ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ

ନାଉଗାଁ, ୨୯।୨ (ସ୍ବ.ପ୍ର.): ଜନସାଧାରଣଙ୍କୁ ସହଜ ଓ ସୁବିଧାରେ ବିଦ୍ୟୁତ୍‌ ସେବା ଯୋଗାଇଦେବା ସକାଶେ ନାଉଗାଁ ବ୍ଲକରେ ସେସୁ ଓ ଏନ୍‌ଜେନ୍‌ କମ୍ପାନୀ ଦାୟିତ୍ୱ ନେଇଛନ୍ତି। ହେଲେ ବ୍ଲକ ଅଞ୍ଚଳର ଅନେକ ସ୍ଥାନରେ ଟ୍ରାନ୍ସଫର୍ମର ମୁକୁଳା ପଡ଼ିଥିବା ଦେଖାଯାଉଥିବା ବେଳେ ଅନେକ ସ୍ଥାନରେ ଛିଣ୍ଡା ତାର ସଂଯୋଗ କରାଯାଇ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଏଥିସହ କେତେକ ସ୍ଥାନରେ ବିଦ୍ୟୁତ୍‌ ତାର ଓହଳି ରହିଥିବା ଦେଖାଯାଇଛି। ବ୍ଲକର ମୁଖ୍ୟରାସ୍ତା (ଶିଖରଘାଟ-ବାଲିଭଉଁରୀ) ଉପରେ ଦୀର୍ଘଦିନ ଧରି ବିଦ୍ୟୁତ୍‌ ଖୁଣ୍ଟ ରହିଥିବାରୁ ପ୍ରତ୍ୟହ ଦୁର୍ଘଟଣା ଘଟୁଥିବା ବେଳେ ଲୋକମାନେ ଯିବାଆସିବା ପାଇଁ ବହୁ ଅସୁବିଧା ଭୋଗୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ପୂର୍ତ୍ତ ବିଭାଗ ଅଧୀନରେ ଥିବା ବ୍ଲକର ମୁଖ୍ୟରାସ୍ତା ଦେଇ ପ୍ରତ୍ୟହ ଶତାଧିକ ମାଲ୍‌ବାହୀ ଓ ଯାତ୍ରୀବାହୀ ଗାଡ଼ି ଯା’ଆସ କରୁଛି। ରାସ୍ତାର ଗୁରୁତ୍ୱ ଦୃଷ୍ଟିରୁ ୨୦୧୫ରେ ରାସ୍ତା ସମ୍ପ୍ରସାରଣ କରାଯାଇଛି। କିନ୍ତୁ ଏହି ରାସ୍ତା ଉପରେ ବିଦ୍ୟୁତ୍‌ ଖୁଣ୍ଟ ରହିଥିବାରୁ ଅନେକ ସମୟରେ ଲୋକେ ଛୋଟ ବଡ଼ ଦୁର୍ଘଟଣାର ଶିକାର ହେଉଛନ୍ତି। ରାତି ହେଲେ ଏହି ରାସ୍ତା ଦେଇ ଯାଉଥିବା ଅଜଣା ଲୋକମାନେ ଇଲେକ୍ଟ୍ରି ପୋଲ୍‌ରେ ବାଡେଇ ହୋଇ ଖଣ୍ଡିଆଖାବରା ହେଉଛନ୍ତି। ରାସ୍ତା କାର୍ଯ୍ୟ ସମୟରେ ପୂର୍ତ୍ତ ବିଭାଗ ଓ ବିଦ୍ୟୁତ୍‌ ବିଭାଗ ସମନ୍ବୟରେ ରାସ୍ତା ଉପରେ ରହୁଥିବା ଖୁଣ୍ଟ ସ୍ଥାନାନ୍ତର କରାଯିବା କଥା। କିନ୍ତୁ ଏହା କରାଯାଇ ନ ଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପଟେ ରାସ୍ତା ଉପରେ ବିଦ୍ୟୁତ୍‌ ଖୁଣ୍ଟ ରହିଥିବା ବେଳେ ଅନ୍ୟପଟେ ବିଦ୍ୟୁତ୍‌ ତାର ୨୦ ଫୁଟରୁ କମ୍‌ ଉଚ୍ଚରେ ରହିଛି। ଏହା ବ୍ଲକର ମୁଖ୍ୟ ରାସ୍ତା ହୋଇଥିବାରୁ ପୁରୀ, କାକଟପୁର, କଟକ, ପାରାଦୀପ, କେନ୍ଦ୍ରାପଡା ଆଦି ସ୍ଥାନକୁ ଯିବା ପାଇଁ ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। କିନ୍ତୁ ରାସ୍ତା ଉପରେ ବିଦ୍ୟୁତ୍‌ ଖୁଣ୍ଟ ଓ କମ୍‌ ଉଚ୍ଚତାରେ ତାର ଯାଇଥିବାରୁ ବଡ଼ ଧରଣର ଦୁର୍ଘଟଣା ଘଟିବା ଆଶଙ୍କାରେ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରୁଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ କର୍ଣ୍ଣପାତ କରୁନାହାନ୍ତି। ତୁରନ୍ତ ଖୁଣ୍ଟ ସ୍ଥାନାନ୍ତର କରାଯିବା ସହ ଓହଳି ରହିଥିବା ତାର ସଜାଡ଼ିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ଦେବଦତ୍ତ ଉପାଧ୍ୟାୟଙ୍କୁ ପଚାରିବାରେ, ଯେଉଁସ୍ଥାନରେ ରାସ୍ତା ଉପରେ ଖୁଣ୍ଟ ରହିଛି, ସେଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। ନାଉଗଁା ବ୍ଲକ ଅଞ୍ଚଳରେ ସ୍ଥାନାନ୍ତର ପ୍ରକ୍ରିୟା ଚାଲୁରହିଛି। ଖୁବ୍‌ଶୀଘ୍ର ସେହି ଖୁଣ୍ଟ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ଚିପ୍ସ ପ୍ୟାକେଟ୍‌ରେ ଥିବା ଖେଳନା ବଲ୍‌ ଗିଳି ଦେଲେ ଶିଶୁ, ଆଉ ତା’ପରେ…

ବେଙ୍ଗାଲୁରୁ,୨ା୮: କର୍ନାଟକର ମହୀଶୂର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷର ଜଣେ ବାଳକ କୁର୍‌କୁରେ ପ୍ୟାକେଟ୍‌ରେ ଥିବା ଛୋଟ ଖେଳନା ବଲ୍‌କୁ ଗିଳିଦେବାରୁ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

ବିମାନବନ୍ଦରରେ ପଦକଧାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ,୨ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳ ପ୍ରଦର୍ଶନ ପରେ ଓ୍ବେଟଲିଫ୍ଟର ମୀରାବାଈ ଚାନୁ, ଲଭପ୍ରୀତ ସିଂଙ୍କ ସମେତ ଭାରତୀୟ ଖେଳାଳିଙ୍କ ପ୍ରଥମ ବ୍ୟାଚ୍‌ ରବିବାର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri