ରିକ୍ସା ଟାଣି ଗୁଜୁରାଣ ମେଣ୍ଟାଉଛନ୍ତି ଲକ୍ଷ୍ମୀଧର

କେନ୍ଦୁଝର, ୧୩ା୨(ଡି.ଏନ.ଏ.): ବର୍ତ୍ତମାନ ସହରମାନଙ୍କରେ ଟ୍ୟାକ୍ସି ଅନ୍‌ କଲ୍‌ ଗ୍ରାହକଙ୍କ ନିକଟରେ ସହଜସାଧ୍ୟ ଭାବରେ ପହଞ୍ଚି ପାରୁଥିବା ସହ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଅଟୋର ସୁବିଧା ମଧ୍ୟ ପର୍ଯ୍ୟାପ୍ତ ହୋଇଛି। ଅନୁରୂପ ଭାବେ ମାଲ ପରିବହନ ପାଇଁ ମଧ୍ୟ ନୂତନ ପ୍ରକାରର ଯାନ ବଜାରକୁ ଆସିଛି। ଏପରିସ୍ଥଳେ ‘ମାଗୁଣିର ଶଗଡ଼’ ଯେପରି ସମସ୍ତଙ୍କ ପାଇଁ ବିଚିତ୍ର ସେପରି ଏହି ହାଇଟେକ୍‌ ଯୁଗରେ ରିକ୍ସା ଟାଣି କେନ୍ଦୁଝରରେ ଗୁଜୁରାଣ ମେଣ୍ଟାଉଛନ୍ତି ଲକ୍ଷ୍ମୀଧର ପଲେଇ। ଆଉ ଏଥିରେ ମଧ୍ୟ ତାଙ୍କର ପରିବାର ପ୍ରତିପୋଷଣ ହେଉଥିବା କଥା ସେ ସ୍ବୀକାର କରିଛନ୍ତି। ଦୀର୍ଘ ୨୦ରୁ ୨୫ବର୍ଷ ହେଲା ସାଇକେଲ ରିକ୍ସା ଟାଣି ପରିବାର ଚଳାଉଛନ୍ତି ଲକ୍ଷ୍ମୀଧର।
କେନ୍ଦୁଝର ସଦର ବ୍ଲକ ମହାଦେଇଯୋଡ଼ାର ବାସିନ୍ଦା ଲକ୍ଷ୍ମୀଧର। ସଂସାର କହିଲେ ୪ ପ୍ରାଣୀ। ସ୍ତ୍ରୀ ରାହାସ ପଲେଇ। ଜଣେ ପୁଅ ଏବଂ ଜଣେ ଝିଅ। କେନ୍ଦୁଝର ସହରରେ ଦୀର୍ଘଦିନ ହେଲା ସାଇକେଲ ରିକ୍ସା ଟାଣି ପ୍ରତିଦିନ ୩୦୦ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି ଲକ୍ଷ୍ମୀଧର। ବର୍ତ୍ତମାନ ମହଙ୍ଗା ଯୁଗରେ କୌଣସିମତେ ପରିବାର ଚଳିଯାଉଛି ବୋଲି ପ୍ରକାଶ କରିଛନ୍ତି। ବର୍ତ୍ତମାନ ଯୁଗରେ ଗାଡ଼ିମୋଟର,ଅଟୋ ଓ ଅନ୍ୟାନ୍ୟ ତିନିଚକିଆ ଓ ଚାରିଚକିଆ ଗାଡିରେ ଯାତ୍ରୀ ପରିବହନ ନିର୍ଭରଶୀଳ ହୋଇଥିବା ସତ୍ତ୍ୱେ ତାଙ୍କର ରିକ୍ସାର ଚାହିଦା ମଧ୍ୟ କମ୍‌ ନୁହେଁ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଅବଶ୍ୟ ଆଗ ଅପେକ୍ଷା ରୋଜଗାର କମିଯାଇଛି, ତେବେ ଆଗ ଭଳି ସହର କିମ୍ବା ଗ୍ରାମାଞ୍ଚଳରେ ସାଇକେଲ ରିକ୍ସା ଦେଖିବାକୁ ମିଳୁନାହିଁ। କାଁ ଭଁା କେନ୍ଦୁଝର ସହରରେ ଗୋଟିଏ କିମ୍ବା ଦୁଇଟି ରିକ୍ସା ଚାଲୁଛି। ରିକ୍ସାର ଚାହିଦାକୁ ମୁଖ୍ୟତଃ ତିନିଚକିଆ ଅଟୋ କବଳିତ କରିସାରିଛି। ଏଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ତାଙ୍କର ଯାହା ରୋଜଗାର ହେଉଛି ସେ ସେଥିରେ ଖୁସି ଅଛନ୍ତି ବୋଲି ପ୍ରକାଶ କରିଛନ୍ତି। ଅତୀତରେ ତାଙ୍କ ରିକ୍ସାରେ ସରକାରୀ ବିଭାଗର ଉଚ୍ଚ ଅଧିକାରୀଙ୍କ ସହ ଅନେକ ବଡ଼ ବଡ଼ ବ୍ୟବସାୟୀ,ବୁଦ୍ଧିଜୀବୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥାନରେ ଠିକ୍‌ ସମୟରେ ପହଞ୍ଚାଇ ପ୍ରଶଂସା ସାଉଁଟିଥିବା ସହ ବକସିସ୍‌ ମଧ୍ୟ ମିଳିଛି ବୋଲି ସେ କହିଛନ୍ତି। ହାତ ଗୋଡ଼ ଚାଲୁଥିବା ଯାଏ ରିକ୍ସା ଟାଣିବା ଛାଡ଼ିବେ ନାହିଁ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ପ୍ରେମରେ ପ୍ରତାରଣା ପାଇବା ପରେ ଟାଓ୍ବାର ଉପରକୁ ଚଢିଗଲେ ଯୁବକ, ତା’ପରେ ଘଟିଲା…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): ପ୍ରେମରେ ପ୍ରତାରଣା ପାଇବା ପରେ ଯୁବକ ୩୩ କେଭି ଟାୱାରରେ ଚଢି ଜୀବନ ହାରିବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ପହଞ୍ଚି…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri