ଚୌଦ୍ୱାର,୩୦।୧୨(ଡି.ଏନ.ଏ): ୫୫ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା କଳିଙ୍ଗ ଛକ-ଶଙ୍କରପୁର ରାସ୍ତାର କଳିଙ୍ଗଛକ ନିକଟରେ ରାସ୍ତାରେ ହମ୍ପ୍ସ ନିର୍ମାଣ ଯୋଗୁ ଆଖପାଖ ରାସ୍ତାରେ ନିୟମିତ ପାଣି ଜମି ରହୁଥିବା ଦେଖିବାକୁ ମିଳିଛି । ରାସ୍ତାରେ ଭାରିଯାନ ସବୁବେଳେ ଚଳାଚଳ କରିଥାଏ। ଏଣୁ ଛୋଟବଡ଼ ଖାଲଖମା ସୃଷ୍ଟି ହେଲାଣି। ସାଧାରଣ ଯାତାୟତରେ ବାଧାସୃଷ୍ଟି ହେଉଛି। ଦୈନିକ ଦୁର୍ଘଟଣା ଘଟୁଛି। ଏସମ୍ପର୍କରେ ସ୍ଥାନୀୟ ନାଗରିକମାନଙ୍କ ତରଫରୁ ବହୁବାର ଅଭିଯୋଗ କରାଯାଇଛି। ହେଲେ ରାସ୍ତା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟିପଡ଼ୁ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୁଚନାଯୋଗ୍ୟ ଯେ, କଳିଙ୍ଗଛକ ନିକଟରେ ଏହି ହମ୍ପ୍ସ ଓ ରାସ୍ତାରେ ପାଣି ଚାଲୁଥିବା ଯୋଗୁ ପିଚୁ ଉଠିଯାଇ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତା କଡ଼ରେ ନିର୍ମାଣ ହୋଇଥିବା ଡ୍ରେନଗୁଡିକ ମଧ୍ୟ ପୋତି ହୋଇଗଲାଣି। ଘର ଏବଂ ଦୋକାନରୁ ଆବର୍ଜନା ପାଣି ଡ୍ରେନରେ ଯାଇ ନ ପାରି ହମ୍ସରେ ଜମି ରହୁଛି। ଦୀର୍ଘଦିନ ଧରି ପାଣି ଜମିରହି ଦୁର୍ଗନ୍ଧ ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଉକ୍ତ ରାସ୍ତାକୁ ଲାଗି ଲକ୍ଷ୍ମୀ ମନ୍ଦିର ରହିଛି। ହେଲେ ଲୋକମାନେ ଏହି ରାସ୍ତାରେ ଯିବାକୁ ନାପସନ୍ଦ କରୁଛନ୍ତି। ବ୍ୟସ୍ତବହୁଳ ଏହି ରାସ୍ତାଟିକୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ମରାମତି କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ବରିଷ୍ଠ ନାଗରିକ କୈଳାଶ ଚନ୍ଦ୍ର ବରାଳ, ଶରତ କୁମାର ଖୁଣ୍ଟିଆ, କେ.ସି.ପ୍ରତାପ ସିଂ, ବସନ୍ତ କୁମାର ଦାସ, ଦିଲ୍ଲିପ କୁମାର ସାହୁ, ସହଦେବ ବରାଳ, ଚୈତନ୍ୟ ସାହୁ, କରୁଣାକର ସାହୁ, ସ୍ମୃତିରଞ୍ଜନ ମହାପାତ୍ର, ଶରତ କୁମାର ନାୟକ ପ୍ରମୁଖ ଦାବି କରିଛନ୍ତି।
Posted inଆମ ଜିଲା ଖବର, କଟକ View All
ପ୍ରସବ କରାଇବାକୁ ଆସି ଫସିଗଲେ ନାବାଳିକା: ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ
ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...
‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’
ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...
ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ
ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...
ଛତୁଆ ବିଲ୍ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ
ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...
ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …
ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...
ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ
ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...
ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍, ଆଉ ତା’ ପରେ…
ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...
୬ ଫୁଟ୍ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼
ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...
Archives


