Posted inRasifala

ରାଶିଫଳ: ମଙ୍ଗଳବାର, ଫେବ୍ରୁଆରି ୪ ତାରିଖ – Daily Horoscope

ମେଷ
ଆଜିର ଉଚ୍ଚସ୍ଥ ଚନ୍ଦ୍ର ଯୋଗୁ ପରିଜନ ସହ ବନ୍ଧୁମିଳନର ମଜା ଉଠାଇବେ। ଦୀର୍ଘଦିନର ଆଶା ପୂରଣ ହେବା ସଙ୍ଗକୁ ଅର୍ଥଲାଭ ଓ ସମ୍ମାନ ପାଇ ଖୁସି ହୋଇପାରନ୍ତି। ପୈତୃକ ସମ୍ପତ୍ତିିକୁ କେନ୍ଦ୍ରକରି ଭ୍ରାତୃବିବାଦ ଦେଖାଦେବାର ଆଶଙ୍କା ରହିଛି। ଦୂରଯାତ୍ରା ପରିସ୍ଥିତିରେ ଅନିଦ୍ରା ଓ କେତେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।
ବୃଷ
ବୃଷ
କ୍ରନିକ୍‌ ରୋଗର ପ୍ରଭାବରେ ଭାଙ୍ଗିପଡିଥିବା ସ୍ବାସ୍ଥ୍ୟରେ ଆଂଶିକ ଉନ୍ନତି ପରିଲକ୍ଷିତ ହେବ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବାର ଆଶା ରହିଛି । କଳା, ସାହିତ୍ୟ ତଥା ରଚନାମତ୍କ କାର୍ଯ୍ୟରେ ସଫଳତା ପାଇବେ। ପ୍ରତୀକ୍ଷା କରିଥିବା ଖବରଟି ଆଜି ଅପରାହ୍ନେ ପାଇବା ସହ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
ମିଥୁନ
ମିଥୁନ
ଆଜିର ଚନ୍ଦ୍ରଙ୍କୁ ମଙ୍ଗଳଙ୍କ ଦୃଷ୍ଟି ଆକସ୍ମିକ କଳହର କାରଣ ହୋଇପାରେ। ବିଭିନ୍ନ ସମସ୍ୟାମୂଳକ ବିଷୟକୁ ଚିନ୍ତାକରି ଅନ୍ୟମନସ୍କ ରହିପାରନ୍ତି। ତଥାପି ମୃଗଶିରା ନକ୍ଷତ୍ର କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ବନ୍ଧୁମାନଙ୍କ ଶୁଭକାର୍ଯ୍ୟରେ ଯୋଗଦେଇ ମନରେ କ୍ଷୋଭ ଭରି ରହିଥିଲେ ମଧ୍ୟ ମନକଥା ପ୍ରକାଶ କରିପାରିବେ ନାହିଁ।
କର୍କଟ
କର୍କଟ
ଆଜି ଶନିପ୍ରଭାବରେ ଅପେକ୍ଷାକୃତ ଅସୁବିଧା ଭୋଗିଲେ ମଧ୍ୟ ଅର୍ଥଲାଭ ସହ କାମ ଅଟକିବ ନାହିଁ। ଅଶ୍ଳେଷା ନକ୍ଷତ୍ର କର୍ମକ୍ଷେତ୍ରରେ କାରଣ ନ ଥାଇ ମଧ୍ୟ ଦୋଷୀ ସାବସ୍ତ୍ୟ ହୋଇପାରନ୍ତି। ପାରିବାରିକ ଶୃଙ୍ଖଳା ରକ୍ଷା କରିବା କ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ଆଶା କରିପାରନ୍ତି। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ।
ସି˚ହ
ସି˚ହ
ଷଷ୍ଠଭାବସ୍ଥ ରବି ଓ ଶନିଙ୍କ ଯୋଗୁ କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ। ମାନସିକ ଅସ୍ଥିରତା କାରଣରୁ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିପାରନ୍ତି। ବନ୍ଧୁଙ୍କ ସହ ଆଲୋଚନା ପ୍ରୀତିପ୍ରଦ ରହିବ। କୌଣସି ସାଧାରଣ ଭୁଲ୍‌ କାରଣରୁ ଉପର ପଦାଧିକାରୀ ଆପଣଙ୍କ ଉପରେ ଖପ୍ପା ହୋଇପାରନ୍ତି।
କନ୍ୟା
ଶୁକ୍ରଙ୍କ ଦୃଷ୍ଟି ଅର୍ଥଲାଭ, ମନୋରଞ୍ଜନ, ସମ୍ପର୍କ ସ୍ଥାପନ,ବସ୍ତ୍ରାଳଙ୍କାର ପ୍ରାପ୍ତି କରାଇପାରେ। ବୁଧଙ୍କ ଅଶୁଭତ୍ୱ କାରଣରୁ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରିଚିକା ପଛରେ ଦୌଡିପାରନ୍ତି। ନିଜ ନିଜର ସ୍ବାର୍ଥକୁ ଗୁରୁତ୍ୱ ଦେଇ ଆତ୍ମୀୟମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। ହସ୍ତା ନକ୍ଷତ୍ରର ଟେନ୍‌ସନ ଦୂର ହେବା ସଙ୍ଗକୁ ସୁଖଭ୍ରମଣ ଯୋଗ ରହିଛି।
ତୁଳା
ତୁଳା
ଶୁଭଭାବସ୍ଥ କର୍ମାଧିପ ଯୋଗୁ ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ହାସଲ କରିବେ। ସାହିତ୍ୟ, ସାମ୍ବାଦିକତା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। କ୍ରୟ ବିକ୍ରୟ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି। ପରିବାର କିମ୍ବା ପାଖ,ପଡୋଶୀଙ୍କ ସହ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
ବିଛା
ବିଛା
ଚନ୍ଦ୍ରଙ୍କ ରାଶି ପ୍ରତି ସମଦୃଷ୍ଟିରୁ ଦୀର୍ଘ ଦିନରୁ ସ୍ଥଗିତ କାମକୁ ପୂରାଦମ୍‌ରେ କରିଚାଲିବେ। ବୁଝାମଣା ଅଭାବରୁ ଆକସ୍ମିକ ଭାବରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହେବା ସହ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ପରିବାର ସହ ଯାତ୍ରା, ଆନୁଷ୍ଠାନିକ କାମ, ବନ୍ଧୁସମ୍ପର୍କ କ୍ଷେତ୍ରରେ ମନ ଖୁସୀ ରହିବ।
ଧନୁ
ଧନୁ
କର୍ମସ୍ଥାନକୁ ଶୁକ୍ର ଦେଖୁଥିବାରୁ କାମ ହାସଲ କରିବା ସକାଶେ ବିଶେଷ ଅସୁବିଧା ହେବ ନାହିଁ। ରାଶ୍ୟାଧିପତି ପାପପ୍ରଭାବସ୍ଥ ଯୋଗୁ ବାରମ୍ବାର କିନ୍ତୁ ସ୍ବାସ୍ଥ୍ୟ ସମସ୍ୟା ଫଳରେ ମାନସିକ ସୁସ୍ଥତା ବ୍ୟାହତ ହେବ। ଭ୍ରାତୃ ସମ୍ପର୍କ, ସହକର୍ମୀଙ୍କ ସହଯୋଗ, ପଡୋଶୀଙ୍କ ସାହାଯ୍ୟ, ଆପଣଙ୍କ କାମକୁ ତ୍ୱରାନ୍ବିତ କରିପାରନ୍ତି।
ମକର
ମକର
ସମ୍ପର୍କର ନ୍ୟୂନତା, ମନର ଆବିଳତାକୁ ବୃଦ୍ଧି କରି ମାନସିକ ଅସ୍ଥିରତା ସୃଷ୍ଟି କରିବେ। ଉପର ମନରେ ଭଲ କଥା କହି ପଛରେ ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରିପାରନ୍ତି। ପଡୋଶୀଙ୍କ ସହାୟତାରେ ବାକି ପଡିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଶୁଭକାର୍ଯ୍ୟରେ ଯୋଗ ଦେବା ସକାଶେ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ।
କୁମ୍ଭ
କୁମ୍ଭ
କର୍ମଭାବରେ ସ୍ବଗୃହୀ ମଙ୍ଗଳ ଯୋଗୁ ସମସ୍ୟାକୁ ସୁଧାରି ନେବା ସକାଶେ ପ୍ରଯତ୍ନ କରିବେ। ବନ୍ଧୁମାନଙ୍କ ପରାମର୍ଶକ୍ରମେ ବ୍ୟବସାୟରେ ନୂତନ ଦିଗନ୍ତ ସୃୃଷ୍ଟି ହେବାର ଆଶା ରହିଛି। କର୍ମକ୍ଷେତ୍ର କିମ୍ବା ପାରିବାରିକ ସ୍ତରରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ସରକାରୀ ସାହାଯ୍ୟର ଦୃଢ ପ୍ରତିଶ୍ରୁତି ପାଇବେ କିନ୍ତୁ ନିର୍ଦ୍ଦିଷ୍ଟତା ଅଭାବରୁ ଅସ୍ଥିରତା ବଢିବ।
ମୀନମୀନ
ସାମାଜିକ ସ୍ତରରେ ବହୁଲୋକ ଗହଣରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଆନୁଷଙ୍ଗିକ ସାହାଯ୍ୟ ଲାଭକରି ମନ ଭଲ ରହିଥିବା କାରଣରୁ ପାରିବାରିକ ସ୍ଥିତିରେ ମିଷ୍ଟଭାଷୀ ହେବେ। ଅପରାହ୍ନେ କୌଣସି ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଆଜିର ବ୍ୟବସାୟରେ ଆଖିଦୃଷ୍ଟିଆ ସଫଳତା ହାସଲ କରିପାରିବେ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri