଲକାତା,୨୩।୧୧(ପି.ଟି.)- ପ୍ରଥମ ଦିବାରାତ୍ର ଟେଷ୍ଟରେ ଦୁଇଟି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଦୁଇ ବାଂଲାଦଶ ବ୍ୟାଟ୍ସମ୍ୟାନ ଲିଟନ ଦାସ ଓ ନଇମ ହାସନ ରିଟାୟାର୍ଡ ହର୍ଟ ହୋଇ ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି। ପୂର୍ବରୁ ଦଳରୁ ବାଦ୍‌ ପଡିଥିବା ଦୁଇଜଣଙ୍କୁ ବଦଳ ଖେଳଳି ଭାବେ ଦଳରେ ସାମିଲ କରାଯାଇଛି। ମହମ୍ମଦ ସାମିଙ୍କ ଶର୍ଟ ବଲ୍‌ରେ ଲିଟନ ଓ ନଇମ ଆହତ ହୋଇଥିଲେ। ଫଳରେ ଏହି ଦୁଇ ଖେଳାଳିଙ୍କ ବଦଳରେ ଯଥାକ୍ରମେ ମେହିଦି ହାସନ ମିରାଜ ଓ ତାଇଜୁଲ ଇସ୍‌ଲାମଙ୍କୁ ଦଳରେ ସାମିଲ କରାଯାଇଥିଲା।
ଲିଟନଙ୍କ ମୁଣ୍ଡ ତଥା ହେଲମେଟର ଆଗରେ ବଲ୍‌ ବାଜିଥିଲା। ୨୦ତମ ଓଭରରେ ତୃତୀୟ ବଲରେ ଏହି ଘଟଣା ଘଟିଥିଲା। ସାମିଙ୍କ ଶର୍ଟ ବାଉନ୍ସରକୁ ପୁଲ କରୁଥିବାରେ ସେ ବିଫଳ ହୋଇଥିଲେ ଫଳରେ ସେ ଆହତ ହୋଇଥିଲେ। ଆହତ ହେବା ପରେ ସେ ବ୍ୟାଟିଂ ଜାରି ରଖି ଇଶାନ୍ତଙ୍କ ପର ଓଭରରେ ବାଉଣ୍ଡାରୀ ସହ ୯ ରନ ସଂଗ୍ରହ କରିଥିଲେ। ତେବେ ଏହାପରେ ସେ ଅସୁସ୍ଥତା ଅନୁଭବ କରି ଅମ୍ପାୟରଙ୍କୁ ଜଣାଇଥିଲେ। ଅମ୍ପାୟରଙ୍କ ସହ ଆଲୋଚାନ କରିବା ପରେ ସେ ପ୍ୟାଭିଲିୟନ ଫେରିଥିଲେ। କନ୍‌କସନ ସବଷ୍ଟିଚ୍ୟୁଟ ପାଇଁ ନିୟମ ଅନୁସାରେ ଉପଯୁକ୍ତ ମେଡିକାଲ ରିପୋର୍ଟ ମ୍ୟାଚ୍‌ ରେଫରୀଙ୍କୁ ପ୍ରଦାନ କାରାଯିବ ଦରକାର। ଏଥିସହ ବାଂଲାଦେଶ ପ୍ରଥମ ଦେଶ ଭାବେ କନ୍‌କଶନ ସବଷ୍ଟିଚ୍ୟୁଟ ନିୟମ ଅନୁସାରେ ଟେଷ୍ଟରେ ଦୁଇଜଣ ଖେଳାଳି ବଦଳ କରାଯାଇଛି।
କନ୍‌କସନ ନିୟମ ଲାଗୁ ହେବା ପରେ ଏପର୍ଯ୍ୟନ୍ତ ୫ଜଣ ଖେଳାଳି ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି। ୫ ଜଣଙ୍କ ମଧ୍ୟରୁ ୪ ଜଣ ଖେଳାଳି ଭାରତ ବିପକ୍ଷରେ ମୁଣ୍ଡରେ ବଲ୍‌ ବାଜିବା କାରଣରୁ ଟେଷ୍ଟରୁ ବାଦ୍‌ ପଡିଛନ୍ତି। ଏହା ଭାରତୀୟ ଦ୍ରୁତ ବୋଲରଙ୍କ ପ୍ରତିଭା ପ୍ରଦର୍ଶନ କରୁଛି।
ଉଇକେଟକିପର ବ୍ୟାଟ୍ସମ୍ୟାନ ଲିଟନଙ୍କୁ ସ୍ଥାନୀୟ ସିଟି ହସ୍ପିଟାଲକୁ ନିଆଯାଇଥିଲା ଓ ସେଠାରେ ତାଙ୍କର ସ୍କାନ କରାଯାଇଛି। ସେହିପରି ସାମିଙ୍କ ବଲ୍‌ ନଇମଙ୍କ ଦେହରେ ବାଜିଥିଲା ଓ ତାଙ୍କର ଚିକିତ୍ସା କରିଥିଲେ ଭାରତୀୟ ଟିମ୍‌ ଫିଜିଓ ନିତିନ ପଟେଲ। କ୍ରିକେଟରେ କନ୍‌କଶନ ନିୟମ ଲାଗୁ ହେବା ପରେ ଏପରି ଖେଳଳି ବଦଳ ହୋଇଛି। ଉଲ୍ଲେଖଥାଉ କି, ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଚଳିତ ବର୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ସହିତ କନ୍‌କଶନ ନିୟମ ଲାଗୁ କରିଥିଲା। ଏହି ନିଇମ ଅନୁସାରେ ଆହତ ଖେଳାଳିଙ୍କ ବଦଳରେ ଆଉ ଜଣେ ବଦଳ ଖେଳାଳିଙ୍କୁ ମ୍ୟାଚ୍‌ରେ ସାମିଲ କରାଯାଇପାରିବ। ତେବେ ବଦଳ ଖେଳାଳି ଜଣକ ଆହତ ଖେଳାଳିଙ୍କ ଶୈଳୀର ହେବା ଆବଶ୍ୟକ। ଉଦାହରଣ ସ୍ବରୁପ ଜଣେ ବ୍ୟାଟ୍ସମ୍ୟାନ ବାଦ୍‌ ପଡିଲେ ଜଣେ ବ୍ୟାଟ୍ସମ୍ୟାନ ହିଁ ଦଳରେ ସାମିଲ ହେବ। ବୋଲର କିମ୍ବା ଅଲରାଉଣ୍ଡର ନୁହଁ। ଲିଟନଙ୍କ ବଦଳରେ ସାମିଲ ହୋଇଥିବା ମେହିଦି ଅଫ୍‌ ସ୍ପିନର ହୋଇଥିଲେ ମଧ୍ୟ ବୋଲିଂ କରିପାରିବେ ନାହିଁ। ଅବଶ୍ୟ ମେହିଦି ବେଶି ସମୟ ତିଷ୍ଠି ନ ପାରି ୮ ରନ କରି ଇଶାନ୍ତ ଶର୍ମାଙ୍କ ଦ୍ୱାରା ଆଉଟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

IPL ମଧ୍ୟରେ ପ୍ରେମିକାଙ୍କ ସହ ଗୁରୁଦ୍ୱାର ପହଞ୍ଚିଲେ ଅର୍ଶଦୀପ, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା

ନୂଆଦିଲ୍ଲୀ,୧୪।୪: କ୍ରିକେଟର ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କ ସାଧାରଣ, ଅନେକ ପୁରୁଷ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ସଦ୍ୟତମ ପ୍ରକାଶିତ ବ୍ୟକ୍ତି ହେଉଛନ୍ତି ଅର୍ଶଦୀପ ସିଂହ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri