Posted inRasifala

ରାଶିଫଳ: ଶୁକ୍ରବାର, ନଭେମ୍ବର ୧୫ ତାରିଖ – Daily Horoscope

ମେଷ
ଅର୍ଥଲାଭ ସଙ୍ଗକୁ କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେଲେ ମଧ୍ୟ ଲାଭ କିଛି ଊଣା ହେବନି। ପରିବାରରେ ଅଶାନ୍ତ ଦୂର ହେବା ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ପାରନ୍ତି। ସୁଖ ସମ୍ମାନ ପାଇଲେ ସୁଧା ଏକାକୀତ୍ୱ ଅନୁଭବ କରି ଦୁଃଖିତ ହେବେ।
ବୃଷ
ବୃଷ
ଆଜି ସହକର୍ମୀ, ପାଖ ପଡ଼ୋଶୀ କିମ୍ବା ବନ୍ଧୁବର୍ଗ ମାନଙ୍କ ସାହାଯ୍ୟ, ସହାନୁଭୂତି ଲାଭ କରି କାର୍ଯ୍ୟ ସାଧନ କରିବେ। ବିଶେଷ ଅସୁବିଧା ନ ହେଲେ ମଧ୍ୟ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଅନ୍ୟମନସ୍କହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ଅଫିସରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ।
ମିଥୁନ
ମିଥୁନ
ପ୍ରତ୍ୟେକ କାମରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଆର୍ଥିକ ଦୃଷ୍ଟି କୋଣରୁ ଦୀର୍ଘଦିନର ଆଶା ଫଳବତୀ ହେବ। ଉଚ୍ଚ ପଦାଧିକାରୀଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରି କାମ ହାସଲରେ ସମର୍ଥ ହେବେ। ମହିଳାମାନଙ୍କ ସକାଶେ ଭ୍ରାତୃ ସମ୍ପର୍କରେ କିଛିଟା ଅବନତି ପରିଲକ୍ଷିତ ହେବ ।
କର୍କଟ
କର୍କଟ
ଯେତେ ଚେଷ୍ଟା କଲେ ମଧ୍ୟ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପାରେ। ଆଲୋଚନା ସମୟରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇବେ ସତ କିନ୍ତୁ ସହଯୋଗ ପାଇବେନି ବରଂ ଅପ୍ରିୟ ସତ୍ୟ କହି ବନ୍ଧୁ ବିରୋଧୀ ହେବେ। ଶିଳ୍ପ, ବାଣିଜ୍ୟ, ଯାତ୍ରା,ରାଜନୀତି, ପ୍ରଶାସନ କ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବା ପାଇଁ ପ୍ରଯନତ୍ କରିପାରନ୍ତି।
ସି˚ହ
ସି˚ହ
ଆଜି ବହୁତ ଦିନରୁ ଖୋଜୁଥିବା ଜିନିଷ ମଧ୍ୟ ସୁବିଧାରେ ପାଇଯିବେ। କର୍ମକ୍ଷେତ୍ରରେ ପଦୋନ୍ନତି ଘଟିବା ନତୁବା ସ୍ଥାନାନ୍ତରର ସୂଚନା ରହିଛି। ସଭାସମିତିରେ ପ୍ରିୟଜନ ମାନଙ୍କୁ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ପିଲାଙ୍କ ମନମୁଖି କାର୍ଯ୍ୟ ମନରେ ଅସନ୍ତୋଷ ସୃଷ୍ଟିକରିବା
କନ୍ୟା
କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ପାରିବାରିକ କ୍ଷେତ୍ରରେ ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ଆଗାମୀ ମାଙ୍ଗଳିକ କାମ ପରିପ୍ରେକ୍ଷୀରେ ଗାଡ଼ିମୋଟର, ଯାନ୍ତ୍ରିକ ଜିନିଷ କିମ୍ବା ଘର ସାଜସଜ୍ଜାରେ ବ୍ୟସ୍ତ ରହିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କିମ୍ବା ପରିବହନରେ ସମସ୍ୟାର ସମାଧାନ ହୋଇଯିବ।
ତୁଳା
ତୁଳା
ଅଧିକାଂଶ ସମୟ ହାତ ଖାଲି ରହିବା କାରଣରୁ କେତେକ କାମ ଅଧୁରା ରହିଯାଇପାରେ। ଅତି ନିକଟରେ ରହି ସାହାଯ୍ୟ କରୁଥିବା ବ୍ୟକ୍ତି ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ। କେତେକ କ୍ଷେତ୍ରରେ ମନକଥା ମନରେ ରଖି ଗୁରୁଜନମାନଙ୍କୁ ପ୍ରତାରିତ କରି ଅନୁଶୋଚନା କରିବେ। ଅଫିସ୍‌ରେ ପରିଚାଳନା ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ।
ବିଛା
ବିଛା
ଏଇ ଅଳ୍ପ କେତେଦିନ ହେଲା ଯେଉଁ ଟେନ୍ସନ ମଧ୍ୟଦେଇ ଗତି କରୁଥିଲେ ତାହାର ପରିସମାପ୍ତି ଘଟିବ। ନୂତନ କାମରେ ପ୍ରବେଶ କରିବା ସହ ଆର୍ଥିକ ଉନ୍ନତି ଘଟିବାରୁ ଆମତ୍ତୃପ୍ତି ଲାଭ କରିବେ। ପାରିବାରିକ ସୁସ୍ଥତା ଫେରି ପାଇବେ। କର୍ମ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ନିକଟରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ।
ଧନୁ
ଧନୁ
ଅଧିକାଂଶ ସମୟ ମନ ବିଚଳିତ ରହିବା କାରଣରୁ ଧୈର୍ଯ୍ୟଚ୍ୟୁତି ଘଟିପାରେ। ପାରିବାରିକ ସମସ୍ୟା ପଛକୁ ପକାଇ ଏକ ଗୁରୁତ୍ୱପୂର୍ଣ୍ଣ କାମକୁ ପ୍ରାଧାନ୍ୟ ଦେବେ। ପ୍ରକାଶନ, ପ୍ରଶାସନ,ଗବେଷଣା, କଳା, ସାହିତ୍ୟ ପ୍ରଭୃତି କ୍ଷେତ୍ରରେ ଶୁଭଫଳ ପାଇବେ। ଜଣାଶୁଣା ବ୍ୟକ୍ତିବିଶେଷ କିମ୍ବା କୌଣସି ଗୁରୁବର୍ଗୀୟ ବ୍ୟକ୍ତି ଚିନ୍ତାର କାରଣ ହେବେ।
ମକର
ମକର
କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ନିଜ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କୁ ମୁଗ୍ଧ କରିବେ। ଆର୍ଥିକ ସ୍ଥିତି ମଧ୍ୟ ମନ୍ଦ ହେବନି, କିନ୍ତୁ ଋଣ ଭାର କ୍ରମଶଃ ବୃଦ୍ଧି ପାଉଥିବା କାରଣରୁ ସାମୟିକ ଚିନ୍ତା କରିବେ। ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିବ । ବ୍ୟବସାୟୀମାନେ ନିଜର ପ୍ରାଧାନ୍ୟ ବିସ୍ତାର କରି ବନ୍ଧୁଙ୍କ ସମସ୍ୟାକୁ ସୁଧାରି ନେବେ।
କୁମ୍ଭ
କୁମ୍ଭ
ଗତକାଲିଠାରୁ ସ୍ଥଗିତ କାମକୁ ଆଜି ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବା ଦ୍ୱାରା ଅଟକି ଥିବା କାମ ତ୍ୱରାନ୍ବିତ ହେବ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ। ହଠାତ୍‌ କୌଣସି ଖବର ପାଇ ଖୁସି ହେବେ।
ମୀନମୀନ
ଉନ୍ନତ ଚିନ୍ତା ଓ ଯୋଜନା ମନୋବଳ ବୃଦ୍ଧିରେ ସହାୟକ ହେବ। ଋଣ ପରିଶୋଧ କରି ଏକ ପ୍ରକାର ହାଲୁକା ଅନୁଭବ କରିବେ। ଶିଳ୍ପ, ବ୍ୟବସାୟ ଓ ପରିବହନ ତଥା ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ଏକ ବିଶେଷ କାର୍ଯ୍ୟକ୍ରମ ମଧ୍ୟରେ ବନ୍ଧୁ ମିଳନରୁ ଆନନ୍ଦିତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୯ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ର ଭଲ ରହିବ। ପରିବାରର ଆବଶ୍ୟକତାକୁ ଅନୁଭବକରି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୮ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ବନ୍ଧୁମିଳନରୁ ଖୁସି ରହିବେ। ଦୂରଯାତ୍ରା, ବ୍ୟବସାୟ, ପରିବହନ, ସାହିତ୍ୟ, ସଙ୍ଗୀତାଦି ପ୍ରତି...

ରାଶିଫଳ: ରବିବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri