Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ
ସ୍ବରାଶିରେ ରବିଥିବାରୁ ପୂର୍ବାହ୍ନରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ବନ୍ଧୁମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସାମିଲ ହୋଇପାରନ୍ତି। ରାଜନୈତିକ,ଆନୁଷ୍ଠାନିକ ତଥା ସାଂଗଠନିକ ସ୍ଥିତି ବେଶ୍‌ ମଜଭୁତ ରହିବ। କଥାରେ ଅନ୍ୟମାନଙ୍କୁ ଆପ୍ୟାୟିତ କରି ଜୀବନରେ ଶାନ୍ତି ଓ ସ୍ଥିରତା ଆଣିବାରେ ସମର୍ଥ ହେବେ।
ବୃଷ
ବୃଷ
ଶୁକ୍ର ପ୍ରଭାବରେ ଆପଣଙ୍କ କଥା ଯେମିତି କାମ ମଧ୍ୟ ଠିକ୍‌ ସେମିତି କରିବାରେ ସଫଳତା ହାସଲ କରିବେ। ନିଜ ଲୋକମାନେ ବିରୋଧ କରୁଥିଲେ ମଧ୍ୟ ଶୁଭେଚ୍ଛୁମାନେ ଆପଣଙ୍କୁ ସୁହାଇଲା ଭଳି କଥା କହିପାରନ୍ତି। ମୃଗଶିରାର ପାରିବାରିକ ଅଶାନ୍ତି ହେତୁ ମନରେ ଭାବନାର ଜୁଆର କେନ୍ଦ୍ରୀଭୂତ ହେବ।
ମିଥୁନ
ମିଥୁନ
ଏକାଧିକଗ୍ରହ ଧନଭାବକୁ ଦେଖୁଥିବାରୁ ଅର୍ଥଲାଭ ସହ କର୍ମକ୍ଷେତ୍ରରେ ପ୍ରତିଷ୍ଠାର୍ଜନ କରିବେ। କଥା ଓ କାମରେ ସନ୍ତୁଷ୍ଟ କରାଇ ନିଜ ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ବିଭିନ୍ନ ଯୋଜନା କ୍ଷେତ୍ରରେ ସମସ୍ୟା ସମାଧାନ ପୂର୍ବକ ଅନୁକୂଳ ବାତାବରଣ ସୃଷ୍ଟି ହେବ।
କର୍କଟ
କର୍କଟ
ଗ୍ରହଦୃଷ୍ଟି ପ୍ରଭାବରେ ଶାରୀରିକ ସ୍ବାସ୍ଥ୍ୟ, ଯାତ୍ରା କରିବା, ବ୍ୟବସାୟ, ସ୍ତ୍ରୀ ସମ୍ପର୍କ, ବିବାଦ ଓ କିଛି ନୂତନ କାମ ସମ୍ପର୍କରେ ଦୁଶ୍ଚିନ୍ତା ଦେଖାଦେଇପାରେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ବନ୍ଧୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ।
ସି˚ହ
ସି˚ହ
ରାଶ୍ୟାଧିପ ଭାଗ୍ୟସ୍ଥାନରେ ଥିବାରୁ ଆପଣଙ୍କ ସକାଶେ ଆଜି ପ୍ରତ୍ୟେକ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟିହେବ। ଜମିଜମା କ୍ରୟବିକ୍ରୟ, ନିର୍ମାଣାଧୀନ କାମ, ଆମଦାନୀ କାରବାର, ବିଦେଶ ଯାତ୍ରା, ପ୍ରଶାସନିକ କ୍ଷେତ୍ର ପାଇଁ ଦିନଟି ବହୁତ ଭଲ। ଜନକଲ୍ୟାଣମୂଳକ କାମରେ ନିଜକୁ ନିୟୋଜିତ କରି ଖୁସୀ ରହିବେ।
କନ୍ୟା
ରାହୁଙ୍କ ଅବସ୍ଥିତିଜନିତ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ କର୍ମକ୍ଷେତ୍ର ଅଶାନ୍ତ ରହିପାରେ। ବିରୋଧୀ ମାନଙ୍କ ଦ୍ୱାରା ହଠାତ୍‌ କୌଣସି ମିଥ୍ୟା ଗୁଜବ ମନକୁ ଚହଲାଇ ଦେବାର ଆଶଙ୍କା ରହିଛି। କିନ୍ତୁ ସାମାଜିକ ସ୍ତରରେ ମଙ୍ଗଳଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ କିନ୍ତୁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇ କାମ କରିବା ବହୁତ ଭଲ ହେବ।
ତୁଳା
ତୁଳା
ଲାଭାଧିପତି ରାଶିକୁ ଦେଖୁଥିବାରୁ ଯାହା ପାଇବା ପାଇଁ ଆଶା ରଖିଛନ୍ତି ତାହା ନିଶ୍ଚିତ ପାଇପାରିବେ। କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା କଲେ ଲାଭ କିଛି ହେବନି କିମ୍ବା ମାଲିମକଦ୍ଦମା ମଧ୍ୟ ସପକ୍ଷରେ ନ ଯାଇପାରେ। କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ଲାଗି ରହିଥିବା ହେତୁ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ।
ବିଛା
ବିଛା
ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଯେଉଁ କାମରେ ହାତଦେବେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ। କିଛି ପ୍ରତିଶ୍ରୁତି ମାଧ୍ୟମରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ ଓ କାମ ହାସଲ କରିବେ। ପାଖ ପଡୋଶୀମାନଙ୍କ ନିମନ୍ତ୍ରଣ କ୍ରମେ ମନୋରଞ୍ଜନରେ ଆଗ୍ରହ ପ୍ରକାଶ କରିପାରନ୍ତି।
ଧନୁ
ଧନୁ
ରାଶିରେ କେତୁ ଦ୍ୱିତୀୟସ୍ଥ ପାପଗ୍ରହ ହେତୁ ଆପଣଙ୍କ ପାଇଁ ସମୟର ପ୍ରତିକୂଳ ବାତାବରଣ ଲାଗିରହିଛି। ପାରିବାରିକ କ୍ଷେତ୍ରରେ ନିଜକୁ ନ ସୁଧାରିଲେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। କୌଣସି ବ୍ୟକ୍ତିର ପରୋକ୍ଷ ମନ୍ତ୍ରଣା ମାନସିକ ସୁସ୍ଥତାକୁ ନଷ୍ଟ କରିବ। ଅର୍ଥ ଓ ସମ୍ମାନ ମିଳିବ,ବ୍ୟବସାୟିକ ଉନ୍ନତି କରିବେ।
ମକର
ମକର
ଶନିଙ୍କ ସହ ଅନ୍ୟଗ୍ରହମାନଙ୍କ ସ୍ଥିତି ଶାରୀରିକ ଓ ମାନସିକ ସ୍ଥିତିକୁ ସୁସ୍ଥ ରଖି ନ ପାରେ। ବନ୍ଧୁଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରି କାମ କରିପାରିଲେ ତାହା ଆପଣଙ୍କ ଉପକାରରେ ଆସିବ। ପରିବହନ, ପ୍ରଶାସନ, ପ୍ରକାଶନ, ସାହିତ୍ୟ, ସାମ୍ବାଦିକତା ତଥା ରଚନାତ୍ମକ କାମ ପାଇଁ ପ୍ରତିବନ୍ଧକର ସମ୍ମୁଖୀନ ହେବେ।
କୁମ୍ଭ
କୁମ୍ଭ
ବୁଧଙ୍କ ପ୍ରଭାବରେ ଅପ୍ରିୟଭାଷଣଜନିତ ବନ୍ଧୁଙ୍କ ସହ ଟେନ୍ସନ ଲାଗି ରହିବ। ଘରର ବରାଦ ଅନୁଯାୟୀ ଆଜି ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି। ଅବଶ୍ୟ ଉଦାରତାଗୁଣ ସକାଶେ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଉପକୃତ ହେବେ। ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ।
ମୀନମୀନ
ଅଷ୍ଟମାଧିପତି ତୃତୀୟସ୍ଥ ଯୋଗୁଁ ଭାଇ, ବନ୍ଧୁ କିମ୍ବା ପଡୋଶୀଙ୍କ ସହ କଳହ ଲାଗିପାରେ। ଆପଣଙ୍କ ଚିନ୍ତାଧାରା ଭଲ ହେଲେ ମଧ୍ୟ କ’ଣ ହେବ ସତକହି କହି ସମସ୍ୟାକୁ ଡାକି ଆଣିବେ। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri