ରାସ୍ତାକଡ଼ରେ ଜଙ୍ଗଲୀ ଛତୁର ପସରା

କେନ୍ଦୁଝର, ୨ା୭(ସ୍ବ.ପ୍ର.)-ଛତୁ ଖାଇବାକୁ କିଏ ନ ଭଲ ପାଏ। ବର୍ଷା ଆରମ୍ଭ ହେଲେ ସକାଳୁ ବଣଜଙ୍ଗଲରେ ବିଭିନ୍ନ ରଙ୍ଗବେରଙ୍ଗର ଛତୁ ଫୁଟିଥାଏ। ଏହା ଦେଖିବାକୁ ଯେତିକି ସୁନ୍ଦର ହୋଇଥାଏ ତାହାର ସ୍ବାଦ ମଧ୍ୟ ସେତିକି ଭଲ। ପିଲା ଠାରୁ ବୃଦ୍ଧ ସମସ୍ତେ ଛତୁ ଖାଇବାକୁ ଭଲ ପଆନ୍ତି। କେନ୍ଦୁଝର ଜିଲା ପାହାଡ଼ି ଇଲାକା ହୋଇଥିବାରୁ ବନବାସୀଙ୍କ ଅର୍ଥନୀତିରେ ଛତୁ ଗୁରୁତ୍ୱ ବହନ କରିଥାଏ ା ବର୍ଷା ଆସିଲେ ବଣ ଜଙ୍ଗଲରେ ଫୁଟିଥିବା ରଙ୍ଗବେରଙ୍ଗ ଛତୁକୁ ବନବାସୀ ସଂଗ୍ରହ କରି ହାଟବଜାରରେ ବିକି ଦୁଇ ପଇସା ରୋଜଗାର କରିଥାନ୍ତି। ସେହିପରି ରାସ୍ତାକଡ଼ରେ ସେମାନେ ଛତୁର ପସରା ମେଲାଇ ଗ୍ରାହକ ଅପେକ୍ଷାରେ ବସିଥାନ୍ତି। ବିଭିନ୍ନ ପ୍ରକାରର ଛତୁ ମଧ୍ୟରୁ ଏବେ ପିଚ, ବାନୁ, ମଣ୍ଡା, ପତୁରିଆ ଆଦି ଛତୁ ମିଳିଥାଏ ା
ଝିପି ଝିପି ବର୍ଷାରେ ସେମାନେ ସକାଳୁ ଜଙ୍ଗଲ ଓ ପାହାଡକୁ ଟୋକିଲି, ବୋଝ, ବ୍ୟାଗ ଆଦି ଧରି ବାହାରିଯାଆନ୍ତି। ଛତୁ ସଂଗ୍ରହ କରି ବଜାରକୁ ଯାଇ ବିକିଥାନ୍ତି। ବର୍ଷା ଦିନ ଅଧିକ ହେଲେ ରୁଟୁକା, ବିହୁଡୁଣୀ ଆଦି ଛତୁ ଫୁଟିଥାଏ। ଏହାର ଚାହିଦା ସବୁଠି ଅଧିକ ରହିଛି। ଏହି ଛତୁର ସ୍ବାଦ ନିଆରା। ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ସବୁ ବର୍ଗର ଲୋକେ ବିଭିନ୍ନ ଛତୁ ତରକାରୀ କରି ବା ଏହାକୁ ତେଲରେ ଭାଜି କରିଖାଇଥାନ୍ତି। ଏଠାରୁ ଛତୁ ବେପାରୀ ମାନେ କିଣି ନେଇ କଟକ, ଭୁବନେଶ୍ୱର, ପାରଦୀପ ଆଦି ସହରକୁ ନେଇ ବିକି ବେଶ ଲାଭବାନ ହୋଇଥାନ୍ତି। ଛତୁ ତରକାରୀ ବଡ ବଡ ହୋଟେଲରେ ମଧ୍ୟ ପ୍ରସ୍ତୁତ ହୋଇଥାଏ ା ଗ୍ରାହକ ମାନେ ଏହି ଛତୁ ଖାଇବାକୁ ବେଶ ଭଲ ପାଇଥାନ୍ତି। ବର୍ଷ ତମାମ ପାଳ ଛତୁ ଓ ବଟମ ଛତୁ ଖାଉଥିଲେ ହେଁ ବର୍ଷା ଦିନରେ ଏହି ସବୁ ଛତୁର ସ୍ବାଦ ଅତ୍ୟନ୍ତ ନିଆରା। ପ୍ରାକୃତିକ ପରିବେଶରୁ ହିଁ ଛତୁର ଜନ୍ମ। ଜଙ୍ଗଲରୁ ପତ୍ର ଝଡା ଦେବା ପରେ ଶୁଖିଲା ପତ୍ର ମାଟିରେ ପଡି ମିଶିଯାଏ ା ବର୍ଷା ହେଲେ ମାଟିରୁ ଏହି ଛତୁ ବାହାରିଥାଏ ା ଏହାକୁ ବନବାସୀ ମାନେ ସଂଗ୍ରହ କରି ବିକିଥାନ୍ତି। ଛତୁ ଭାଗ ବଜାରରେ ୨୦ରୁ ୫୦ ଟଙ୍କାରେ ବିକ୍ରି ହୋଇଥାଏ। ସେହିପରି କିଲୋ ୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ ା ତେବେ ଛତୁ ସଂଗ୍ରହ କାରୀ ଅନେକ ସମୟରେ ଉପଯୁକ୍ତ ବଜାର ଅଭାବରୁ ବେପାରିଙ୍କ ଠକାମୀର ଶୀକାର ହୋଇଥାନ୍ତି। ଏହା ସ୍ବାସ୍ଥ୍ୟ ପକ୍ଷେ ହିତକର ା ତେବେ ବର୍ଷା ଦିନରେ ଅନେକ ସମୟରେ ବିଷାକ୍ତ ଛତୁ ଖାଇ ଲୋକେ ଅସୁସ୍ଥ ହୋଇଥାନ୍ତି। ଏପରିକି ମୃତ୍ୟୁମୁଖରେ ପଡନ୍ତି। ଏଣୁ ଏଥିପ୍ରତି ସାବଧାନ ରହିବା ଆବଶ୍ୟକ ବୋଲି ଜଡିବୁଟି ବିଶାରଦ ହରେକୃଷ୍ଣ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri