Posted inRasifala

ରାଶିଫଳ: ସୋମବାର ଏପ୍ରିଲ ୧୩ ତାରିଖ – Daily Horoscope

ମେଷ
ଆଜି ରବି ରେବତୀ ନକ୍ଷତ୍ରରେ ରହିଥିବାରୁ ଦ୍ୱିଜା ଓ କୃତ୍ତିକା ନକ୍ଷତ୍ରଙ୍କ ମିତ୍ରତା ବୃଦ୍ଧି ଘଟିବ । କୌଣସି ପ୍ରିୟବନ୍ଧୁଙ୍କ ଆଗମନର ସୂଚନା ପାଇବା ସାଙ୍ଗକୁ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ଆନୁଷ୍ଠାନିକ କାମରେ ସହଯୋଗ ଓ ସୁଖ ସମ୍ମାନ ପାଇ ଖୁସି ହେବେ । ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ ।
ବୃଷ
ବୃଷ
ଶୁକ୍ରଙ୍କ ସ୍ବଗୃହସ୍ଥିତି ପ୍ରଭାବରୁ ସ୍ବାସ୍ଥ୍ୟ ଭଲ ରହିବ ଏବଂ ଭୋଗବିଳାସରେ ସମୟ କାଟିବେ । କର୍ମକ୍ଷେତ୍ରରେ ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ । ଶତ୍ରୁତା ଯୋଗୁ ସାମାନ୍ୟ ବିଚଳିତବୋଧ କରିପାରନ୍ତି ।ନିଜ କାମ ଛାଡି ପରକଥାରେ ମୁଣ୍ଡ ପୂରାଇ ସମସ୍ୟାକୁ ଡାକି ଆଣିବା ଠିକ୍‌ ନ ହୋଇପାରେ ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ଦିଗରେ ବନ୍ଧୁ ସାହାଯ୍ୟ କରିବେ । ଦୀର୍ଘଦିନରୁ ଦେଖି ନ ଥିବା ସାଙ୍ଗଟି ନିଜ ତରଫରୁ ସହଯୋଗର ହାତ ବଢାଇବ ଓ ହସି ହସି କଥା ଆରମ୍ଭ କରିବ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି କରିବେ ଏବଂ ଲାଭ ମଧ୍ୟ କିଛି କମ୍‌ ହେବନାହିଁ । ଆମତ୍ୀୟମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି ।
କର୍କଟ
କର୍କଟ
ଯେତେ ପ୍ରକାରର ବନେଇ ଚୁନେଇ କହିଲେ ମଧ୍ୟ ଆପଣଙ୍କ କଥା ଓ ଉଦ୍ଦେଶ୍ୟକୁ ଠିକ୍‌ ଭାବେ ଅନ୍ୟମାନେ ବୁଝିପାରିବେ ନାହିଁ । ନିରାଡମ୍ବର ଭାବରେ ଆଜିର ଆନୁଷ୍ଠାନିକ କାମ ଓ ବନ୍ଧୁମିଳନ ସମାହିତ ହେବ । ପରିବାରରେ ସଫଳତା ପାଇବା ସକାଶେ ଛୋଟମାନଙ୍କ ମତାମତକୁ ଅସମ୍ମାନ କରନ୍ତୁ ନାହିଁ ।
ସି˚ହ
ସି˚ହ
ଶନି ସହ ମଙ୍ଗଳଙ୍କ ସଂଯୋଗ କାରଣରୁ ପାରିବାରିକ କ୍ଷେତ୍ରରେ ମନୋମାଳିନ୍ୟ ଘଟିବା କାରଣରୁ ମନ ଭାରାକ୍ରାନ୍ତ ରହିବ ।ତଥାପି ପରକ୍ଷଣରେ ପୂର୍ବାବସ୍ଥା ଫେରିପାଇବା ସକାଶେ ବିଭିନ୍ନ ପ୍ରକାରର ଯୋଜନା କରି ସମସ୍ୟାକୁ ସୁଧାରିନେବେ । ବେଖାତିର ମନୋଭାବ ଓ କଟୁକ୍ତି ମନରେ ଦୁଃଖଦେଇପାରେ।
କନ୍ୟା
ଆଜି ଆପଣ ଯେମିତି ଚାହିଁବେ ସେମିତି ପାଇବେ ,କିଛି ଅସୁବିଧା ହେବନି । ମନ ବୁଝିଲା ଭଳି କଥା କହି କର୍ମଚାରୀଟିର ଭୁଲ୍‌ ବୁଝାମଣାକୁ ସୁଧାରି ନେବାରେ ସମର୍ଥ ହେବେ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ । ପାରିବାରିକ ସ୍ତରରେ କେତେକ ସମସ୍ୟା ମାତ୍ର ବିଶେଷ କିଛି ଅସୁବିଧା ହେବ ନାହିଁ ।
ତୁଳା
ତୁଳା
ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ ଆଶା କରୁଥିବା କାମଗୁଡିକ ନ ହେବା କାରଣରୁ ମନରେ ସରସତା ରହିବ ନାହିଁ । ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ ହେବେ, ଯାହା କି ଆପଣଙ୍କୁ ଧର୍ମସଙ୍କଟରେ ପକାଇପାରେ । ବାରମ୍ବାର ଚେଷ୍ଟା କରି ମଧ୍ୟ ପିଲା ମାନଙ୍କ ବିଳମ୍ବ ବିବାହକୁ ନେଇ ଚିନ୍ତା ବଢିଯାଇପାରେ ।
ବିଛା
ବିଛା
ପରିସ୍ଥିତିବଶତଃ ମନ କଥାକୁ ମନ ଭିତରେ ରଖି ଯନ୍ତ୍ରବତ୍‌ କାମ କରିବାକୁ ବାଧ୍ୟ ହେବେ । ବାଣିଜ୍ୟ ଓ ବ୍ୟବସାୟ ପାଇଁ ଦିନଟି ଭଲ,କିନ୍ତୁ ବେଶି ତକଲିପି ହେବାକୁ ପଡିବ । ଆଜି ଆପଣ ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି ।
ଧନୁ
ଧନୁ
ଆଜି ପରିବାର ଭିତରେ ଛୋଟକଥାକୁ ନେଇ ମତପାର୍ଥକ୍ୟ ଦେଖାଦେଇପାରେ । କର୍ମକ୍ଷେତ୍ରରେ ପରସ୍ପର ଦୋଷାରୋପ କରି ଅଯଥା ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି । ସାମାଜିକ କ୍ଷେତ୍ରରେ ପଡୋଶୀମାନେ ଭୁରିଭୁରି ପ୍ରଶଂସା କରିବେ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ମାଧ୍ୟମରେ ସମସ୍ୟା ଗୁଡିକର ସରଳ ସମାଧାନ କରିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ । ଅଫିସରେ କଥା କଟା କଟି ହେତୁ ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କା ରହିଛି । ସାଇତି ରଖିଥିବା ଅର୍ଥ ଅନ୍ୟ ବାଟରେ ଖର୍ଚ୍ଚ ହୋଇଯାଇପାରେ । ଅଟକି ରହିଥିବା କାମଗୁଡିକୁ ଆଜି କରିପାରିବେ।
କୁମ୍ଭ
କୁମ୍ଭ
ଆର୍ଥିକ ଅଭାବ ହିଁ ସମସ୍ତ ସମସ୍ୟାର ମୂଳ କାରଣ ହେବାର ସୂଚନା ରହିଛି । ଋଣ ଆଣିଥିବା ବ୍ୟକ୍ତି ବିଭିନ୍ନ ପ୍ରକାରର କଟୁକ୍ତି ପ୍ରକାଶ କରିପାରେ । ତଥାପି ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ସମସ୍ୟା ଆସିଲେ ମଧ୍ୟ ଆପଣ ଦୃଢ ମନୋବଳ ଯୋଗଁ ବହୁ ବିପଦରୁ ରକ୍ଷା ପାଇବେ । ନିଜ ପରିସରରେ ନିଜର ଲୋକମାନେ ମିଥ୍ୟା ଅଭିଯୋଗ କରିପାରନ୍ତି ।
ମୀନମୀନ
ପରିବାରରେ ଭୁଲ୍‌ ବୁଝାମଣାରୁ ଆପଣ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି । ଆଲୋଚନା ପରିସରରେ ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଅବ୍ୟାହତ ରହିବ । ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ଅଯଥା ବାକ୍‌ବିତଣ୍ଡା ସୃଷ୍ଟି ହୋଇପାରେ । କଳା ସାହିତ୍ୟ ଓ ଚଳଚ୍ଚିତ୍ର ଦର୍ଶନ କ୍ଷେତ୍ରରେ ସମସ୍ୟାଗୁଡିକର ସମାଧାନ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri