ରାସ୍ତା ଅପେକ୍ଷାରେ ବଡ଼ମୂଳବାସୀ

ଛେଣ୍ଡିପଦା, ୮ା୯(ଡି.ଏନ.ଏ.) – ଜଙ୍ଗଲ ଗ୍ରାମରୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିଥିଲେ ବି ମିଳୁନି ମୌଳିକ ସୁବିଧା। ବିଭିନ୍ନ ମୁଖ୍ୟ ସ୍ଥାନକୁ ସଂଯୋଗ କରୁଥିବା ଅସ୍ଥାୟୀ ମାଟି ରାସ୍ତା ପାଲଟିଛି ମରଣଯନ୍ତା। ଫଳରେ ଗ୍ରାମରୁ ବାହାରି ମୁଖ୍ୟ ରାସ୍ତାକୁ ବାହାରିବା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କତଡା ପଞ୍ଚାୟତର ବଡମୂଳବାସୀଙ୍କ ପାଇଁ କାଠିକର ପାଠ ହୋଇଯାଉଛି। ସେଠାରେ ସ୍ଥାୟୀ ରାସ୍ତାଟିଏ ନିର୍ମାଣ କରାଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଅଭିଯୋଗ ମୁତାବକ, କତଡା ପଞ୍ଚାୟତ ଅନ୍ତର୍ଗତ କତଡା-ପିତାଚରୀ-ବଡମୂଳ-ଡାହିମାଳ କୁ ସଂଯୋଗ କରୁଥିବା ପ୍ରାୟ ୯ କିମି ବିଶିଷ୍ଟ ଏହି ମାଟି ରାସ୍ତାଟି ଏବେ ଶୋଚନୀୟ ହୋଇପଡିଛି। ମରାମତି କରାଯାଉ ନ ଥିବାରୁ ଉକ୍ତ ରାସ୍ତା ଦେଇ ଯାତାୟାତ କରିବା କଷ୍ଟକର ହୋଇପଡୁଛି। ରାସ୍ତା ସାରା ଖାଲଖମା ସହ ବର୍ଷା ହେଲେ କାଦୁଅ ଭର୍ତ୍ତି ହୋଇଯାଉଥିବା ଯୋଗୁ ସେଠାରେ ଗାଡି ଯିବା ତ ଦୂର କଥା ଚାଲି କରି ମଧ୍ୟ ଯିବା ସମ୍ଭବ ହେଉନି। ଛାତ୍ରୀଛାତ୍ରମାନେ ବିପଦସଙ୍କୁଳ ଅବସ୍ଥାରେ ଏହି ଜଙ୍ଗଲ ରାସ୍ତା ଦେଇ ଯିବାଆସିବା କରୁଛନ୍ତି। ଏହା ଉପରେ ନିର୍ଭର କରୁଥିବା ବଡମୂଳ, ପୀତାଚରୀ, ଡାହିମାଳ,ବକଳା,କତଡା ଆଦି ଗ୍ରାମ ସହ ଅନ୍ୟ ପାର୍ଶ୍ୱବର୍ତ୍ତୀ ଗ୍ରାମର ଲୋକେ ବହୁ ଅସୁବିଧା ଭୋଗୁଛନ୍ତି। ଅନ୍ୟ ପକ୍ଷରେ ଉକ୍ତ ରାସ୍ତାଟି ଜଙ୍ଗଲ ବିଭାଗ ସଂରକ୍ଷିତ ଅଞ୍ଚଳ ଅଧୀନରେ ଯାଉଛି। ତେଣୁ ରାସ୍ତା ନିର୍ମାଣ ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଫରେଷ୍ଟ କ୍ଲିୟରାନ୍ସ ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନା ଜରିଆରେ ଏହି ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଏଥିପାଇଁ ଆବଶ୍ୟକ ଆର୍ଥିକ ଅନୁଦାନ ମଧ୍ୟ ମିଳିଛି। ହେଲେ ଏହାର ଅଗ୍ରଗତି ହୋଇପାରୁ ନ ଥିବାରୁ ଅଞ୍ଚଳବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବାକୁ ବଡମୂଳ ଗାଁ ସଭାପତି ଶରତଚନ୍ଦ୍ର ସାହୁ, ସମ୍ପାଦକ ପ୍ରଦୀପ କୁମାର ଦେହୁରୀ, ଦେବରାଜ ସାହୁ, ନିଶାମଣି ସାହୁ, ଦୁଷ୍ମନ୍ତ ସାହୁ, ଗୟାଚାନ୍ଦ ସାହୁ, ବରିଷ୍ଠ ନେତା ସୁଶୀଳ କୁମାର ସିଂହ, ରତ୍ନାକର ଖିଲାର, ରଞ୍ଜନ ଖିଲାର, ସରପଞ୍ଚ ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଜରପଡା ଫରେଷ୍ଟ ରେଞ୍ଜ ଅଫିସର ହୃଦାନନ୍ଦ ନାଏକ କୁହନ୍ତି,କତଡା ଠାରୁ ବଡମୂଳ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ପ୍ରାୟ ୩ କିମି ରିଜର୍ଭ ଫରେଷ୍ଟ ମଧ୍ୟରେ ରହିଛି। ତେଣୁ ସେହି ରାସ୍ତା ନିର୍ମାଣ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା କରାଯାଇପାରିବ ନାହିଁ। ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ଅନୁମୋଦନ କ୍ରମେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଫରେଷ୍ଟ କ୍ଲିୟରାନ୍ସ ମିଳିଲା ପରେ ଏହି ନିର୍ମାଣ କାମ ହୋଇପାରିବ। ଏ ବାବଦରେ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଯାଇଛି। ବିଡିଓ ରୋମାଞ୍ଚଳ ଖମାରୀ କୁହନ୍ତି, ପଞ୍ଚାୟତ ସମିତି ଅଧୀନରେ ଥିବା ରାସ୍ତା ନିର୍ମାଣ ତଥା ମରାମତି ପାଇଁ ଆବଶ୍ୟକ ଅର୍ଥ ଅନୁଦାନ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

ଗ୍ରାଉଣ୍ଡକୁ ଓହ୍ଲାଇଲା ଆମେରିକା ସେନା! ୩ୟ ବିଶ୍ୱଯୁଦ୍ଧକୁ ନେଇ ଭୟଙ୍କର ସଙ୍କେତ…

ଓ଼୍ବାଶିଂଟନ୍‌,୧୯।୩: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 28ରେ ଇସ୍ରାଏଲ ସହିତ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ “ପରବର୍ତ୍ତୀ ସମୟରେ…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri