Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୨୬ ତାରିଖ – Daily Horoscope

ମେଷ
ଆଜି ଚତୁର୍ଥସ୍ଥାନରେ ଷଷ୍ଠାଧିପତି ବୁଧଙ୍କ ଯୋଗୁ ପାରିବାରିକ କ୍ଷେତ୍ରରେ ମାନସିକ ଅସ୍ଥିରତା ଲାଗି ରହିବ। କର୍ମକ୍ଷେତ୍ରରେ କୈାଣସି ନୀଚ୍ଚ ଜାତିର ବ୍ୟକ୍ତିଙ୍କ ସହ କଳହର ସମ୍ଭାବନା ରହିଛି। ଆଲୋଚନାକାଳରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ। ଶିଳ୍ପ,ବ୍ୟବସାୟ ଓ କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ର ଭଲ ରହିବ।
ବୃଷ
ବୃଷ
ଧନସ୍ଥାନରେ ରାହୁଯୁଚ୍ଛ ଚନ୍ଦ୍ର ଅନ୍ୟମନସ୍କତା ସଙ୍ଗକୁ ଧନହାନୀ ଘଟାଇପାରେ। କିନ୍ତୁ ଶୁକ୍ରଙ୍କ ଚତୁର୍ଥସ୍ଥିତି ମୃଗଶିରା ନକ୍ଷତ୍ର ସକାଶେ ସୈାଖୀନ ଦ୍ରବ୍ୟ, ବିଳାସ ବ୍ୟସନ, କାବ୍ୟ ସାହିତ୍ୟ ଚର୍ଚ୍ଚା, କଳା, ସଙ୍ଗୀତ, କ୍ରୀଡାରେ ନୈପୁଣ୍ୟତା ପ୍ରଦାନ କରିବେ। ଏହା ସଙ୍ଗକୁ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଆଶାନୁରୂପ ସଫଳତା ହାସଲ କରିବେ।
ମିଥୁନ
ମିଥୁନ
ଆଜିର ଗ୍ରହସ୍ଥିତି ଅପ୍ରିୟସତ୍ୟ ଭାଷଣ କିମ୍ବା ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ସମସ୍ୟା ସୃଷ୍ଟି କରିବ। କିନ୍ତୁ ପୁନର୍ବସୁ ନକ୍ଷତ୍ର ପାଇଁ ଶିଳ୍ପ,ବ୍ୟବସାୟ, ପରିବହନ, ନିର୍ମାଣ ଓ ସଭାସମିତିରେ ଅଶାନୁଯାୟୀ ସୁଫଳ ପାଇବେ। ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ସାମାଜିକ ଓ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।
କର୍କଟ
କର୍କଟ
ଆକସ୍ମିକ ଭାବରେ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇପାରନ୍ତି। କେତେକ କ୍ଷେତ୍ରରେ ଦୂରଭିଷନ୍ଧି ରଖି କାର୍ଯ୍ୟ କରିବାର ପ୍ରବୃତ୍ତି ମନରେ ସ୍ଥାନ ପାଇବ। ଅବଶ୍ୟ ଆପଣଙ୍କର ଅତି ପ୍ରିୟ ବନ୍ଧୁଟି ପାଖରୁ ପ୍ରେରଣା ଲାଭ କରିବେ। ଘରକୁ ଫେରିବା ସମୟରେ ଘରର ବରାଦ ଅନୁଯାୟୀ ମନୋରଞ୍ଜନ ଜିନିଷ କ୍ରୟ କରିପାରନ୍ତି।
ସି˚ହ
ସି˚ହ
ଦ୍ୱାଦଶସ୍ଥ ଶୁକ୍ର ହେତୁ କର୍ମକ୍ଷେତ୍ରରେ କୈାଣସି ସହକର୍ମୀ ବିରୁଦ୍ଧାଚରଣ କରିବା ସକାଶେ ଚେଷ୍ଟା କରିପାରନ୍ତି। ପୁରାତନ ଗୃହ, ଯାନ୍ତ୍ରିକ ଜିନିଷ ମରାମତି ପାଇଁ ଘରୁ ବାଦ ପାଇପାରନ୍ତି। ସାହିତ୍ୟ ଚର୍ଚ୍ଚା ଓ ରାଜନୀତିରେ ଚେଷ୍ଟା ସଫଳ ହେବେ। ସଭାସମିତି କିମ୍ବା ବନ୍ଧୁ ଗହଣରେ ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବାର ଅଭିନୟ କରିବାକୁ ପଡିପାରେ।
କନ୍ୟା
ଚତୁର୍ଥ ଶନି ଯୋଗୁ ବିଭିନ୍ନ ପ୍ରକାରର ପୁରୁଣା ସମସ୍ୟା ଲାଗି ରହିଥିବା ଯୋଗୁ ମାନସିକ ସୁସ୍ଥତା ରହି ନପାରେ। କିନ୍ତୁ ଚିତ୍ରା ନକ୍ଷତ୍ର ସକାଶେ କୈାଶଳ ପ୍ରୟୋଗ କରି କିମ୍ବା ବଳପୂର୍ବକ କାର୍ଯ୍ୟହାସଲ କରିବାର ମନୋବୃତି ସୃଷ୍ଟି ହେବା ସହକର୍ମୀ କିମ୍ବା ବନ୍ଧୁ ମାନଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। କଳା,କ୍ରୀଡା, ଚଳଚ୍ଚିତ୍ର ଓ ସଙ୍ଗୀତରେ ପ୍ରଶଂସିତ ହେବେ।
ତୁଳା
ତୁଳା
ଆଜି ଏକାଦଶସ୍ଥ ତିନୋଟି ଗ୍ରହ ଯୋଗୁ ଆପଣଙ୍କ ଆଶା ଅବଶ୍ୟ ପୂରଣ ହୋଇଯିବ। ଜଣେ ବନ୍ଧୁ ହଠାତ୍‌ ଆସି ଖୁସୀ ଖବର ସଙ୍ଗକୁ କିଛି ଅର୍ଥ ଦେଇଯିବେ। ଅଫିସରେ ନାହିଁ ନାହିଁ କରୁଥିଲେ ମଧ୍ୟ ଓ ସହକର୍ମୀ ପରିଶେଷରେ କାମଟିକୁ କରିଦେବେ। ସାମାଜିକ ସ୍ତରରେ ତଥା ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିପାରନ୍ତି।
ବିଛା
ବିଛା
ଚତୁର୍ଥସ୍ଥାନକୁ କର୍ମଭାବରୁ ଏକାଧିକଗ୍ରହ ଅବଲୋକନ କରୁଥିବାରୁ ପାରିବାରିକ ଜୀବନ ସହ କର୍ମକ୍ଷେତ୍ରରେ ସୁଖ ସମ୍ମାନ ପାଇ ଖୁସି ହେବେ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି। କିନ୍ତୁ ଧନସ୍ଥାନସ୍ଥ ଶନିଙ୍କ କୁପ୍ରଭାବ କାରଣରୁ ବ୍ୟବସାୟ ଓ ପରିବହନରେ କ୍ଷତିର ଆଶଙ୍କା ରହିଛି। ବିବାଦୀୟ ଘଟଣାର ଅବସାନ ଘଟିପାରେ।
ଧନୁ
ଧନୁ
ବକ୍ରୀ ଶନି ପାପଗ୍ରହ ଯୁଚ୍ଛ ହୋଇ ରାଶିରେ ଥିବାରୁ ଦୁର୍ଭାବନାରେ ମାନସିକ ସ୍ଥିତି ଅଶାନ୍ତ ରହିବ। ବିଶ୍ୱସ୍ଥ ସୂତ୍ରରୁ ଭୁଲ୍‌ ଖବରଟିଏ ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଆର୍ଥିକ ଉନ୍ନତିର ଆଶା ଉଜ୍ୱଳତର ହେବ ଓ ମାଲି ମକଦ୍ଦମାରେ ବିଜୟୀ ହେବେ। ଆଇନ, ସଙ୍ଗଠନ, ଆନୁଷ୍ଠାନିକ କାମକୁ ପ୍ରାଧାନ୍ୟ ଦେବେ ଏବଂ ଲୋକ ସମ୍ପର୍କ ମଧ୍ୟ ବୃଦ୍ଧି ପାଇବ।
ମକର
ମକର
ଭାଗ୍ୟାଧିପତିଙ୍କ ସପ୍ତମସ୍ଥିତି ବନ୍ଧୁ ସମ୍ପର୍କକୁ ଦୃଢୀଭୂତ କରିବ। କର୍ମକ୍ଷେତ୍ରରେ ପୃଷ୍ଠସାହାଯ୍ୟର ପ୍ରତିଶ୍ରୁତି ପାଇ ମନୋବଳ କ୍ରମଶଃ ବୃଦ୍ଧି ପାଇବ। ଧନିଷ୍ଠା ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପରିବାରରେ କଳହ ସୃଷ୍ଟି ହୋଇପାରେ। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ।
କୁମ୍ଭ
କୁମ୍ଭ
ଚନ୍ଦ୍ରଯୁଚ୍ଛ ରାହୁ ଜନିତ ଅଧିକାଂଶ ସମୟ ଅନ୍ୟମନସ୍କ ରହିବା କାରଣରୁ ପ୍ରକୃତ ଆନନ୍ଦକୁ ଉପଭୋଗ କରି ପାରିବେ ନାହିଁ। ବିଭିନ୍ନ ପ୍ରକାରର ପ୍ରତିବନ୍ଧକକୁ ସାମନା କରିବାର ଧୈର୍ଯ୍ୟ ଧାରଣ କରି ମୁକାବିଲାର ସମ୍ମୁଖୀନ ହୋଇପାରନ୍ତି। ଯାତ୍ରା, ଆନୁଷ୍ଠାନିକ କାମ, ବାଣିଜ୍ୟ, ବ୍ୟବସାୟ, ପରିବହନ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।
ମୀନମୀନ
ଚତୁର୍ଥସ୍ଥ ପାପଗ୍ରହ କାରଣରୁ ପାରିବାରିକ ଓ କର୍ମକ୍ଷେତ୍ର ବିବାଦୀୟ ରହିବ। ବହୁ ପୂର୍ବରୁ ରହିଆସିଥିବା ସମସ୍ୟା ହେତୁ ଦୁର୍ଭାବନା ବଢି ଚାଲିବ। ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। ଅବଶ୍ୟ ଉତରଭାଦ୍ରପଦ୍‌ ନକ୍ଷତ୍ର କେତେକାଂଶରେ ସମସ୍ୟା ଗୁଡିକୁ ସୁଧାରିବା ସକାଶେ ଉପକ୍ରମ କରି ପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଜୁନ୍ ୧୬ ତାରିଖ – Daily Horoscope

ମେଷ ସ୍ବଗୃହୀ ମଙ୍ଗଳଙ୍କ ପ୍ରଭାବରେ ଦୈହିକ ସୁସ୍ଥତା ସହ କର୍ମକ୍ଷେତ୍ର ଏବଂ ବ୍ୟବସାୟିକ ସ୍ଥିତି ବହୁତ ଭଲ ରହିବ। ବନ୍ଧୁମାନଙ୍କ ପ୍ରେରଣାରେ ଉଦ୍‍ବୁଦ୍ଧ ହୋଇ ନୂତନ ଉତ୍ସାହର…

ରାଶିଫଳ: ସୋମବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା…

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri