Posted inଫୁରସତ

ରାଷ୍ଟ୍ରପତି ଭବନଠାରୁ ମଧ୍ୟ ଅଧିକ ସୁରକ୍ଷା ଦିଆଯାଏ ଏହି ଭବନକୁ

ସବୁ ଦେଶର ସୁରକ୍ଷିତ ସ୍ଥାନ ବା ଭବନ କହିଲେ ବୁଝାଏ ରାଷ୍ଟ୍ରପତି ଭବନ। ଏଠାରେ ସର୍ବଦା କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। ହେଲେ ଏହଠାରୁ ମଧ୍ୟ ଅଧିକ ସୁରକ୍ଷା ପ୍ରଦାନ କରାଯାଏ ଆମେରିକାରେ ଥିବା ‘ଫୋର୍ଟ ନକ୍ସ’ ବିଲଡିଂକୁ। ସୁରକ୍ଷା ଲାଗି ପ୍ରତିଦିନ ୨୪ ଘଣ୍ଟା ଏହା ଉପରେ ହେଲିକପ୍ଟର ଘୂରି ବୁଲୁଥାଏ। ପ୍ରକୃତରେ ଏହା ହେଉଛି ଆମେରିକା ସେନାର ଏ ପୋଷ୍ଟ। କଣ୍ଟୁକି ରାଜ୍ୟରେ ଅବସ୍ଥିତ ଏହି ଫୋର୍ଟ ଏକ ଲକ୍ଷ ୯ହଜାର ଏକର ପରିମିତ ସ୍ଥାନରେ ଅବସ୍ଥାପିତ। ବିଶ୍ୱର ଏହା ସବୁଠାରୁ ସୁରକ୍ଷିତ ବିଲଡିଂ ବୋଲି କୁହାଯାଏ। ଆମେରିକା ସେନା ଦ୍ୱାରା ୧୯୩୨ରେ ଏହାର ନିର୍ମାଣ କରାଯାଇଥିବା କୁହାଯାଏ। ଏଠାରେ ପକ୍ଷୀଟିଏ ଉଡିବା ବି କଷ୍ଟକର ବ୍ୟାପାର। ଏଠାରେ ଥିବା ଉଚ୍ଚ ଉଚ୍ଚ ପାଚିରୀ ମଜଭୁତ ମୋଟା ଗ୍ରାନାଇଟରେ ନିର୍ମାଣ କରାଯାଇଛି। ଆଉ ଏହାର ସୁରକ୍ଷା ପାଇଁ ପାଖାପାଖି ୩୦ ହଜାର ସେନାଙ୍କୁ ମୁତୟନ କରାଯାଇଛି। ଫୋର୍ଟ ନକ୍ସର ଛାତ ସମ୍ପୂର୍ଣ୍ଣ ଭାବେ ବୋମା ନିରୋଧକ। ଯେ କୌଣସି ଧରଣର ବୋମା ଫୁଟିଲେ ମଧ୍ୟ ଏହାର କୌଣସି କ୍ଷତି କରିପାରିବ ନାହିଁ। ଏହାସହ ଏହାର ଚାରିପଟେ ବିଭିନ୍ନ ପ୍ରକାରର ଆଲାମ୍‌ ମଧ୍ୟ ଲଗାଯାଇଛି। ଏହାର ସୁରକ୍ଷାରେ ଆପାଚେ ହେଲିକପ୍ଟର ବ୍ୟବହାର କରାଯାଉଛି। ବିନା ଅନୁମତିରେ ଏହା ଭିତରକୁ ତ ଦୂରର କଥା ଏହା ନିକଟକୁ ପହଞ୍ଚିବା ମଧ୍ୟ କଷ୍ଟକର ବ୍ୟାପାର ହୋଇଥାଏ। ଫୋର୍ଟ ନକ୍ସକୁ ଗୋଲ୍ଡ ରିଜର୍ଭ ବୋଲି ମଧ୍ୟ କୁହାଯାଏ। କାରଣ ଏଠାରେ ପାଖାପାଖି ୪୨ ଲକ୍ଷ କିଲୋ ସୁନା ରଖାଯାଇଛି। ଏହାବ୍ୟତିତ ଏଠାରେ ଆମେରିକା ସ୍ବତନ୍ତ୍ରତାର ଅସଲି ଘୋଷଣାପତ୍ର, ଗୁଟେନବର୍ଗର ବାଇବେଲ ଓ ଆମେରିକା ସମ୍ବିଧାନର ଅସଲି କପି ଆଦି ମହତ୍ୱପୂର୍ଣ୍ଣ ଜିନିଷ ଗଚ୍ଛିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri