Posted inRasifala

ରାଶିଫଳ: ଶୁକ୍ରବାର , ଅଗଷ୍ଟ ୨ ତାରିଖ – Daily Horoscope

ମେଷ
ଆଜି କର୍ମପ୍ରବାହରେ ପ୍ରତିକୂଳ ବାତାବରଣ ସୃଷ୍ଟି ଆଶଙ୍କା ରହିଛି। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବା ପାଇଁ ନିଜର ତ୍ୟାଗପୂତ ମନୋଭାବରୁ ପ୍ରଶଂସା ପାଇବେ। ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। ନିଜ ପରିବେଶରେ ସହମତିରେ କାର୍ଯ୍ୟକଲେ ସଫଳତା ପାଇପାରନ୍ତି।
ବୃଷ
ବୃଷ
ନିଜ କାମ ହାସଲ ପରିପ୍ରେକ୍ଷୀରେ ସମ୍ପର୍କୀୟ ସୁହାଇଲା ଭଳି କଥା କହିବେ। ମାତ୍ର ପାରିବାରିକ ଅଶାନ୍ତି ହେତୁ ମନରେ ଭାବନାର ଜୁଆର କେନ୍ଦ୍ରୀଭୂତ ହୋଇପାରେ। ଫାଇଲପତ୍ର ସମ୍ବନ୍ଧୀୟ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ବ୍ୟବସାୟ, ପରିବହନ, ପ୍ରଶାସନ, ରାଜନୈତିକ କାର୍ଯ୍ୟ ଭଲରେ ଚାଲିବ।
ମିଥୁନ
ମିଥୁନ
ଆପଣଙ୍କର ରୁକ୍ଷ ବାକ୍ୟାଳାପ ବନ୍ଧୁଙ୍କୁ ଆପଣେଇ ନେବାରେ ପ୍ରତିବନ୍ଧକ ସାଜିପାରେ। ମାତ୍ର ବୃହସ୍ପତିଙ୍କ ପ୍ରଭାବରୁ ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ରାଜନୀତି କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକକୁ ଦୂରେଇବାରେ ଜଣେ ହିତାକାଂକ୍ଷୀ ସାହାଯ୍ୟ କରିପାରନ୍ତି।
କର୍କଟ
କର୍କଟ
ଆଜିର ଗ୍ରହପ୍ରଭାବରୁ ଯାତ୍ରା କରିବା, ବ୍ୟବସାୟ ଓ ଭୋଗବିଳାସ ଉପକରଣ ପାଇଁ ମନ ବଳାଇ ପାରନ୍ତି। ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପାଇ ବ୍ୟସ୍ତ ହେବେ। ପରିବାରରେ ପୂର୍ବ ସମସ୍ୟା ସମାଧାନ ଦିଗରେ ପଡ଼ୋଶୀ ସାହାଯ୍ୟ କରିପାରନ୍ତି। ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା, ଚଳଚ୍ଚିତ୍ର ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ଯେ କୌଣସି ପରିସ୍ଥିସ୍ଥିତିରେ ମଧ୍ୟ ଭାଙ୍ଗି ପଡ଼ନ୍ତୁ ନାହିଁ ସମୟାନ୍ତରେ ସଫଳତା ଅବଶ୍ୟ ମିଳିବ। ଦୀର୍ଘଦିନରୁ ଲାଗି ରହିଥିବା ଶତ୍ରୁତା, ଅଶାନ୍ତି ଓ ଋଣଭାର ହ୍ରାସ ପାଇବ।
କନ୍ୟା
ଆଜି ଅର୍ଥ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଲାଭ କରିବାର ସୌଭାଗ୍ୟ ପ୍ରାପ୍ତ ହେବେ। କାର୍ଯ୍ୟବ୍ୟସ୍ତତା କାରଣରୁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ବେଶି ସମୟ ସ୍ଥିର ରହିପାରିବେ ନାହିଁ। ବନ୍ଧୁଙ୍କ ପ୍ରାୟୋଜିତ ଗୁଜବ ମନକୁ ଚହଲାଇ ଦେଇପାରେ। ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ ମଙ୍ଗଳଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ତୁଳା
ତୁଳା
ଆଜି ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ ପାଇବେ। କର୍ମକ୍ଷେତ୍ରରେ ସମସ୍ୟା ଲାଗିରହିବା ହେତୁ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ଶିଳ୍ପ, ବ୍ୟବସାୟ, ପରିବହନ ଓ ଆଇନ ଅଦାଲତ କ୍ଷେତ୍ରରୁ ଆଶାନୁଯାୟୀ ସୁଫଳ ପାଇବେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଏବଂ ଅଭିଳଷିତ ଦ୍ରବ୍ୟ ହାସଲ କରିପାରିବେ।
ବିଛା
ବିଛା
ସାମୟିକ ସମସ୍ୟା ଆସିଲେ ମଧ୍ୟ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ଉପକୃତ ହେବେ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେଇ କାମ ହାସଲ କରିବେ। ପାଖ ପଡ଼ୋଶୀମାନଙ୍କ ନିମନ୍ତ୍ରଣ କ୍ରମେ ମନୋରଞ୍ଜନରେ ଆଗ୍ରହୀ ହେବେ। ଅଫିସିଆଲି କାମ ସକାଶେ ଅପରାହ୍ନରେ ଟେନ୍‌ସନ ବଢ଼ିପାରେ।
ଧନୁ
ଧନୁ
କର୍ମକ୍ଷେତ୍ରରେ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭ କରିବା ସହିତ ଦୀର୍ଘ ସମୟର ବ୍ୟସ୍ତତା ଦୂର ହେବ। ବିଗତ ଦିନର ଘଟଣାର ପ୍ରଭାବକୁ କେନ୍ଦ୍ରକରି ଯେଉଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବନାହିଁ। ପ୍ରବାସରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହେବେ। ବନ୍ଧୁଙ୍କ ସହ ନୂଆ ସ୍ଥାନ ଭ୍ରମଣ ସୁଯୋଗ ଜୁଟିବ।
ମକର
ମକର
ସମ୍ପର୍କୀୟଙ୍କୁ ସାହାଯ୍ୟ ସହ ଭଲ ପାଇବାକୁ କେନ୍ଦ୍ର କରି ପାରିବାରିକ ସମସ୍ୟା ଦେଖାଦେବ। ଅଫିସିଆଲି ଟେନ୍ସନ ଲାଗି ରହିବାରୁ ରକ୍ତଚାପ ବଢ଼ିପାରେ। ଧାର କରଜ କରି କାମ ତୁଲାଇ ନେବେ କିନ୍ତୁ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ନିଜର ଦାୟିତ୍ୱହୀନ କାରଣରୁ ଅପମାନିତ କିମ୍ବା ମନସ୍ତାପ କରିବାକୁ ପଡ଼ିବ।
କୁମ୍ଭ
କୁମ୍ଭ
ଆଜି ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାନୁଯାୟୀ ସୁଫଳ ପାଇବେ। ପ୍ରତିଶ୍ରୁତି ପାଳନ କରୁ ନ ଥିବା ବନ୍ଧୁଙ୍କ ଦ୍ୱାରା କାମଟି କୌଶଳରେ କରାଇ ନେବେ। ପରିବାରରେ ଛୋଟ କଥାକୁ ଧରିବସିଲେ ଅନର୍ଥ ହୋଇପାରେ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ଅଦଳବଦଳ ହୋଇଯିବାର ଆଶଙ୍କା ରହିଛି।
ମୀନମୀନ

କର୍ମକ୍ଷେତ୍ର ଓ ପାରିବାରିକ ଜୀବନରୁ ପ୍ରତିବନ୍ଧକ କ୍ରମଶଃ ଦୂରେଇ ଯିବ। ଆଜି ଘରକୁ ଫେରିବା ରାସ୍ତାରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରିପାରନ୍ତି। ବାକି ପଡ଼ିଥିବା ଅର୍ଥ ଆଦାୟ କରିବାରେ ବନ୍ଧୁମାନଙ୍କ ଅବଦାନ ଅବିସ୍ମରଣୀୟ ରହିବ। ବ୍ୟବସାୟରୁ ସଂଗୃହୀତ ଅର୍ଥ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟୟିତ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

ରାଶିଫଳ: ରବିବାର, ଜୁନ୍ ୭ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ ଆର୍ଥିକ ସ୍ଥିତି ମନ୍ଦ ହେବନାହିଁ। ଚନ୍ଦ୍ରଙ୍କ ସହିତ ରାହୁଙ୍କ ସଂଯୋଗ ପାରିବାରିକ ଏବଂ ସନ୍ତାନଙ୍କ ସ୍ବାସ୍ଥ୍ୟହାନିର କାରଣ ହେବ…

ରାଶିଫଳ: ଶନିବାର, ଜୁନ୍ ୬ ତାରିଖ – Daily Horoscope

ମେଷ ଆଜି ରୁକ୍ଷ ଦୃଷ୍ଟିରେ ବୁଧ ଓ ଶୁକ୍ର ଯୋଗୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ଭଲ ରହି ନ ପାରେ। ସବୁ କିଛି ଭଲ…

ରାଶିଫଳ: ଶୁକ୍ରବାର , ଜୁନ୍ ୫ ତାରିଖ – Daily Horoscope

ମେଷ ଆଜି ହିତୈଷୀଙ୍କ ସହ ଆଲୋଚନା ପୂର୍ବକ ନୂଆ କାମର ରୂପରେଖ ପ୍ରସ୍ତୁତ କରିବେ। ଦୀର୍ଘଦିନରୁ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ…

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri