ରାସ୍ତା ଉପରେ ପଥର ଗଦା, ଯାତାୟାତରେ ସମସ୍ୟା

ଗଣିଆ,୨୮ା୭(ଡି.ଏନ.ଏ.): ଗଣିଆ-ବଡମୂଳ ପୂର୍ତ୍ତ ବିଭାଗ ରାସ୍ତାର ମଣିଭଦ୍ରାଠାରେ ରାସ୍ତା ଉପରେ ପଥର ଗଦା ହୋଇଥିବାରୁ ଯାତାୟାତରେ ସମସ୍ୟା ଦେଖାଦେଇଛି ା ଏଥିସହ ରାସ୍ତାରେ ପଟୁମାଟି ପଡିରହିଥିବାରୁ ଲୋକେ ଛୋଟବଡ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ମଣିଭଦ୍ରା ପାଦଦେଶ ତଥା ମହାନଦୀ କୂଳରେ ଯାଇଥିବା ଏହି ରାସ୍ତା ଦେଇ ଦୈନିକ ଛାମୁଣ୍ଡିଆ, ବଡଶିଲିଙ୍ଗା ପଞ୍ଚାୟତର ଜନସାଧାରଣଙ୍କ ସମେତ ବଡମୂଳ ମଙ୍ଗାନସୀଠାରେ ଥିବା ସାତକୋଶିଆ ସ୍ୟାଣ୍ଡ ରିସୋର୍ଟକୁ ପର୍ଯ୍ୟଟକମାନେ ଯାତାୟାତ କରିଥାନ୍ତି। ଗତ ଦୁଇଦିନ ଧରି ବର୍ଷା ସାଙ୍ଗକୁ ଅଣଓସାରିଆ ରାସ୍ତା ଉପରେ ପଥର ଗଦା ହୋଇଥିବାରୁ ଛାମୁଣ୍ଡିଆ ଅଞ୍ଚଳକୁ ଆସୁଥିବା ଯାତ୍ରୀବାହୀ ବସ୍‌ ଓ ମାଲବାହୀ ଗାଡି ଯିବାଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାଛଡା ଡଙ୍କାରିସାହି ଛକଠାରୁ ବୃତ୍ତଙ୍ଗ ସେତୁ ପର୍ଯ୍ୟନ୍ତ ଅଣଓସାରିଆ ଅଙ୍କାବଙ୍କା ରାସ୍ତା ସାଙ୍ଗକୁ ରାସ୍ତା ଉପରେ ଏହି ପଥର ଗଦା ଯୋଗୁ ରାତି ସମୟରେ ଯାନବାହନ ଆରୋହୀମାନେ ଦୁର୍ଘଟଣାର ସମ୍ମୁଖୀନ ହେବା ସମ୍ଭାବନା ରହିଛି। ସୂଚନାଯୋଗ୍ୟ ରାସ୍ତା ପାର୍ଶ୍ୱସ୍ଥ ମହାନଦୀ କୂଳରେ ଜଳସମ୍ପଦ ବିଭାଗ ତରଫରୁ ୪ଟି ପଥର ବୁରୁଜ ନିର୍ମାଣ କାର୍ଯ୍ୟ ଚାଲୁରହିଛି ା ଏହି କାର୍ଯ୍ୟ ପାଇଁ ଆବଶ୍ୟକ ପଥରଗୁଡିକୁ ରାସ୍ତା ଉପରେ ଗଦା କରିବା ଦ୍ୱାରା ଏଭଳି ସମସ୍ୟା ଦେଖାଦେଇଛି ା ସେହିପରି ହାଇୱାରେ ଆସୁଥିବା ପଥର ସାଙ୍ଗରେ ଚିକିଟା ମାଟି ରାସ୍ତା ଉପରେ ପଡି ରାସ୍ତାସାରା କାଦୁଅ ହୋଇପଡିଛି ା ଏହାଛଡା ବୁରୁଜ ନିର୍ମାଣ କାର୍ଯ୍ୟରେ ଲାଗିଥିବା ହିଟାଚି ଯାତାୟାତ ଦ୍ୱାରା ପିଚୁ ରାସ୍ତାଟି ଖୋଳି ହୋଇ ନଷ୍ଟ ହୋଇଯାଇଛି। ପୂର୍ତ୍ତ ଓ ଜଳସମ୍ପଦ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିରଳ ଦୃଶ୍ୟ: ବଦ୍ରିଙ୍କ ହାତ ନେଇ ମୁଣ୍ଡରେ ରଖି ଆଶୀର୍ବାଦ ଲୋଡ଼ିଲେ ସୌମ୍ୟ

ହାଟଡିହୀ,୬ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଏବଂ ଘସିପୁରା ବିଧାନସଭା କ୍ଷେତ୍ର ପାଇଁ ହେଭିଓ୍ବେଟ୍‌ ନେତାମାନେ ନାମାଙ୍କନ ଦାଖଲ କରିଛନ୍ତି। ଘସିପୁରା ପାଇଁ ବିଜେଡି ବିଧାୟକ...

କଂଗ୍ରେସ ଗଡ଼ରେ ବିଜେଡିର ରଣହୁଙ୍କାର: ଡବଲ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ନିବେଦନ

ଦାରିଙ୍ଗବାଡି, ୬।୫ (ଅରୁଣ ସାହୁ ):କନ୍ଧମାକ ଜିଲା ଦାରିଙ୍ଗବାଡି ବ୍ଲକ ୧୧ ନଂ ଜିଲାପରିଷଦ ଜୋନ ଝିଞ୍ଜିରୀଗୁଡାରେ ସୋମବାର ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।...

ନାମାଙ୍କନ ବେଳେ ୨ ନେତା ଓ ସମର୍ଥକ ହାତାହାତି

ପୁରୀ,୬।୫: ପୁରୀ ଉପଜିଲ୍ଲାପାଳଙ୍କ ଅଫିସରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ଟିକେଟ କଟିଥିବା ସୁଜିତ୍ ମହାପାତ୍ର ହାତାହାତି ହୋଇଛନ୍ତି।...

ବଦ୍ରି, ଅଭିମନ୍ୟୁ, ଶମ୍ଭୁନାଥ, ସୌମ୍ୟଙ୍କ ନାମାଙ୍କନପତ୍ର ଦାଖଲ

ହାଟଡିହୀ/ସୋସୋ,୬ା୫(ଶୁଭକାନ୍ତ ନାୟକ/ସତ୍ୟବ୍ରତ ଜେନା): କେନ୍ଦୁଝର ଜିଲା ଘସିପୁରା ବିଧାନସଭା କ୍ଷେତ୍ର ପାଇଁ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ଏବଂ ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ...

ନାମାଙ୍କନପତ୍ର ଦାଖଲ କଲେ ସସ୍ମିତା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥିନୀ ସସ୍ମିତାରାଣୀ ସିଂହ ସୋମବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ...

କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଘୋଷଣା କଲେ ମୋଦି

ନବରଙ୍ଗପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ସୋମବାର ଓଡ଼ିଶା ଗସ୍ତରେ ଆସି ସରକାର ଗଠନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ

କେନ୍ଦୁଝର/ପାଟଣା,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ନାମାଙ୍କନପତ୍ର ଦାଖଲ କରିଛନ୍ତି।...

୮ରେ ରାୟଗଡ଼ା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ୮ ତାରିଖରେ ରାୟଗଡ଼ା ଆସିବାର କାର୍ଯ୍ୟକ୍ରମ ରହିଛି। କୋରାପୁଟ ଲୋକ ସଭା ଭାଜପା ପ୍ରାର୍ଥୀ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri