Posted inRasifala

ରାଶିଫଳ: ଶୁକ୍ରବାର , ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ
ଦକ୍ଷତା ଓ ସଚ୍ଚୋଟତା ହେତୁ କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ଅକ୍ଷୁଣ୍ଣ ରହିବ। ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି କେତେକ କାମ କରିବାକୁ ବାଧ୍ୟ ହେବେ। ଅଶ୍ୱିନୀ ନକ୍ଷତ୍ର ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଆନୁଷ୍ଠାନିକ କାମରେ ଆଦର ଅଭ୍ୟର୍ଥନା ମିଳିବ ଏବଂ ସବୁରି ସ୍ନେହ ଶ୍ରଦ୍ଧା ଅବଶ୍ୟ ପାଇବେ।
ବୃଷ
ବୃଷ
ଆଜିର ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, ସ୍ତ୍ରୀ ସମ୍ପର୍କରେ ଉନ୍ନତ ଫଳ ଆଶା କରିପାରନ୍ତି। କୃତ୍ତିକା ନକ୍ଷତ୍ରର ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଗୋଳମାଳିଆ ରହିବ। ବେପରୁଆ କାର୍ଯ୍ୟକଳାପ ନିମନ୍ତେ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି। ଅନ୍ୟର ଭଲ ସକାଶେ ନିଜକୁ ଉତ୍ତରଦାୟୀ କରିପାରନ୍ତି।
ମିଥୁନ
ମିଥୁନ
ମୃଗଶିରା ନକ୍ଷତ୍ର ସକାଶେ ଆଜିର ସମୟଟି ବୃଥା ଭ୍ରମଣ ଓ ଅଯଥା ଖର୍ଚ୍ଚାନ୍ତ ମଧ୍ୟରେ ଅତିବାହିତ ହେବ। ଅଭାବ ଅସୁବିଧା ଲାଗିରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ କିନ୍ତୁ ନୀଚ ଜାତିର ବ୍ୟକ୍ତିଙ୍କ ସହ କଳହ ଲାଗିପାରେ। ପରୋକ୍ଷ ଶତ୍ରୁତା ଓ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ତିରସ୍କୃତ ହୋଇପାରନ୍ତି।
କର୍କଟ
କର୍କଟ
ଏକାଦଶସ୍ଥ ଚନ୍ଦ୍ର ହେତୁ ମନୋବଳ ବୃଦ୍ଧି ପାଇବ। ଆଶା ପୂରଣ ହେବା ନେଇ ନିଶ୍ଚିତ ରହିବେ। ଅଶ୍ଳେଷା ନକ୍ଷତ୍ର ପାଇଁ କିଛି ସୁବିଧା ସାଙ୍ଗକୁ କିଛି ଅସୁବିଧା ରହିଥିବାରୁ ଦ୍ୱନ୍ଦ୍ୱ ଭିତର ଦେଇ ଗତିକରିବେ। ପାରିବାରିକ କ୍ଷେତ୍ରରେ ଉତ୍ତମ ବୁଝାମଣାଜନିତ ଜୀବନଯାତ୍ରା ମଧୁମୟ ହେବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ଓ ଫାଇଲ୍‌ କାମରେ ନିମଗ୍ନ ରହିବେ।
ସି˚ହ
ସି˚ହ
ନିଜ ଲୋକଙ୍କ ଭୁଲ୍‌ ଯୋଗୁ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ। ଭିତରେ ରାଗରେ ଜଳୁଥିଲେ ମଧ୍ୟ ଉପରେ କିଛି କହିବାକୁ ସାହସ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀଙ୍କ ସାନ୍ନିଧ୍ୟରେ ଆସିବେ। ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।
କନ୍ୟା
ଆଜି ହସ୍ତା ନକ୍ଷତ୍ର ସକାଶେ ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବହୁତ ଭଲ ରହିବ। କୌଣସି ବନ୍ଧୁ ଆର୍ଥିକ ସମସ୍ୟାକୁ ସୁଧାରିନେବେ। ପାରିବାରିକ ପ୍ରତିକୁଳ ପରିସ୍ଥିତି ଯୋଗୁ ଚିନ୍ତା କରିଥିବା କାମଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ନ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ।
ତୁଳା
ତୁଳା
ବନ୍ଧୁଗହଣରେ ଖୁସି ଗପ ଓ ମଉଜ ମଜଲିସ୍‌ ପାଇଁ ମନ ବଳିବ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣକୁ ନେଇ ବ୍ୟସ୍ତତା ବୃଦ୍ଧି ପାଇପାରେ। କାର୍ଯ୍ୟବ୍ୟସ୍ତତା ଯୋଗୁ ଅବସର ପାଇବେ ନାହିଁ କିମ୍ବା ଖାଦ୍ୟପେୟରେ ମଧ୍ୟ ଠିକ୍‌ ରହିବ ନାହିଁ। ସ୍ବାତୀ ନକ୍ଷତ୍ର ପାଇଁ ପାରିବାରିକ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ।
ବିଛା
ବିଛା
ଝିନ୍‌ଝଟ୍‌ ମଧ୍ୟରେ ସମୟ ଚାଲୁଥିବାରୁ ମାନସିକ ଶାନ୍ତି ଦୁରୂହ ହୋଇପାରେ। ସବୁ ଥାଇ ମଧ୍ୟ କିଛି ନ ଥିଲା ଭଳି ପରିସ୍ଥିତି ଭିତରେ ଗତିକରିବେ। ମିଥ୍ୟାପବାଦରେ ନିନ୍ଦିତ ହୋଇପାରନ୍ତି। ସମସ୍ତଙ୍କୁ ସରଳ ଭାବେ ଗ୍ରହଣ କରିବା ଅସୁବିଧାର କାରଣ ହେବ। ତଥାପି ଅନୁରାଧା ସକାଶେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।
ଧନୁ
ଧନୁ
ସମସ୍ୟାବହୁଳ କର୍ମକ୍ଷେତ୍ର ଓ ପାରିବାରିକ ପରିସ୍ଥିତି ମନକୁ ଅସ୍ଥିର କରିପାରେ। ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ। ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବଢ଼ିବ। ଉତ୍ତରାଷାଢ଼ା ନକ୍ଷତ୍ର ସକାଶେ ସାମାଜିକ କାମରେ ପ୍ରଶଂସା ମିଳିବ।
ମକର
ମକର
ବିବାଦୀୟ ପରିସ୍ଥିତି ଲାଗି ରହିଲେ ମଧ୍ୟ କାମ ହାସଲରେ ଅସୁବିଧା ହେବନାହିଁ। ଶ୍ରବଣା ନକ୍ଷତ୍ର କାମ ପୂର୍ଣ୍ଣାଙ୍ଗ କରିବା କଷ୍ଟକର ହୋଇପାରେ। ଆବଶ୍ୟକତା ପୂରଣ ଲାଗି କରଜ କରିବାକୁ ବାଧ୍ୟହେବେ। ପ୍ରତ୍ୟେକ କ୍ଷେତ୍ରରେ ନିଜର ସୀମା ଭିତରେ ଜଗିରଖି ଚଳିବା ଭଲହେବ, ନତୁବା କଳହ ଭିତରକୁ ଟାଣି ହୋଇପାରନ୍ତି।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ମିଳିପାରେ। ଶତଭିଷା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ସୁଯୋଗ ଆପଣାଛାଏଁ ଆସିବ ଏବଂ ଯାହା ଓ ଯେତିକି ପାଇବା କଥା ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସାମାଜିକ ସ୍ତରରେ ଅଯଥା ମୂଲ୍ୟହୀନ କଥାକୁ ଗୁରୁତ୍ୱ ଦେଇ ଶୋକାକୁଳ ରହିପାରନ୍ତି।
ମୀନମୀନ

ସମସ୍ୟା ମଧ୍ୟରେ କାଳାତିପାତ କରିବା ହେତୁ ମାନସିକସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥତା ରହିବ ନାହିଁ। ମିତ୍ରଙ୍କ ସାହାଯ୍ୟରୁ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହୋଇଯିବ ମାତ୍ର ଏଥିଲାଗି କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ବାସ୍ତବବାଦୀ ଚିନ୍ତାଧାରା ହେତୁ ଅନ୍ୟମାନଙ୍କ ସହ କମ୍‌ ସମ୍ପର୍କଜନିତ ସମାଲୋଚିତ ହୋଇପାରନ୍ତି। ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri