ରାସ୍ତା ପାଲଟିଛି ଦୁର୍ଗମ: ଖମ୍ବ ପୋତି ପ୍ରତିବାଦ ଜଣାଇଲେ ଗ୍ରାମବାସୀ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

ବାଲିଆପାଳ, ୨୭ା୮(ଡି.ଏନ.ଏ.)-ବାଲିଆପାଳ ବ୍ଲକ ବଡାଶ ପଞ୍ଚାୟତ ଜଗାଇ ହାକାଣ୍ଡ ପୋଖରୀରୁ ମାଣିକ ସିମୁଳିଆସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ(ବିନ୍ଦୁ ଧର୍ମ)ଆଶ୍ରମ ପର୍ଯ୍ୟନ୍ତ ରାସ୍ତା ଦୁର୍ଗମ ହୋଇପଡିଛି। ଫଳରେ ଏହି ରାସ୍ତାରେ ଚାରିଚକିଆ ଯାନବାହନ ଚଳାଚଳକୁ ଗ୍ରାମବାସୀ ରାସ୍ତାରେ ଖମ୍ବ ପୋତି ବନ୍ଦ କରିଦେଇଛନ୍ତି ।

ଗ୍ରାମ ଉନ୍ନୟନ ବିଭାଗର ୧ କି.ମି. ଦୂର ଏହି ରାସ୍ତା ଏବେ ପାଣି କାଦୁଅରେ ପଚ ପଚ ହେଉଛି । ରାସ୍ତାର ଅନେକ ଜାଗାରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ପାଣି ଜମି ରହିଛି । ଫଳରେ ମାଟି କାଦୁଅ ଭର୍ତ୍ତି ଏହି ରାସ୍ତାରେ ଯାତାୟାତ କରିବା କଷ୍ଟସାଧ୍ୟ ହୋଇଛି । ଏପରିକି ପାଦରେ ଚାଲି କରି ଯିବା କଷ୍ଟକର ହୋଇଛି। ଛୋଟ ଛୋଟ ସ୍କୁଲ ପିଲା ଓ ବୟସ୍କ ଲୋକମାନେ ଏବେ ବର୍ଷା ଯୋଗୁ ରାସ୍ତାରେ ଯାଆସ କରିପାରୁନାହାନ୍ତି। ସେବା କେନ୍ଦ୍ରକୁ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନେ ହାକାଣ୍ଡ ପୋଖରୀ ପାଖରେ ସେମାନଙ୍କ ଗାଡି ରଖି ପାଣି ଓ କାଦୁଅରେ ଚାଲି ଚାଲି ଆସୁଛନ୍ତି । ଆଶ୍ରମର ଭକ୍ତମାନେ ପ୍ରାତଃ ଓ ସାନ୍ଧ୍ୟ ପ୍ରାର୍ଥନାସଭାକୁ ମଧ୍ୟ ଯିବାକୁ ପ୍ରମାଦ ଗଣୁଛନ୍ତି । ଆଶ୍ରମର ଭକ୍ତମାନେ ଓ ଗ୍ରାମବାସୀ ରାସ୍ତା ନିର୍ମାଣ ପାଇଁ ଜିଲାପାଳ, ବିଭାଗୀୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଏମ୍‌ପି, ବିଧାୟକ ପ୍ରମୁଖଙ୍କୁ ବାରମ୍ବାର ଜଣାଇ ଏବେ ନିରାଶ ହୋଇ ବସିଛନ୍ତି। ସେମାନଙ୍କ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ଅଟକି ରହିଛି । ଚଳିତବର୍ଷ ବର୍ଷାଋତୁ ଆରମ୍ଭ ହୋଇଯାଇଥିବାରୁ ଆଶ୍ରମର ଭକ୍ତମାନେ ଓ ଗ୍ରାମବାସୀ ରାସ୍ତାରେ ପାଣି କାଦୁଅକୁ ଦେଖି ଚାରିଚକିଆ ଯାନ ଗାଁ ଭିତରକୁ ପଶିବାକୁ ଦେଉନାହାନ୍ତି । ରାସ୍ତାରେ ସେମାନେ ଖୁମ୍ବ ପୋତି ସେମାନଙ୍କର ପ୍ରତିବାଦ ଜଣାଇଛନ୍ତି । ଦେଶ ସ୍ବାଧୀନ ହେବାଠୁ ୭୦ ବର୍ଷ ଅତିକ୍ରାନ୍ତ ହୋଇଥିଲେ ବି ଏଭଳି ଦୁର୍ଗମ ରାସ୍ତା ଜନପ୍ରତିନିଧିମାନଙ୍କର ଦୃଷ୍ଟିଗୋଚରକୁ ନ ଆସିବା ପରିତାପର ବିଷୟ ବୋଲି ସେମାନେ ଅଭିଯୋଗ କରିଛନ୍ତି । ରାଜନୈତିକ ବାଛବିଚାର ଯୋଗୁ ଏହି ରାସ୍ତାର ପ୍ରଶସ୍ତୀକରଣ ହେଉନାହିଁ ବୋଲି କେତେଜଣ ବୟସ୍କ ଗ୍ରାମବାସୀ କହିଛନ୍ତି । ରାସ୍ତା ବନ୍ଦ ଯୋଗୁ ୧୦୨ ଓ ୧୦୮ ଗାଡି ଗାଁ ଭିତରକୁ ନ ଯାଇ ପ୍ରାୟ ୧ କି.ମି. ବ୍ୟବଧାନରେ ରହୁଛି। ଫଳରେ ପ୍ରସୂତି ଓ ସେମାନଙ୍କର ଅଭିଭାବକମାନେ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ଜିଲାପାଳ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଗ୍ରାମବାସୀ ଓ ଆଶ୍ରମର ଅନ୍ତେବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ନିର୍ବାଚିତ ନହୋଇ ବିଧାୟକ ହେବେ ସୁନେତ୍ରା ପାୱାର, ନାମାଙ୍କନ ପ୍ରତ୍ୟାହାରର ୧ ଘଣ୍ଟା ପୂର୍ବରୁ ମତ ବଦଳାଇଲା କଂଗ୍ରେସ

ମୁମ୍ବାଇ,୯।୪: ବର୍ତ୍ତମାନ ଏହା ପ୍ରାୟ ନିଶ୍ଚିତ ଯେ ମହାରାଷ୍ଟ୍ରର ବାରାମତୀ ବିଧାନସଭା ଆସନରୁ ସ୍ବର୍ଗତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ବିଧାୟକ ହେବେ।…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri