Posted inRasifala

ରାଶିଫଳ: ବୁଧବାର, ଫେବ୍ରୁଆରି ୫ ତାରିଖ – Daily Horoscope

Daily Horoscope 2

ମେଷ
Aries Mesh
ଆଜି ଆପଣଙ୍କ ଇଛାନୁସାରେ କାର୍ଯ୍ୟ ସମ୍ପନ୍ନ ହୋଇପାରିବ। କିନ୍ତୁ କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ତାଗିଦା କାରଣରୁ ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେବେ। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ ନକଲେ ସମସ୍ୟା ନିଜ ଉପରକୁ ଆସିପାରେ। ଦ୍ୱିଜା ନକ୍ଷତ୍ର ବ୍ୟବସାୟ, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ବୃଷ
ବୃଷ
ରୋହିଣୀ ନକ୍ଷତ୍ର କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବାରୁ ସାମୟିକ ବିଚଳିତ ରହିବେ। ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ଯାତ୍ରା, ଜମିଜମା କାରବାର, ବ୍ୟବସାୟିକ ସଂସ୍ଥା, ଆନୁଷ୍ଠାନିକ କାମରେ ସଫଳତା ମିଳିବ।
ମିଥୁନ
ମିଥୁନ
ପୁନର୍ବସୁ ନକ୍ଷତ୍ରର ସକାଳୁ ସକାଳୁ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁଁ ମନ ପ୍ରଫୁଲ୍ଲିତ ହେବ। ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ସକାଶେ ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବାରୁ ବ୍ୟସ୍ତା ବୃଦ୍ଧି ପାଇପାରେ। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବା ସହ ଦୂରଯାତ୍ରାର ସୁଯୋଗ ପାଇବେ। ପାରିବାରିକ ସ୍ଥିତି, ନୂତନ କର୍ମାରମ୍ଭ, ବ୍ୟବସାୟ ଓ ପରିବହନ ବାଧାପ୍ରାପ୍ତ ହେବନାହିଁ।
କର୍କଟ
କର୍କଟ
ପୁଷ୍ୟା ନକ୍ଷତ୍ରର ସ୍ବାସ୍ଥ୍ୟରେ ଉନ୍ନତି ହେବା ସହ ବିବାଦୀୟ ଘଟଣାର ବିଜୟୀ ହେବେ। ଶିକ୍ଷା ଓ ପରୀକ୍ଷାରେ ସନ୍ତାନଙ୍କ କୃତି ଓ କୃତିତ୍ୱଲାଭ ସକାଶେ ମିଷ୍ଟାନ୍ନ ଲାଭରୁ ମନ ଖୁସି ରହିବ। ପାରିବାରିକ କିମ୍ବା ସାମୂହିକ କାମରେ ଭାବ ପ୍ରବଣତା ପରିହାର କଲେ କେତେକାଂଶରେ ଉପକୃତ ହେବେ। ନିଜସ୍ବ ଚିନ୍ତାଧାରା ଉପଯୋଗ କରି କାମ ହାସଲ କରପାରିିବେ।
ସି˚ହ
ସି˚ହ
ଏକାଧିକ କାମରେ ଅନୁପ୍ରବେଶ କରିବାରୁ ମାନସିକ ସ୍ଥିରତା ନ ରହିଲେ ମଧ୍ୟ ପ୍ରତ୍ୟେକ କାମ କରିବାକୁ ବାଧ୍ୟ ହେବେ। ମଘା ନକ୍ଷତ୍ରର ସାଧାରଣ କଥାରେ ବନ୍ଧୁ ମାନଙ୍କ ସହ ମାନମାନାନ୍ତର ଦେଖା ଦେଇପାରେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ସମସ୍ୟାକୁ ବଢାଇପାରେ। ସଭାସମିତିରେ ଯୋଗଦେଲେ ସମ୍ମାନିତ ହେବେ।
କନ୍ୟା
Virgo Kanya
ସ୍ଥଗିତ କାମକୁ ପୂରାଦମରେ କରି ସଫଳତା ହାସଲ କରିବେ। ଆପଣଙ୍କ ଚିନ୍ତାଧାରା ଓ କାର୍ଯ୍ୟଶୈଳୀର ବନ୍ଧୁବର୍ଗଙ୍କ ଚର୍ଚ୍ଚାକୁ ନେଇ ପ୍ରଶଂସା ଆଣିଦେବ। ବନ୍ଧୁମିଳନ ଅବକାଶରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାର ଆଶା ରହିଛି। ଉତରାଫାଲ୍‌ଗୁନୀ ନକ୍ଷତ୍ର ଶୁଭକାର୍ଯ୍ୟରେ ଯୋଗ ଦେଇ ସହ ବସ୍ତ୍ରଭୂଷଣ ଲାଭ କରିପାରନ୍ତି।
ତୁଳା
ତୁଳା
ପରିବାରର ବ୍ୟୟ ଭାର କ୍ରମଶଃ କମି ଆସିବାର ଏକପ୍ରକାର ମାନସିକ ପରିତୃପ୍ତି ଅନୁଭବ କରିବେ। କିନ୍ତୁ ଚାକିରିର କାର୍ଯ୍ୟକ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ବନ୍ଧୁଙ୍କ ସମ୍ବନ୍ଧରେ ଭାବୁଥିବା କଥାଟି ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ବିଶାଖା ନକ୍ଷତ୍ରର ଆଜି ଦିନସାରା ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ବିଛା
ବିଛା
କର୍ମକ୍ଷେତ୍ରରେ ମାନେ ଠିକ ଖବର ଦେବାରେ ହେଳା କରିପାରନ୍ତି, ଯାହାକି ସମସ୍ୟା ସୃଷ୍ଟି କରିବ। ବିବାଦୀୟ ଘଟଣାରେ ପରାଜୟ ଲଭିବେ କିନ୍ତୁ ବ୍ୟବସାୟ ଦିଗଟି ମନ୍ଦ ହେବନି। ବନ୍ଧୁମାନଙ୍କ ପରାମର୍ଶରେ ମନୋରଞ୍ଜନ ଜିନିଷ କ୍ରୟ କରିବାକୁ ମନ ବଳାଇପାରନ୍ତି। ଅନୁରାଧା ନକ୍ଷତ୍ରର କୈାଣସି ବନ୍ଧୁସହ ସମ୍ପର୍କର ବିଚ୍ଛିନ୍ନ ମାନସିକ ସ୍ଥିରତାକୁ ନଷ୍ଟ କରିପାରେ।
ଧନୁ
ଧନୁ
ମୂଳା ନକ୍ଷତ୍ର ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ହାସଲ କରିବେ। ବ୍ୟବସାୟ କ୍ରମଶଃ ବହୁମୁଖୀ ଆକାର ଧାରଣ କରିବା ପାଇଁ ଯୋଜନା କରିପାରନ୍ତି। ଭାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଆନୁଷ୍ଠାନିକ କାମ, ଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ଦିନଟି ବହୁତ ଭଲ।
ମକର
ମକର
ଧନିଷ୍ଠା ନକ୍ଷତ୍ର ବନ୍ଧୁ ମାନଙ୍କ ସାହାଯ୍ୟ ନେଇ ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ। ଦୀର୍ଘ ଦିନ ଉପରାନ୍ତେ ପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ଆଶ୍ୱସ୍ଥି ଲାଭ କରିପାରନ୍ତି। ବାଣିଜ୍ୟ, ନିର୍ମାଣ, କ୍ରୀଡା, ଚଳଚ୍ଚିତ୍ର ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ଅପେକ୍ଷାକୃତ ଅସୁବିଧା ଭୋଗିବେ କିନ୍ତୁ କାମ ହୋଇଯିବ।
କୁମ୍ଭ
କୁମ୍ଭ
ଖୁସୀର ପରିବେଶ ଓ ସମୟ ବଦଳିଯିବା କାରଣରୁ ଅତୀତକୁ ସ୍ମରଣ କରି ଅନୁତାପ କରିବାକୁ ପଡିପାରେ। ଧନିଷ୍ଠା ନକ୍ଷତ୍ରର ଘରେ କିମ୍ବା ଯିବା ସମୟରେ ଅସାବଧାନତାବଶତଃ କୌଣସି ଦ୍ରବ୍ୟ ନଷ୍ଟ ହୋଇପାରେ। କୌଣସି କଥାକୁ ଭଲରୂପେ ବିଚାର ନକରି ଅନ୍ୟଦ୍ୱାରା ପ୍ରଭାବିତ ହେଲେ ବହୁତ ଭୁଲ୍‌ କରିବେ।
ମୀନମୀନ
ଉତରଭାଦ୍ରପଦ୍‌ ନକ୍ଷତ୍ର ସାଧାରଣ ପରିଶ୍ରମରେ ବେଶି ସଫଳତା ମିଳିବ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନକଲେ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିପାରେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମାନୋଭାବ ଆପଣଙ୍କ ପାଇଁ ସମସ୍ୟାର କାରଣ ପାଲଟିବ। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

Dharitri Horoscope 14th December

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

Dharitri Horoscope 13

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

12 2

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

Dharitri Horoscope 11th December

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

Dharitri Horoscope 10th December

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

999

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୯ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ର ଭଲ ରହିବ। ପରିବାରର ଆବଶ୍ୟକତାକୁ ଅନୁଭବକରି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ...

Dharitri Horoscope

ରାଶିଫଳ: ସୋମବାର, ଡିସେମ୍ବର ୮ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ବନ୍ଧୁମିଳନରୁ ଖୁସି ରହିବେ। ଦୂରଯାତ୍ରା, ବ୍ୟବସାୟ, ପରିବହନ, ସାହିତ୍ୟ, ସଙ୍ଗୀତାଦି ପ୍ରତି...

77 2

ରାଶିଫଳ: ରବିବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives

Dharitri Rashifala2
Model This Week
ମଣ୍ଟୁ

ପିଲାଙ୍କ ଧରିତ୍ରୀ

PILANKA DHARITRI
Why Dharitri