ରାମାୟଣ ବଣ୍ଣିତ କଥାବସ୍ତୁକୁ ନେଇ ନାଟକ ଶିବଧନୁ ଭଗ୍ନ : ସୀତାରାମ ବିବାହ ଦୃଶ୍ୟରେ ଦର୍ଶକ ବିଭୋର

ଖଣ୍ଡପଡ଼ା,୨୦ା୫(ସ୍ବ.ପ୍ର.)-କଣ୍ଟିଲୋ ରଘୁନାଥ ଜୀଉ ନାଟ୍ୟ ସମିତି, କଂସାରୀ ସାହି ପାଟଣା ଆନୁକୂଲ୍ୟରେ ଶନିବାର ୨ୟ ରାତିରେ ପୁରାଣ ବର୍ଣ୍ଣିତ ରାମାୟଣ କଥାବସ୍ତୁକୁ ନେଇ ନାଟକ ପରିବେଷିତ ହୋଇଥିଲା। ଏହି ଅବସରରେ ଶିବଧନୁ ଭଗ୍ନ, ସୀତା ବିବାହ ଓ ମିଥିଲ୍ୟା ପ୍ରବେଶ ଦୃଶ୍ୟରେ ଦର୍ଶକ ବିଭୋର ହୋଇଥିଲେ। ଜନକଙ୍କ ସର୍ତ୍ତ ଅନୁସାରେ ଯିଏ ଶିବଧନୁ ଭାଙ୍ଗିବ ସୀତା ତାଙ୍କ ଗଳାରେ ବରଣମାଳା ଦେବେ। ଏଥିପାଇଁ ବିଭିନ୍ନ ଦେଶରୁ ଆସିଥିବା ରାଜାମାନେ ଆୟୋଜିତ ସ୍ବୟଂମ୍ଭର ସଭାରେ ଉପସ୍ଥିତ ଥିଲେ। ଲଙ୍କା ନରେଶ ରାବଣଙ୍କଠାରୁ ଆରମ୍ଭ କରି କେହି ମଧ୍ୟ ଶିବଧନୁ ଭାଙ୍ଗିବା ଦୂରେ ଥାଉ ଉଠାଇ ମଧ୍ୟ ପାରିଲେନି। ଏଥିରେ ଲଜ୍ୟାବୋଧ କରି ରାବଣ ନିଜ ଆସନ ପରିତ୍ୟାଗ କରି ଅନ୍ୟ କେହି ଯେପରି ଧନୁ ଭାଙ୍ଗି ପାରିବେ ନାହିଁ ସେଥିପାଇଁ ରାହୁଙ୍କୁୁ ଧନୁ ଉପରେ ବସି ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ କେହି ରାଜା ଧନୁକୁ ଉଠାଇ ନ ପାରି ବାଧ୍ୟ ହୋଇ ସ୍ବୟଂମ୍ଭର ସଭା ପରିତ୍ୟାଗ କରିଥିଲେ। ସମସ୍ତ ରାଜା ସ୍ଥାନ ଛାଡି ଚାଲିଯାଉଥିବା ଦେଖି ରାହୁ ମଧ୍ୟ ଉଠି ଚାଲି ଯାଇଥିଲେ। ଏହି ସୁଯୋଗରେ ବିଶ୍ୱାମିତ୍ର ମୁନିଙ୍କ ନିର୍ଦ୍ଦେଶ କ୍ରମେ ରାମଚନ୍ଦ୍ର ଶିବଧନୁକୁ ଭୂମିରୁ ଉଠାଇ ଭାଙ୍ଗି ଦେଇଥିଲେ। ବିଶେଷ ଭାବେ ଏହି ଦୃଶ୍ୟ ରାମଭକ୍ତ ତଥା ଦଶର୍ର୍କଙ୍କୁ ବିଭୋର କରିଥିଲା। ଜନକଙ୍କ ସମ୍ମତି କ୍ରମେ ରାମଚନ୍ଦ୍ର ସୀତାଙ୍କୁ ବିବାହ କରିଥିଲୋ ସୀତାରାମ ଜନକପୁର ମିଥିଲ୍ୟା ଗମନ କରିଥିଲେ। ନାଟକ ଦେଖିବାକୁ ଶନିବାର ବିଳମ୍ବିତ ରାତିରୁ ରବିବାର ସକାଳ ୪ଟା ପର୍ଯ୍ୟନ୍ତ ଦର୍ଶକ ଉପସ୍ଥିତ ଥିଲେ। ରାମ, ଲକ୍ଷ୍ମଣ ଓ ସୀତା ଭୂମିକାରେ ଯଥାକ୍ରମେ ଶିଶୁ କଳାକାର ସୁରଜ, ଶିବୁ ଓ ରାଜା ଅଭିନୟ କରିଥିଲେ। ସେହିପରି ଜନକ, ବିଶ୍ୱାମିତ୍ର, ସହସ୍ରାର୍ଜୁନ, ବାଣାସୁର ଭୂମିକାରେ ଲକ୍ଷ୍ମୀଧର ଚିନ୍ନରା, ଭୂଷଣ ସାହୁ, ଭିକାରୀ ଚରଣ ସାହୁ ଓ ବିରଞ୍ଚତ୍ ନାରାୟଣ ସାହୁ ପ୍ରମୁଖ ଅଭିନୟ କରିଥିଲେ। ନାଟ୍ୟ ପରିଚାଳନାରେ ସୁରେନ୍ଦ୍ର ନାଥ ସାହୁ, ରମାକାନ୍ତ ସାହୁ, ରାଜେଶ କୁମାର ସାହୁ, ବସନ୍ତ ସାହୁ, ନିରଞ୍ଜନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri