Posted inRasifala

ରାଶିଫଳ: ସୋମବାର, ଫେବୃୟାରୀ ୩ ତାରିଖ – Daily Horoscope

ମେଷ
ସ୍ବରାଶିସ୍ଥ ଚନ୍ଦ୍ର ଯୋଗୁ ଆପଣ ପାରିବାରିକ ସ୍ତରରେ ଅନ୍ୟ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ଅସମର୍ଥିତ ସୂତ୍ରରୁ ଶୁଣିଥିବା ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ପାଇଁ ମନ ଛଟପଟ ହୋଇପାରେ। ସତର୍କତା ଅଭାବରୁ ହାତ ମୁଠାରୁ ସୁ୍‌ଯୋଗ ଖସିଯିବାର ଆଶଙ୍କା ରହିଛି । ସାହିତ୍ୟ, ସାମ୍ବାଦିକତା, ପ୍ରକାଶନ, ପ୍ରଶାସନ, ଗବେଷଣା କ୍ଷେତ୍ରରେ ଶୁଭଫଳ ପାଇବେ ।
ବୃଷ
ବୃଷ
କର୍ମସ୍ଥାନରେ ବୁଧଙ୍କ ସ୍ଥିତିରୁ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ଚେଷ୍ଟା କରୁଥିବା କାର୍ଯ୍ୟହାନୀ କାରଣରୁ ମନରେ ସରସତା ରହିବ ନାହିଁ । ସାମୟିକ ସ୍ନାୟବିକ ଦୁର୍ବଳତା ଅନୁଭବ କରିବା ସହ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବ।
ମିଥୁନ
ମିଥୁନ
ଧନାଧିପ ବ୍ୟୟଭାବସ୍ଥ ଯୋଗୁ ଅର୍ଥନୈତିକ ସ୍ଥିତି ବଗିଡିଯାଇପାରେ। ଆରଦ୍ରା ନକ୍ଷତ୍ରର ମାନସିକ ସ୍ଥିତି ଠିକ୍‌ ରହିବା ସହ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ପରିବାର ସହମତିରେ ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ । ରାହୁଙ୍କ ପ୍ରଭାବରେ ଅଧିକାଂଶ ସମୟ ବିଚଳିତ ରହିପାରନ୍ତି।
କର୍କଟ
କର୍କଟ
ବିଳାସକାରକ ଶୁକ୍ର ଓ ବୁଧଙ୍କ ସମ୍ପର୍କରୁ ବୁଦ୍ଧିଜିବୀ ମାନଙ୍କ ସହ ମନୋରନ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଶନି ଓ ରାହୁଙ୍କ ପ୍ରଭାବରେ ସନ୍ଦେହ ଓ ଭୁଲ୍‌ ବୁଝାମଣାବଶତଃ ସମସ୍ୟା ସୃଷ୍ଟି ହୋଇପାରେ। ଯାତ୍ରା, ଯୋଗାଯୋଗ, ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ।
ସି˚ହ
ସି˚ହ
ଉଚ୍ଚାରୋହୀ ଶୁକ୍ର ହେତୁ ଆପଣଙ୍କ ଉଦ୍ଦେଶ୍ୟ ପରିପୂର୍ଣ୍ଣତା ଲାଭ କରିବ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି। ରବିଙ୍କ ସ୍ଥିତି ଜନିତ ସାମୟିକ ଭାବରେ ସାମାନ୍ୟ ଶାରିରୀକ ଅସୁସ୍ଥି ଅନୁଭବ କରିବେ । ବିଳାସ ଉପକରଣ କିଣିବା ସହ କଳା, ସଙ୍ଗୀତ, କ୍ରୀଡ଼ା ତଥା ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ।
କନ୍ୟା
ଏକାଧିକ କାମରେ ବ୍ୟସ୍ତତା ବୃଦ୍ଧି ପାଇବା କାରଣରୁ ଶ୍ରମ ଓ ଭ୍ରମଣ ଜନିତ ଅବସର ମିଳି ନ ପାରେ । ବନ୍ଧୁମାନଙ୍କ ସହ ଅର୍ଥ ସଂଗ୍ରହ କରିବାରେ ତତ୍ପରତା ପ୍ରକାଶ କଲେ ଅବଶ୍ୟ ସଫଳତା ମିଳିବ । ପାରଷ୍ପରିକ ପକ୍ଷପାତିତା ଜନିତ ମତଭେଦ ଘଟିପାରେ। ଏଣେ ବାରମ୍ବାର ଧୋକା ଖାଇ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ ।
ତୁଳା
ତୁଳା
ବନ୍ଧୁମାନଙ୍କ ସହଯୋଗରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ମଙ୍ଗଳଙ୍କ ପ୍ରଭାବରୁ ଆର୍ଥିକ ଦିଗଟି ଭଲ ରହିବ କିନ୍ତୁ କଠୋର ଅନୁଶାସନ ପରିବାର ଓ କର୍ମକ୍ଷେତ୍ର ପାଇଁ ସମସ୍ୟା ସୃଷ୍ଟି କରିବ । ବୈବାହିକ କର୍ମସକାଶେ ବନ୍ଧୁପ୍ରସ୍ତାବ ଠିକ୍‌ ହୋଇପାରେ । ଋଣ, ପରିଶୋଧ,ପୁରୁଣା ବେମାରୀ, ଶତ୍ରୁତା କରୁଥିବା ବ୍ୟକ୍ତିକଥା ଚିନ୍ତା କରିପାରନ୍ତି।
ବିଛା
ବିଛା
ମଙ୍ଗଳଓ ଚନ୍ଦ୍ରଙ୍କ ଶୁଭତ୍ୱ କାରଣରୁ ପ୍ରଭାବରେ ଦେହ ଓ ମନ ସୁସ୍ଥ ରହିବ। କିନ୍ତୁ ବୃହସ୍ପତି ପାପଗ୍ରସ୍ଥ କାରଣରୁ ଅଭିଳାଷ ପୂରଣ ହେବା କଷ୍ଟକର ହୋଇପାରେ। ପରିସ୍ଥିତିବଶତଃ ଆପଣଙ୍କ ବିଚାରଧାରା ଓ ଯୋଜନା ବଦଳିଯିବାର ଆଶଙ୍କା ରହିଛି। ଆର୍ଥିକ, ପରିବାରିକ, କର୍ମକ୍ଷେତ୍ର, ବନ୍ଧୁସମ୍ପର୍କ ଓ ଆନୁଷ୍ଠାନିକ କାର୍ଯ୍ୟ ମଧ୍ୟମ ପ୍ରକାରର ରହିପାରେ।
ଧନୁ
ଧନୁ
ଆପଣ ଆକର୍ଷଣୀୟ କଥାକହି ବିବାଦୀୟ ସ୍ଥିତିକୁ ସ୍ବାଭାବିକ କରିବାରେ ସଫଳ ହେବେ। ଉପରିସ୍ଥଙ୍କ ଆଦେଶ ପ୍ରାପ୍ତ ହୋଇ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିପାରନ୍ତି। କୌଣସି ଆଗନ୍ତୁକଙ୍କ ସହ ତର୍କ ଜନିତ ସକାଳୁ ସକାଳୁ ମନଟା ବିଗିଡି ଯାଇପାରେ। ସନ୍ତାନଙ୍କ ଦୁର୍ବଳସ୍ବାସ୍ଥ୍ୟ ଯୋଗୁ ବିଚଳିତ ବୋଧ କରିବେ ।
ମକର
ମକର
ରାଶିରେ ପାପଗ୍ରହ ଓ ଦ୍ୱିତୀୟସ୍ଥ ବୁଧ ଆପଣଙ୍କୁ ଅପ୍ରିୟସତ୍ୟ କଥା କୁହାଇ ସମସ୍ୟା ଓ ସମ୍ପର୍କକୁ ନଷ୍ଟ କରିପାରନ୍ତି। ପାରିବାରିକ ଜୀବନରେ ଅଭାବ ଅଶାନ୍ତିର କାରଣ ହୋଇପାରେ। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବାର ସୂଚନା ରହିଛି। ଦିନଟିରେ ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ ।
କୁମ୍ଭ
କୁମ୍ଭ
ଅଭାବ ଅସୁବିଧା ଥିଲେ ମଧ୍ୟ ଶୁକ୍ରଙ୍କ ଯୋଗୁ ଆପଣଙ୍କ ସୁଖମୟ ଜୀବନର ଦିନଚର୍ଯ୍ୟା ବାଧାପ୍ରାପ୍ତ ହେବନାହିଁ । ଶନିଙ୍କ ପ୍ରଭାବରେ ଅତୀତକୁ ଧରିବସିଲେ ଏହି ସମୟର ସୁବିଧା, ସୁଯୋଗକୁ ହରାଇବାକୁ ପଡିପାରେ। ଶତଭିଷା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ଭୁଲ୍‌ଖବର ଓ ସ୍ବାସ୍ଥ୍ୟରେ ଅବନ୍ନତି ଦୁଃଶ୍ଚିନ୍ତାକୁ ବଢାଇବ।
ମୀନମୀନ
ବୃହସ୍ପତି ପାପଗ୍ରହଯୁକ୍ତ କାରଣରୁ ଉଦ୍ୟମ ସଫଳ ଦିଗରେ ଜଣେ କୃଷ୍ଣବର୍ଣ୍ଣର ବ୍ୟକ୍ତି ସାହାଯ୍ୟ କରିବେ। ରାଜନୀତି, ପ୍ରଶାସନ, ଆଇନ, ଗବେଷଣା, କଣ୍ଟ୍ରାକ୍ଟରୀ ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ସାମୟିକ ମନକୁ ଚହଲାଇ ଦେଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri