ରାସ୍ତା ପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା; ଖୁବ୍‌ଶୀଘ୍ର ପର୍ଦ୍ଦାଫାଶ କରିବ ପୋଲିସ

ଅନୁଗୋଳ ଅଫିସ, ୧୧।୧୧:  ଅନୁଗୋଳ ବ୍ଲକ ବନ୍ତଳା ଥାନା ଗୁରଙ୍ଗ ଗ୍ରାମର ତ୍ରିପୁରା ନାଏକ(୧୯)ଙ୍କ ମୃତଦେହ ସାକସିଙ୍ଗା ରାସ୍ତା ପାର୍ଶ୍ୱରୁ ଶୁକ୍ରବାର ଅନୁଗୋଳ ପୋଲିସ ଉଦ୍ଧାର କରିବା ଘଟଣାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପରିବାର ଲୋକଙ୍କ ହତ୍ୟା ଅଭିଯୋଗକୁ ଆଧାର କରି ଅଧିକ ଖୋଳତାଡ଼ ଚଳାଇଥିବା ପୋଲିସ ଇତିମଧ୍ୟରେ ପରିବାର ଓ କେତେଜଣ ସମ୍ପର୍କୀୟଙ୍କୁ ପଚରାଉଚରା କରିସାରିଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିସାରିଥିବାରୁ ତଦନ୍ତର ଦିଗ ମଧ୍ୟ ସ୍ଥିର ହୋଇସାରିଛି। ତେଣୁ ଖୁବ୍‌ଶୀଘ୍ର ଘଟଣା ଉପରୁ ପୋଲିସ ପରଦା ଉଠାଇବ ବୋଲି ସୂଚନା ମିଳିଛି।
ପ୍ରକାଶ ଯେ, ଭୁବନେଶ୍ୱରରେ ଏକ କମ୍ପାନୀରେ ମେଶିନ୍‌ ଅପରେଟର ଭାବେ କାର୍ଯ୍ୟ କରୁଥିବା ଗୁରଙ୍ଗ ଗ୍ରାମର ତ୍ରିପୁରା ଗତ ୪ ତାରିଖରେ ନିଜ ମୋଟରସାଇକେଲ ସଜାଡ଼ିବା ସହ ଅନ୍ୟ କେତେକ କାର୍ଯ୍ୟରେ ଅନୁଗୋଳ ଯାଉଥିବା କଥା ଘରେ କହିଥିଲେ। ତେବେ ରାତିରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ପ୍ରଥମେ ବନ୍ତଳା ଥାନାରେ ନିଖୋଜ ଅଭିଯୋଗ କରିଥିଲେ। କିନ୍ତୁ ଗତ ୮ ତାରିଖରେ ସାକସିଙ୍ଗା-ଘୁଷାପାଳ ରାସ୍ତା ପାର୍ଶ୍ୱରୁ ତ୍ରିପୁରାଙ୍କ ଗଳିତ ମୃତଦେହ ମିଳିବା ପରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଥିଲା। ମୃତ ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିବାରୁ ପୋଲିସ ତଦନ୍ତକୁ ଦିଗ ମିଳୁ ନ ଥିଲା। ତଥାପି ପରିବାର ଓ ସମ୍ପର୍କୀୟଙ୍କୁ ପୋଲିସ ପଚରାଉଚରା ଚଳାଇଥିଲା। ଏବେ ବ୍ୟବଚ୍ଛେଦ ରିପୋର୍ଟ ପୋଲିସ ନିକଟରେ ପହଞ୍ଚି ସାରିଥିବାରୁ ସେହି ଆଧାରରେ ତଦନ୍ତ ଆଗକୁ ବଢ଼ିଛି। କେଉଁ ପରିସ୍ଥିତିରେ ତ୍ରିପୁରାଙ୍କ ମୃତ୍ୟୁ ହେଲା ଓ ତାଙ୍କ ବାଇକ୍‌ ଏବେ କେଉଁଠି ତାହା ଜାଣିବାକୁ ପୋଲିସ ଉଦ୍ୟମ ଜାରି ରଖିଥିବା ବେଳେ କରିଥିବା ପଚରାଉଚରାରୁ ଏ ନେଇ କିଛି ତଥ୍ୟ ମିଳିଛି। ଏହାଛଡ଼ା ପରିବାର ଲୋକେ କରିଥିବା ହତ୍ୟା ଅଭିଯୋଗ ମଧ୍ୟ ଦୃଢ଼ ହୋଇଛି। ତେଣୁ ଖୁବ୍‌ଶୀଘ୍ର ପୂରା ଘଟଣା ଉପରୁ ପୋଲିସ ପରଦା ହଟାଇବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ ଚୋରି କରି କମ୍‌ ଦାମ୍‌ରେ ବିକୁଥିଲେ ଅଭିଯୁକ୍ତ, ଧରିଲା ପୋଲିସ

ବଲାଙ୍ଗିର,୨।୨ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲା ପୁଇଁତଳା ଥାନା ପୋଲିସ ହାତରେ ଧରାପଡିଛନ୍ତି ବାଇକ ଚୋର । ଜଣେ ବାଇକ ଚୋର ସହିତ ଚୋର…

ଗଣିତ ନୋଟ୍‌ ବୁକ୍‌ ନେଇ ନଥିଲେ ବୋଲି ୩ୟ ଶ୍ରେଣୀ ଛାତ୍ରଙ୍କୁ ଲହୁଲୁହାଣ କଲେ ଶିକ୍ଷୟିତ୍ରୀ, ଡାକ୍ତରଖାନାରେ ହେଲେ ଭର୍ତ୍ତି

ଦାରିଙ୍ଗବାଡି, ୨ ।୨ (ଅରୁଣ ସାହୁ ): ଦଣ୍ଡମୁକ୍ତ ଅଞ୍ଚଳରେ ପ୍ରଚଣ୍ଡ ଦଣ୍ଡ ବ୍ୟବସ୍ଥା। ସାଧାରଣ ଗଣିତ ନୋଟ୍‌ ବୁକ୍‌ ଭୁଲିଯିବା ଓ ବିନା ନୋଟ୍‌ ବୁକ୍‌ରେ…

୧୫ ଫୁଟ୍‌ ପୋଲ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର, ହେଲ୍‌ପର

ଲାଞ୍ଜିଗଡ଼,୨।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶନାଥପୁର ଥାନା ଅନ୍ତର୍ଗତ ଢେପଗୁଡ଼ା ପୋଲରେ ପୁଣି ଏକ କୋଇଲା ବୋଝେଇ ଟ୍ରକ୍‌ ପୋଲ ତଳକୁ ଖସିପଡ଼ିଛି।…

କେନ୍ଦ୍ର ବଜେଟ୍‌ରେ ଇକୋ ଟୁରିଜିମ୍‌କୁ ଗୁରୁତ୍ୱ: ଋଷିକୂଲ୍ୟା ମୁହାଁଣରେ ହେବ…

ଗଞ୍ଜାମ,୨।୨(ବିଦ୍ୟାଧର ସାହୁ): ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସାମୁଦ୍ରିକ କଇଁଛ ବିରଳ ପ୍ରଜାତିର ଅଲିଭ ରିଡ୍‌ଲେଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ବତନ୍ତ୍ର ସ୍ଥାନ ପାଇଥିବା ଋଷିକୂଲ୍ୟା ମୁହାଁଣରେ ଇକୋ କରିଡର…

ବାଟରେ ଯାଉଥିବାବେଳେ ଦୁର୍ଘଟଣାରେ ଗୁରୁତରଙ୍କୁ ଦେଖି ଏମିତି କାମ କଲେ ସାମାଜିକ କର୍ମୀ

ଦିଗପହଣ୍ଡି,୨।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡାହାଡ ଡ୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ସୋମବାରଜଣେ ସ୍କୁଟି ଚାଳକ ଗାଡିରୁ ନିୟନ୍ତ୍ରଣ ହରାଇ…

ନାବାଳିକାଙ୍କୁ ଅପହରଣ କରିନେଇ ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ, ଶାରୀରିକ ସମ୍ପର୍କ ପାଇଁ…

ତୁମୁଡିବନ୍ଧ,୨।୨(ଦୀପକ କୁମାର ପରାସେଠ): ନାବାଳିକାଙ୍କୁ ଅପହରଣ କରି ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ। ରାତି ଅନ୍ଧାର ଭିତରେ ଘଞ୍ଚ ଜଙ୍ଗଲରେ ଭୟରେ ଜୀବନ ବଞ୍ଚାଇ…

ମିଛ ପ୍ରମାଣପତ୍ର ଦେଖାଇ ବୁଲୁଛନ୍ତି ଅନୁପ୍ରବେଶକାରୀ: ଚିହ୍ନଟ କରି ବିତାଡିତ ପାଇଁ ଏସଡିପିଓଙ୍କୁ ଦାବି କଲେ…

ଦାରିଙ୍ଗବାଡି, ୨।୨ (ଅରୁଣ ସାହୁ ): କନ୍ଧମାଳ ଜିଲାର ବିଭିନ୍ନ ବ୍ଲକ ସମେତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ବିଭିନ୍ନ ପ୍ରମାଣପତ୍ର ହାତେଇ ଘୂରିବୁଲୁଛନ୍ତି ।…

ପୋଲିସକୁ ସଫଳତା: ସିରିଜ ଚୋରି ଘଟଣାରେ ଜେଲ ଗଲେ ୫ ଅଭିଯୁକ୍ତ, ଜବତ ହେଲା ଏତେ ପରିମାଣର…

ଦିଗପହଣ୍ଡି,୨।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଇଲାକାରେ ଗତ ୧୫ ଦିନ ମଧ୍ୟରେ ୫ ରୁ ଉଦ୍ଧର୍‌ବ ଗ୍ରାମରେ ଘଟିଥିବା ରହସ୍ୟମୟ ସିରିଜ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri