ରାତି ପାହିଲେ ବାଲିଯାତ୍ରା: ରିକ୍ସାଚାଳକଙ୍କୁ ମିଳିଲା ପରିଚୟପତ୍ର

କଟକ ଅଫିସ, ୧୧।୧୧ : ଆସନ୍ତା ୧୨ରେ ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋର୍‌ଦାର୍‌ ପ୍ରସ୍ତୁତି କରାଯାଉଛି। ବାଲିଯାତ୍ରା ପଡ଼ିଆରେ ଷ୍ଟଲ ନିର୍ମାଣ କାମ ଜାରି ରହିଥିବାବେଳେ କେତେଜଣ ବ୍ୟବସାୟୀ ଦୋଳ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ସେହିପରି ଅନ୍ୟସ୍ଥାନରେ ମଧ୍ୟ ବ୍ୟବସାୟୀମାନେ ପ୍ରସ୍ତୁତି ଜାରି ରଖିଛନ୍ତି। ଚଳିତବର୍ଷ ବାଲିଯାତ୍ରାରେ ପାଖାପାଖି ୧୫୦୦ ଷ୍ଟଲ୍‌ ବିକ୍ରି କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଥିଲା। ଏଥିରେ ୨୦୦ରୁ ଊର୍ଦ୍ଧ୍ୱ ଷ୍ଟଲ୍‌ରେ ବ୍ୟବସାୟ କରିବ ଓରମାସ୍‌। ଚଳିତବର୍ଷ ବାଲିଯାତ୍ରାକୁ ପ୍ରଦୂଷଣମୁକ୍ତ କରିବା ପାଇଁ ପ୍ରଶାସନ ରିକ୍ସା ବ୍ୟବହାର କରିବା ପାଇଁ ଅଣ୍ଟା ଭିଡ଼ିଛି। ଏ ନେଇ ପ୍ରଶାସନ ରବିବାର ରେଡ୍‌କ୍ରସ୍‌ ସୋସାଇଟି ସହଯୋଗରେ ୫୦୦ରୁ ଊର୍ଦ୍ଧ୍ୱ ରିକ୍ସାଚାଳକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ବ୍ଲଡ୍‌ ଗ୍ରୁପ ଅନୁଯାୟୀ ପରିଚୟପତ୍ର ପ୍ରଦାନ କରିଥିଲା। ଏଥିସହ ସମସ୍ତ ରିକ୍ସାଚାଳକଙ୍କୁ ଡ୍ରେସ୍‌ ପ୍ରଦାନ ଏବଂ ବ୍ୟବହାରକୁ ନେଇ ଏକ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଶ୍ରୀକାନ୍ତ ତରେଇ, ରେଡ୍‌କ୍ରସ୍‌ ସୋସାଇଟିର ଅଧିକାରୀ ଏବଂ ରିକ୍ସା ଆସୋସିଏଶନର ସମ୍ପାଦକଙ୍କ ସହ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଏହାକୁ ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ର ସଂଯୋଜନା କରିଥିଲେ। ଅନ୍ୟପକ୍ଷରେ ବାଲିଯାତ୍ରା ସମୟରେ ରିକ୍ସାରେ ପରିଭ୍ରମଣ ନିମନ୍ତେ ସୋମବାର ସନ୍ଧ୍ୟା ସୁଦ୍ଧା ଦର ନିର୍ଦ୍ଧାରଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବାଲିଯାତ୍ରାରେ ପରିମଳ ଓ ବାସିଖାଦ୍ୟ ବିକ୍ରି ନ ହେବା ଉପରେ ପ୍ରଶାସନ ସହ କଟକ ମହାନଗର ନିଗମ (ସିଏମ୍‌ସି) ଗୁରୁତ୍ୱ ଦେଇଛି। ଏ ନେଇ ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି, ବାଲିଯାତ୍ରାକୁ ପଲିଥିନମୁକ୍ତ କରାଯିବ। ବାସିଖାଦ୍ୟ ବିକ୍ରି ଉପରେ ରୋକ୍‌ ଲଗାଇବା ପାଇଁ ୬ ଜଣ ଫୁଡ୍‌ ସେଫ୍ଟି ଅଫିସରଙ୍କୁ ନିୟୋଜିତ କରାଯିବ। ସୋମବାର ସନ୍ଧ୍ୟାରେ ବାଲିଯାତ୍ରା ପଡ଼ିଆରେ ସମସ୍ତ ବ୍ୟବସାୟୀଙ୍କୁ ନେଇ ଏକ ବୈଠକ କରାଯିବ। ଏଥିରେ ନୂତନ ଖାଦ୍ୟ ସୁରକ୍ଷା ଆଇନ, ପଲିଥିନ ବର୍ଜନ ଉପରେ ବ୍ୟବସାୟୀଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।

ବାଲିଯାତ୍ରାରେ ବିକ୍ରି ହେବ ଟେରାକୋଟା ସାମଗ୍ରୀ
ବାଲିଯାତ୍ରାରେ ବିକ୍ରି ହେବ କଲିକତାରୁ ଆସିଥିବା ଟେରାକୋଟା ସାମଗ୍ରୀ। ଏଥିପାଇଁ ବାଲିଯାତ୍ରାରେ ପଡ଼ିଥିବା ଟେରାକୋଟା ସାମଗ୍ରୀରେ ବ୍ୟବସାୟୀମାନେ ରଙ୍ଗ ଦେଉଥିବା ଦେଖିବାକୁ ମିଳିଛି। ଏ ନେଇ ଟେରାକୋଟା ବ୍ୟବସାୟୀ ଚିରୋଦିପ ଦେ କହିଛନ୍ତି, ବାଲିଯାତ୍ରାକୁ ଆମେ ୧୦ ବର୍ଷ ହେଲା ଆସୁଛୁ। ଟେରାକୋଟା ଫୁଲଦାନି, ହାତୀ, କଳସ ଏବଂ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ବିକ୍ରି କରାଯାଉଛି। ଏହାର ମୂଲ୍ୟ ୩୦ ଟଙ୍କାରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ବାଲିଯାତ୍ରାରେ ଆକର୍ଷଣ ସାଜିବେ ଷ୍ଟାର : ନିମନ୍ତ୍ରଣ ପତ୍ରରେ ସିଏମ୍‌ସି କମିଶନରଙ୍କ ନାଁ ନାହିଁ

ଐତିହାସିକ ବାଲିଯାତ୍ରାରେ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ବହୁ ତାରକା ଆସିବା କାର୍ଯ୍ୟକ୍ରମ ରହିଛି। ପ୍ରଥମ ଦିନରୁ ହିଁ ରକ୍‌ଷ୍ଟାର, ସଜ୍ଞୀତଜ୍ଞମାନଙ୍କର ଝଲକ ଦେଖିବାକୁ ମିଳିବ ବାଲିଯାତ୍ରା ପଡ଼ିଆରେ। ଉଦ୍‌ଘାଟନୀ ଦିବସ ଅର୍ଥାତ୍‌ ଆସନ୍ତା ୧୨ରେ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି ନିଜ କଣ୍ଠରେ ଲୋକଙ୍କୁ ବିମୋହିତ କରିବେ। ଏଥିସହିତ ଦଲେର ମେହେନ୍ଦି, ସୋନା ମହାପାତ୍ର, କେକେ, ଇରା ମହାନ୍ତି, ହ୍ୟୁମାନ ସାଗର, ଗୁଡ୍‌ଲି ରଥ, ଅସୀମା ପଣ୍ଡା ପ୍ରମୁଖ କଳାକାର ଆସିବାର କାର୍ଯ୍ୟକ୍ରମ ରହିଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବାଲିଯାତ୍ରା ଉତ୍ସବକୁ ଉଦ୍‌ଘାଟନ କରିବେ। ଏଥିରେ ବିଶିଷ୍ଟ ଅତିଥି ଭାବେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ଥୋ ରେଜା, ସମ୍ମାନିତ ଅତିଥି ଭାବେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଏମ୍‌ପି ଭର୍ତ୍ତୃହରି ମହତାବ, ଅନୁଭବ ମହାନ୍ତି, ରାଜଶ୍ରୀ ମଲ୍ଲିକ, ରାଜ୍ୟ ସଭା ସଦସ୍ୟ ନରେନ୍ଦ୍ର କୁମାର ସ୍ବାଇଁଙ୍କ ସମେତ ବହୁ ବିଧାୟକ ଯୋଗଦେବେ। ପ୍ରଶାସନ ସମେତ କଟକ ମହାନଗର ନିଗମ(ସିଏମ୍‌ସି) ଏହି ବାଲିଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥାଏ। ବାଲିଯାତ୍ରା ପଡ଼ିଆ ସମେତ ଆଖପାଖ ରାସ୍ତାଘାଟ ଏବଂ ଅଞ୍ଚଳର ସଫେଇ, ବାଲିଯାତ୍ରାରେ ଯେପରି ବାସି ଖାଦ୍ୟ ବିକ୍ରି କରା ନ ଯାଏ ସେ ଦିଗରେ ଦୃଷ୍ଟି ଦିଆଯିବା କାର୍ଯ୍ୟ ସିଏମ୍‌ସି ଉପରେ ନ୍ୟସ୍ତ ଥାଏ। କିନ୍ତୁ ବାଲିଯାତ୍ରାରେ ପ୍ରସ୍ତୁତ ହୋଇଥିବା ନିମନ୍ତ୍ରଣପତ୍ରରେ ଚଳିତବର୍ଷ ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କ ନଁା ନ ଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ବଡ଼ ଆକ୍ସନ: ଦରମା ବନ୍ଦ ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ ପାଇଁ ନିର୍ଦ୍ଦେଶ !

ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍‌…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ: ‘ପିଲାଟିଏ ଗଛଟିଏ’ ଅଭିଯାନରେ …

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଗୁରୁବାର ୭୬ ତମ ବନ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri