Posted inRasifala

ରାଶିଫଳ: ରବିବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ
ଆଜି କୈାଣସି ଗୁରୁତ୍ୱପୂର୍ଣ୍ଣ କାମରେ ନିଜକୁ ନିୟୋଜିତ କରି ବିଶ୍ରାମହୀନ କାମ କରିବାକୁ ପଡିପାରେ। ଗାଡି, ମୋଟର, ପରିବହନ, ପ୍ରଶାସନିକ ସ୍ତରରେ ଆଲୋଚନା, ତଥା ଭ୍ରମଣ ହେତୁକ ଖୁସି ରହିବ। ଭାଇଭାଇ,ସାହିପଡୋଶୀ,ବନ୍ଧୁବାନ୍ଧବ କିମ୍ବା ସହକର୍ମୀଙ୍କ ସହ କଳହ ଲାଗିପାରେ।
ବୃଷ
ବୃଷ
ମାନସିକ ଅସ୍ଥିରତା ସୃଷ୍ଟିହେଲେ ମଧ୍ୟ ବନ୍ଧୁଙ୍କ ଆଦର,ସୋହାଗ ପାଇ ସବକିଛି ଭୂଲିଯିବେ। ଘରେ ଅସାବଧାନତା ବଶତଃ ମୂଲ୍ୟବାନ ଦବ୍ର୍ୟ ନଷ୍ଟ ହୋଇପାରେ। ଆତ୍ମୀୟାଙ୍କ ସହ ଖୁସୀ ଗପ କରିପାରନ୍ତି। ଅଯାଚିତ ଭାବରେ ପାଖ,ପଡୋଶୀଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ।
ମିଥୁନ
ମିଥୁନ
ପରୋକ୍ଷଭାବରେ ବନ୍ଧୁମିଳନ ସଙ୍ଗକୁ ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଖୁରାକ ମଧ୍ୟ ପାଇବେ। ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେବେ ଏବଂ ଅବଶ୍ୟ ତାହା କାର୍ଯ୍ୟକାରୀ ହୋଇପାରିବ। ଗତକାଲିର କୈାଣସି ଘଟଣା ସକାଶେ ଅସୁବିଧା ନହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିପାରେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ କୈାଣସି ଶୁଭ ଖବର ମନକୁ ଆମୋଦିତ କରିବ। ଚେଷ୍ଟାସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ କିଛି ଖବର ଆପଣଙ୍କୁ ସାହାଯ୍ୟ କରିବେ। ବନ୍ଧୁଙ୍କ ସହ ସାଧାରଣ ଯୁକ୍ତିତର୍କରୁ ସମ୍ପର୍କ ହାନି ଯୋଗୁଁ ଚିନ୍ତାକରିପାରନ୍ତି। ପରିବାର ସହ ହସ,ଖୁସୀ ଓ ମଜାମଉଜ ମଧ୍ୟରେ ଆଜିର ସମୟ ଅତିବାହିତ ହେବ।
ସି˚ହ
ସି˚ହ
ଆପଣ ପରିଜନଙ୍କ ମନଧରି କାମ କଲେ ସମସ୍ତଙ୍କୁ ସନ୍ତୁଷ୍ଟ କରିବା କଷ୍ଟକର ହୋଇପାରେ। ନିକଟସ୍ଥ ବ୍ୟକ୍ତି ବିଶେଷ ମାନେ ନିଜର ଦୋଷଦର୍ଶିତା ଗୁଣ ହେତୁ ସମାଲୋଚନା କରିପାରନ୍ତି। ତରବରିଆ କାମରେ ସତର୍କ ନରହିଲେ ଗୋଡରେ ଆଘାତ ଲାଗିପାରେ। ଅଧ୍ୟାପନାରେ ଉନ୍ନତି କରିବେ ଏବଂ ପରିଭ୍ରମଣ ପାଇଁ ଦିନଟି ମନ୍ଦ ନୁହେଁ।
କନ୍ୟା
ବନ୍ଧୁଙ୍କ ଉପରେ ସନ୍ଦେହ ଜାଗ୍ରତହେବା କାରଣରୁ ସହଜରେ ବିଶ୍ୱସ କରିପାରିବେ ନାହିଁ। ଯାହା ପାଇବା ସକାଶେ ଆଶା ରଖିଛନ୍ତି,ତାହା ଜଣେ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ ନିଶ୍ଚିତ ପାଇପାରିବେ। ପରିବାରରେ ପିଲା ମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିବ। ଚିନ୍ତା କରନ୍ତୁ ନାହିଁ, ସ୍ଥଗିତ କାମ କାଲି ସମ୍ପନ୍ନ କରିପାରିବେ।
ତୁଳା
ତୁଳା
ନବମସ୍ଥ ରାହୁ ନିକଟ ସମ୍ପର୍କୀୟ ମାନଙ୍କ ସହ କଳହର କାରଣ ହୋଇପାରେ। କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କିଛିନା କିଛି କାରଣକୁ ନେଇ ଟେନ୍ସନ ଲାଗିରହିବ। ଜମା ଭଲ ସମ୍ପର୍କ ନଥିବା ବ୍ୟକ୍ତି ମାନଙ୍କ ନିକଟରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।
ବିଛା
ବିଛା
ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି,କୈାଣସି କାମ ଅଟକିବ ନାହିଁ। ଅନ୍ୟକୁ ସାହାଯ୍ୟ କରିବା ଦିଗରେ ଉତ୍ସୁକତା ପ୍ରକାଶ କରିବେ କିନ୍ତୁ ଆପଣଙ୍କ ଦରକାର ସମୟରେ ପ୍ରତିଦାନ ପାଇବା ଦୁଲ୍ଲଭ ହୋଇ ପଡିବ। ରୋଗ,ଋଣ ରୁ ରକ୍ଷା ପାଇବାର ପରିକଳ୍ପନା କରି ପାରନ୍ତି।
ଧନୁ
ଧନୁ
ପାରିବାରିକ କ୍ଷେତ୍ରରେ ମଧ୍ୟ ବିଭିନ୍ନ ପ୍ରକାରର ସମସ୍ୟା ହେତୁ ମନ ବିଚଳିତ ରହିପାରେ। ନିକଟସ୍ଥ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀ ମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ନିତ କରିବ। ଉତରାଷାଢା ନକ୍ଷତ୍ରର ବିଳାସ ବ୍ୟସନ ମଧ୍ୟରେ ସମୟ ଅତିବାହିତ ହେବ। ନିଜ ସହ ଅନ୍ୟମାନଙ୍କୁ ତୁଳନା କରି ମନକୁ ଭାରାକ୍ରାନ୍ତ କରି ପାରନ୍ତି।
ମକର
ମକର
ଅଭିଳାଷ ପୂରଣ ନହେବାର ମାନସିକ ଅବସାଦ ଯୋଗୁଁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ବନ୍ଧୁଙ୍କ ଠାରୁ କିଛି ମିଥ୍ୟା ଗୁଜବ ଶୁଣିବା ପରେ ମନରେ ବିଭିନ୍ନ ପ୍ରକାରର ଦୁଃଶ୍ଚିନ୍ତା ସୃଷ୍ଟି ହୋଇପାରେ। ପୂର୍ବରାଗକୁ ସୁଝାଇବାକୁ ଯାଇ ବିନା କାରଣରେ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି।
କୁମ୍ଭ
କୁମ୍ଭ
ଆଜି ଯାହା କରନ୍ତୁନା କାହିଁକି ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କେତେକ କାମ ହାସଲ କରିବେ। ଭାବପ୍ରବଣତା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇବ। ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ଥି ଅନୁଭବ କରିବେ। ଜଣେ ବନ୍ଧୁ ଆଜି ସାହାଯ୍ୟର ପ୍ରତିଶ୍ରୁତି ଦେବେ ଯାହାକି ମନକୁ ଖୁସୀ କରିଦେଇପାରେ।
ମୀନମୀନ
ଦୀର୍ଘଦିନର ସୁପରିକଳ୍ପିତ ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ। ପାରିବାରିକ ସ୍ତରରେ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ,ଯାହାକି ସମସ୍ୟାର କାରଣ ହୋଇପାରେ। ନିକଟ ସମ୍ପର୍କୀୟଙ୍କ ଈର୍ଷାପରାୟଣତା ହେତୁ ବ୍ୟସ୍ତ ବିବ୍ରତ ହୋଇ ପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri