Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ ୩୦ ତାରିଖ – Daily Horoscope

ମେଷ
ପାରିବାରିକ ଓ କର୍ମକ୍ଷେତ୍ର ସକାଶେ ପ୍ରତିକୂଳତା ଆନୟନ କରିପାରନ୍ତି । ପରିବହନରେ ଆକସ୍ମିକ ସମସ୍ୟାଜନିତ ମାନସିକ ଅଶାନ୍ତିର ସମ୍ମୁଖୀନ ହେବାକୁ ପଡିପାରେ । ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ । ସତର୍କତାର ସହ କାମ କରିବା ଭଲ ହେବ, ଅନ୍ୟଥା କ୍ଷତିରେ ପଡିପାରନ୍ତି ।
ବୃଷ
ବୃଷ
କର୍ମକ୍ଷେତ୍ରରେ ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ । ବିଭିନ୍ନ ବିଷୟରେ ଚିନ୍ତା କରିବା କାରଣରୁ ଟେନ୍ସନ ଲାଗି ରହିବ । ଆକସ୍ମିକ ଆବଶ୍ୟତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ଚିନ୍ତାକୁ ବଢାଇ ଦେବ । ବନ୍ଧୁମାନଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ ।
ମିଥୁନ
ମିଥୁନ
ଜଣେ ଅଜଣା ବନ୍ଧୁ ଆଜି ଆପଣଙ୍କର ମାର୍ଗଦର୍ଶକ ସାଜି ପାରନ୍ତି, ଯାହା କି ଆପଣଙ୍କ ସକାଶେ ହିତକର ହେବ ।  ବ୍ୟବସାୟରେ ସ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣକଲେ ମନ୍ଦ ହେବନି ।  ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ ।  ଅନ୍ୟମନସ୍କ ନ ରହି ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।
କର୍କଟ
କର୍କଟ
ଆଜି ଘର କଥା ଓ ଆର୍ଥିକ ସମସ୍ୟା ନେଇ ମନରେ ବିଭିନ୍ନ ପ୍ରକାର ଦୁର୍ଭାବନା ସୃଷ୍ଟି ହେବ ।  କର୍ମକ୍ଷେତ୍ରରେ ସାଧାରଣ କଥାକୁ ବଡ କରି ସହକର୍ମୀମାନେ କଳହର ମାତ୍ରାକୁ ବଢାଇବେ ।  ଅବଶ୍ୟ ପରକ୍ଷଣରେ ଦ୍ୱିତୀୟ ଚନ୍ଦ୍ର ପ୍ରଭାବରୁ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ ।
ସି˚ହ
ସି˚ହ
ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଈର୍ଷାନ୍ବିତ ହୋଇ ଅନ୍ୟମାନେ ନିନ୍ଦାଗାନ କରିପାରନ୍ତି  କିନ୍ତୁ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ ।  ତଥାପି ଏକା ସଙ୍ଗରେ ବହୁତଗୁଡିଏ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି ।  ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପ୍ରତିବନ୍ଧକ ଦେଖାଦେଇପାରେ ।
କନ୍ୟା
ପାରିବାରିକ କ୍ଷେତ୍ରରେ ନିଜ ଲୋକମାନଙ୍କୁ ସନ୍ଦେହ କରି ଅପ୍ରିୟତା ଅର୍ଜନ କରିପାରନ୍ତି । ଅଫିସରେ ସାଧାରଣ କଥାରେ ମତାନ୍ତରରୁ ବିତର୍କ ସୃଷ୍ଟି ହେବାର ଆଶଙ୍କା ରହିଛି । ବହୁତ ଦିନର ଅପୂରଣୀୟ ଆଶା ଓ ଅବଦମିତ ଇଚ୍ଛା ମନରେ ଭୟ ସୃଷ୍ଟି କରିପାରେ । ପରିବହନ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି ।
ତୁଳା
ତୁଳା
ମନ ଅସ୍ଥିର ରହିବା କାରଣରୁ ପରିବାର ଭିତରେ ସାଧାରଣ କଥାକୁ କେନ୍ଦ୍ରକରି ଝଡ ଉଠିପାରେ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ,କାରଣ ସେହି ବ୍ୟକ୍ତିଟି ସମସ୍ୟା ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ସାଜିପାରେ । ସମସ୍ୟାର ସମ୍ମୁଖୀନ ହୋଇ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ ।
ବିଛା
ବିଛା
ଆଜି ପ୍ରତ୍ୟେକ କାମ ସୁରୁଖୁରୁରେ ସମ୍ପନ୍ନ ହେବ ଓ ପ୍ରଶଂସିତ ହେବେ । କିନ୍ତୁ ଏହା ସଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଳିଯିବ ଏବଂ ଟେନ୍ସନ ମଧ୍ୟ ଲାଗି ରହିବ । ଅଭାବ ଦୂରେଇ ବାର ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇ ନେବେ । ସାହିତ୍ୟ ,ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ କିଛି ଅସୁବିଧା ହେବନି ।
ଧନୁ
ଧନୁ
ପ୍ରତିବନ୍ଧକ ଭିତର ଦେଇ ଚଳିବା ପାଇଁ ବାଧ୍ୟ ହେବେ କିନ୍ତୁ ଅସଫଳ ହେବେ ନାହିଁ । ମନ ଭଲ ନ ଥିବା କାରଣରୁ କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ । ଆମଦାନୀ କାରବାର କ୍ଷେତ୍ରରେ ବେଶ ଖୁସୀ ରହିବେ । ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ବହୁତ ଜନ କଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ ।
ମକର
ମକର
ବନ୍ଧୁମାନଙ୍କ ସହାୟତାରେ ନିଶ୍ଚିତ ସମସ୍ୟା ମୂଳକ ଅସୁବିଧାରୁ ମୁକୁଳି ଯାଇପାରନ୍ତି । ସାୟାହ୍ନରେ ଅସମର୍ଥିତ ସୂତ୍ରରୁ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ଶିକ୍ଷା,ପ୍ରେମବ୍ୟାପାର,ଆଲୋଚନା,ଗଠନମୂଳକ କାମ, ଲେଖାପଢା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ ।
କୁମ୍ଭ
କୁମ୍ଭ
ଆଜି ଆପଣ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସବୁ କାମ ସୁବିଧାରେ ସମ୍ପନ୍ନ ହେବାର ସମ୍ଭାବନା ରହିଛି । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ସହକର୍ମୀଙ୍କ ସହାୟତାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ।
ମୀନମୀନ

ପାରିବାରିକ ସ୍ତରରେ ନିଜ ଆତ୍ମୀୟମାନେ ବିଶ୍ୱାସଘାତକତା କରିପାରନ୍ତି । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ । ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମାଲିମକଦ୍ଦମା, ସଂଗଠନ, ଲେଖାପଢା ଓ ବାଣିଜ୍ୟ, ବ୍ୟବସାୟରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ପୌଷ ଅମବାସ୍ୟାରେ ଖୋଲିବ ଏହି 3 ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

ନୂଆଦିଲ୍ଲୀ,୧୯ା୧୨: ଆଜି ପବିତ୍ର ପୌଷ ଅମବାସ୍ୟା । ଆଜି ଭାବପ୍ରବଣ ଗଭୀରତା ଏବଂ ନବୀକରଣ ଶକ୍ତିର ଦିନ। ଆଜି ଶାନ୍ତ ଏବଂ ସଚ୍ଚୋଟ ଆଲୋଚନା, ଅତୀତର...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri