Posted inଜାତୀୟ

ଅଯୋଧ୍ୟା ରାୟ: ପରିକଳ୍ପନାର ପ୍ରାଚୀର ଊର୍ଦ୍ଧ୍ୱରେ

ନୂଆଦିଲ୍ଲୀ,୧୧ା୧୧: ”ସେଠାରେ ଏପରି କିଛି ଅଛି, ଯାହା ଏକ ପ୍ରାଚୀରକୁ ଭଲପାଏ ନାହିଁ।“
ଆମେରିକୀୟ କବି ରବର୍ଟ ଫ୍ରଷ୍ଟ ଯେତେବେଳେ ଏହି ପଂକ୍ତି ଲେଖିଥିଲେ, ଏହା ଶହେ ବର୍ଷ ପରେ କେତେ ଉପଯୁକ୍ତ ଭାବେ ଭାରତର ସୁପ୍ରିମକୋର୍ଟ କ୍ଷେତ୍ରରେ ଲାଗୁ ହେବ, ସେନେଇ ତାଙ୍କର ଧାରଣା ନ ଥିଲା। ସୁପ୍ରିମକୋର୍ଟଙ୍କ ସମାଧାନର ସମ୍ପୂର୍ଣ୍ଣ ତର୍କରେ ଯୁକ୍ତିର ଅଭାବ ଉପରେ ଗୋଟିଏ ଅଙ୍ଗୁଳି ନିର୍ଦ୍ଦେଶ କଲେ ବୁଝାପଡ଼ିବ ଯେ, ସର୍ବୋଚ୍ଚ ଅଦାଲତ ସେହି ଲୌହ-ଇଟାର ପ୍ରାଚୀରକୁ ହଟାଇବାକୁ ଉଦ୍ୟମ କରିଛନ୍ତି, ଯାହା ୧୮୫୬-୫୭ ମସିହାରେ ସାମ୍ପ୍ରଦାୟିକ ଦଙ୍ଗା ପରେ ବ୍ରିଟିଶ୍‌ମାନେ ଅଯୋଧ୍ୟାର ବିବାଦୀୟ ସମ୍ପତ୍ତିକୁ ଦୁଇଭାଗରେ ବିଭକ୍ତ କରି ନିର୍ମାଣ କରିଥିଲେ। ଗୋଟିଏ ଅନ୍ତଃ ପରିସର ଓ ୩ ଗମ୍ବୁଜ ଏବଂ ଅନ୍ୟଟି ହେଉଛି ବାହ୍ୟ ପରିସର। ସୁପ୍ରିମକୋର୍ଟ ଶନିବାର ତାଙ୍କ ରାୟରେ ଏହି ପ୍ରାଚୀରକୁ ‘ଧୂମପରଦା’ ବା ସ୍ମୋକ୍‌ସ୍କ୍ରିନ୍‌ ଭାବେ ଅଭିହିତ କରିଛନ୍ତି। ଏହାସହ ବିବାଦୀୟ ଜମିକୁ ଏକ ସାମଗ୍ରିକ ଭାବେ ଧରିନେଇଛନ୍ତି। ୧୮୫୬ରୁ ୧୮୫୭ ମଧ୍ୟରେ ନିର୍ମିତ ରେଲିଂ ଜମିର ବିଭାଜନ କିମ୍ବା ସ୍ବତ୍ୱର ନିର୍ଦ୍ଧାରଣ କରାଇନାହିଁ।
ଏହି ମୁଖ୍ୟ ବିନ୍ଦୁ ଉପରେ ଚୂଡ଼ାନ୍ତ ନିଷ୍କର୍ଷ ନିର୍ଭର କଲା କାହିଁକି
ଏହା କାହିଁକି କୋର୍ଟଙ୍କ ନିଷ୍ପତ୍ତିର ଚୂଡ଼ାନ୍ତ ପରିଣାମ ହେଲା, ତା’ର କାରଣ ହେଉଛି ୧୮୫୬-୫୭ରୁ ବାହ୍ୟ ପରିସରରେ ପୂଜା ଜାରି ରହିବା ନେଇ ହିନ୍ଦୁମାନଙ୍କ ପକ୍ଷରୁ ଦିଆଯାଇଥିବା ସମସ୍ତ ପ୍ରମାଣ ବିବାଦୀୟ ଭୂମିରେ ସାମଗ୍ରିକ ଭାବେ ସେମାନଙ୍କ ଦଖଲର ପ୍ରମାଣ ପାଲଟିଥିଲା। ବାହ୍ୟ ପରିସରରେ ଅବସ୍ଥିତ ରାମ ଚଉତରା, ସୀତା ରୋଷେଇ ଓ ଭଣ୍ଡାର ହିନ୍ଦୁମାନେ ପୂଜା କରୁଥିବା ନେଇ ମୁସ୍‌ଲିମମାନେ ସବୁବେଳେ ସ୍ବୀକାର କରିଥିଲେ। ଅଦାଲତ ଏଥିରେ ଅତିରିକ୍ତ ଭାବେ ଉଲ୍ଲେଖ କରିଥିଲେ ଯେ, ହିନ୍ଦୁମାନେ ଏପରି କି ପ୍ରାଚୀର ବାହାରେ ପୂଜା କରୁଥିବାବେଳେ ପ୍ରକୃତରେ ସେମାନଙ୍କ ପୂଜାକୁ କେନ୍ଦ୍ରୀୟ ଗମ୍ବୁଜ ତଳେ ଥିବା ତିନୋଟି ଢାଞ୍ଚାର ଭୂମି ଆଡ଼କୁ ଉତ୍ସର୍ଗ କରୁଥିଲେ। ଏହି ତଥ୍ୟ ସମ୍ପର୍କରେ କେତେଜଣ ହିନ୍ଦୁ ସାକ୍ଷୀ ମଧ୍ୟ ସାକ୍ଷ୍ୟ ପ୍ରଦାନ କରିଛନ୍ତି।
ପ୍ରାଚୀର ସେପଟୁ ଦର୍ଶନ ସମ୍ପର୍କିତ ତଥ୍ୟକୁ କୋର୍ଟ ଅତିରିକ୍ତ ଭାବେ ବ୍ୟବହାର କରି ଆକଳନ କରିଥିଲେ ଯେ, ତିନି ଗମ୍ବୁଜ ଢାଞ୍ଚା ଭିତରେ ହିନ୍ଦୁଙ୍କ ପୂଜା ଓ ଶେଷରେ ଏହାର ଯୁକ୍ତିଯୁକ୍ତତା ଏହାକୁ ଦଖଲର ଏକ ପ୍ରମାଣ ସ୍ତରକୁ ଉନ୍ନୀତ କରିଥିଲା। ଏଥିସହ ଅଦାଲତ କହିଛନ୍ତି, ୧୮୫୬ରୁ ୧୯୪୯ ମଧ୍ୟରେ ତିନୋଟି ଅବସରରେ ତିନି ଗମ୍ବୁଜ ଢାଞ୍ଚାର ଅପବିତ୍ରୀକରଣ ଉଦ୍ୟମ ହୋଇଥିଲା। ଆଉ ସେହି ଉଦ୍ୟମକୁ ପ୍ରତ୍ୟେକ ଥର ପୋଲିସ ଓ ଦଓ୍ବୋନୀ ଅଧିକାରୀମାନଙ୍କ ସହଯୋଗରେ ମୁସ୍‌ଲିମମାନେ ବିରୋଧ କରିଥିଲେ ବୋଲି ରେକର୍ଡରୁ ପ୍ରମାଣିତ ହୋଇଛି। ତେବେ ସେଠାରେ ହିନ୍ଦୁମାନଙ୍କ ଦ୍ୱାରା ନିରନ୍ତର ହସ୍ତକ୍ଷେପ କରାଯାଉଥିଲା ବୋଲି ଦର୍ଶାଇବା ପାଇଁ କୋର୍ଟ ଏହାକୁ ଏକ ତୃତୀୟ ପ୍ରମାଣ ଭାବେ ବ୍ୟବହାର କରିଥିଲେ।
ଆଇନରେ ଏହାର ବିପରୀତ ନିଷ୍କର୍ଷ ଯଦି କିଛିଥାଏ, ତେବେ ତାହା ହେଉଛି ବାସ୍ତବରେ ମୁସ୍‌ଲିମମାନେ ଅନ୍ତଃ ପରିସରକୁ ଦଖଲ କରୁଥିଲେ। ଏବଂ ସେମାନେ ନିଜ ଦଖଲରେ ହିନ୍ଦୁଙ୍କ ହସ୍ତକ୍ଷେପକୁ ବ୍ରିଟିଶ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ କର୍ତ୍ତୃପକ୍ଷଙ୍କ ସହଯୋଗରେ ବାଧା ଦେବା ପାଇଁ ସକ୍ଷମ ଥିଲେ।
୧୮୫୬ରୁ ନମାଜ ପାଠ ଜାରି ରହିଥିବା ମୁସ୍‌ଲିମମାନେ ପ୍ରମାଣ କରିପାରିଥାନ୍ତେ
ହିନ୍ଦୁମାନଙ୍କ ଦଖଲ ଅଧିକାରର ୩ ବୈଶିଷ୍ଟ୍ୟ ଥିଲା, ଯାହାକି (୧) ବାହ୍ୟ ପରିସରରେ ପୂଜା, ଯାହାକି ପ୍ରାଚୀର ହଟାଇଦେବା ପରେ ବନ୍ଦ ହୋଇଯାଇଥିଲା (୨) ଯାତ୍ରୀମାନେ ଗ୍ରୀଲ ଦେଇ ଦର୍ଶନ ଅନୁମତି ପାଇଥିଲେ (୩) ୧୦୦ ବର୍ଷ ମଧ୍ୟରେ ତିନି ଗମ୍ବୁଜକୁ ଅପବିତ୍ର କରିବା ପାଇଁ ଉଦ୍ୟମ। ତେବେ ୧୮୫୬ରୁ ତିନି ଗମ୍ବୁଜ ଓ ଅନ୍ତଃ ପରିସରରେ ମୁସ୍‌ଲିମମାନେ ନମାଜ ପାଠ ଜାରି ରଖିଥିଲେ ବୋଲି ଏହି ଉଦ୍ୟମ ବିରୋଧରେ ସେମାନେ ପ୍ରମାଣ କରିବା ପାଇଁ ସକ୍ଷମ ଥିଲେ। ହେଲେ ଏହା ପୂର୍ବରୁ ଦସ୍ତାବିଜ ଆକାରରେ ସେମାନଙ୍କ ପାଖରେ କୌଣସି ପ୍ରମାଣ ଉପଲବ୍ଧ ନ ଥିବାରୁ ମୁସ୍‌ଲିମମାନେ ଅପରପକ୍ଷର ଦାବିକୁ ମାନି ନେଇଥିଲେ ଏବଂ ଅନ୍ତଃ ପରିସର ଉପରେ କେବଳ ଦଖଲ ଅଧିକାର ଦାବି କରିଥିଲେ। ଏହାପରେ କୋର୍ଟ ଉଭୟ ପକ୍ଷଙ୍କଠାରେ ଭିନ୍ନ ଭିନ୍ନ ମାପଦଣ୍ଡ ପ୍ରୟୋଗ କରି କହିଥିଲେ ଯେ, ହିନ୍ଦୁମାନେ ସେମାନଙ୍କ ଦଖଲ ଅଧିକାର ପୂଜା ମାଧ୍ୟମରେ ପ୍ରମାଣିତ କରିପାରିଛନ୍ତି। କିନ୍ତୁ ମୁସ୍‌ଲିମ ପକ୍ଷ ସେମାନଙ୍କ ଦାବିକୁ ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି। ଏହାକୁ ଭିତ୍ତିକରି ଅଦାଲତ ବିବାଦୀୟ ଜମିର ମାଲିକାନା ସ୍ବତ୍ୱ ରାମ ଲାଲାଙ୍କ ସପକ୍ଷରେ ଦେଇଛନ୍ତି। ‘ଉତ୍ତମ ବାଡ଼ ଭଲ ବନ୍ଧୁ ସୃଷ୍ଟି କରିପାରେ’ ବୋଲି ରବର୍ଟ ଫ୍ରଷ୍ଟଙ୍କ ଉକ୍ତି ନିଶ୍ଚିତ ଭାବେ ଭୁଲ। କାରଣ ଉତ୍ତମ ବାଡ଼ ଆମ ପରିକଳ୍ପନାର ଏକ ମନଗଢ଼ା କଥା; ସେହିପରି ଆମ ପ୍ରତିବେଶୀମାନେ ମଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?