Odisha Elections 2024

ରାତ୍ରକାଳୀନ କର୍ଫ୍ୟୁରେ ହେବନି କୋହଳ: ରାଜ୍ୟରେ ସନ୍ଧ୍ୟା ୭ରୁ ସକାଳ ୭ ଯାଏ ବଳବତ୍ତର

ଭୁବନେଶ୍ୱର,୧ା୬(ବ୍ୟୁରୋ): ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ଜୁନ୍‌ ୧(ସୋମବାର)ଠାରୁ ରାତ୍ରକାଳୀନ କର୍ଫ୍ୟୁକୁ କୋହଳ କରି ରାତି ୯ଟାରୁ ସକାଳ ୫ଟା ଯାଏ ଧାର୍ଯ୍ୟ କରିଥିବା ବେଳେ ଓଡ଼ିଶାରେ ରାତ୍ରକାଳୀନ କର୍ଫ୍ୟୁରେ କୋହଳ ହେବନି ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବଭଳି ସନ୍ଧ୍ୟା ୭ରୁ ସକାଳ ୭ ଯାଏ ଏହା ବଳବତ୍ତର ରହିବ ବୋଲି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଡିଜିପି ଅଭୟ।
ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ରାଜ୍ୟକୁ ୪ ଲକ୍ଷ ୨୬ ହଜାର ପ୍ରବାସୀ ଆସିଛନ୍ତି। ଏହିମାନଙ୍କ ଦ୍ୱାରା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ରାତ୍ରକାଳୀନ କର୍ଫ୍ୟୁ କୋହଳ ନ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିନା କାରଣରେ ଜନସାଧାରଣ ବାହାରେ ବୁଲାବୁଲି ନ କରିବା ପାଇଁ ଡିଜିପି ପରାମର୍ଶ ଦେଇଛନ୍ତି। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ଦେବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଡିଜିପି ଅଭୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତି ଇରାନୀଙ୍କୁ ପାଣ୍ଡିଆନଙ୍କ କଡ଼ା ଜବାବ, କହିଲେ…

ଭୁବନେଶ୍ୱର,୨୬।୫: ଏକ ସାଧାରଣ ସଭାରେ ଯୋଗ ଦେଇ ସ୍ମୃତି ଇରାନୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ଶନିବାର ସ୍ମୃତି ଓଡ଼ିଶା...

ପୁଣି ଓଡ଼ିଶା ଆସୁଛନ୍ତି ମୋଦି-ଶାହା, କରିବେ ମାରାଥନ ପ୍ରଚାର

ଭୁବନେଶ୍ୱର,୨୬।୫: ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା। ୨୮ ତାରିଖରେ ଶାହା ଆସୁଥିବାବେଳେ ୨୯ରେ ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି।...

ମାଟ୍ରିକ ପରୀକ୍ଷାରେ ଦେବଗଡ଼ ଜିଲା ଟପ୍ପର ହେଲେ ସାଇପ୍ରଜ୍ଞା

ଦେବଗଡ଼,୨୬ା୫(ଶେଖର ଝାଙ୍କର): ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଦେବଗଡ଼ ଜିଲାର ସହର ଶିଶୁମନ୍ଦିର ଛାତ୍ରୀ ଓ୍ବାର୍ଡନମ୍ବର ୩ ମଠ ସାହିର ମା’...

ମାଟ୍ରିକ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀଛାତ୍ରଙ୍କ ସଫଳତା

ବାଲିଗୁଡ଼ା,୨୬ା୫(ସଞ୍ଜୟ କୁମାର ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦାରା ପରିଚାଳିତ ଦଶମ ମାଟ୍ରିକ ପରୀକ୍ଷା ଫଳାଫଳ ରବିବାର ପ୍ରକାଶ ପାଇଛି। ଚଳିତ ବର୍ଷର ପାସ୍‌...

ମାଡ଼ି ଆସୁଛି ଭୟଙ୍କର ରେମାଲ, ୫ ଜିଲାରେ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର,୨୬।୫: ଭୀଷଣ ବାତ୍ୟାରେ ପରିଣତ ହେଲା ‘ରେମାଲ’। ବଙ୍ଗୋପସାଗରର ଉତ୍ତର ଉପକୂଳରେ ଥିବା ରେମାଲ ପ୍ର୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରିଛି...

ବେବି କେୟାର ଅଗ୍ନିକାଣ୍ଡ ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୫: ଦିଲ୍ଲୀର ବିବେକ ବିହାର ଅଞ୍ଚଳର ଏକ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୭ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ...

ନିମାପଡ଼ା ରାଜନୀତିରେ ହଟଚମଟ: ଆସନ ହାତେଇବା ପାଇଁ ୮ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି

ନିମାପଡ଼ା,୨୬।୫: ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି। ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଭାଜପାକୁ ଯିବା ପରେ ଦଳ...

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ବାଜିମାରିଲେ ଛାତ୍ରୀ

କଟକ,୨୬ା୫(କାର୍ତ୍ତିକ ସାହୁ): ରବିବାର ପୂର୍ବାହ୍ନରେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ।  ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ପାସ୍‌ ହାର ୯୬.୦୭%...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri