Posted inଖେଳ

ରାଞ୍ଚି ଟେଷ୍ଟରେ ଯୋଗଦେବେ ନାହିଁ ଗାଙ୍ଗୁଲି

କୋଲକାତା,୧୭।୧୦(ପି.ଟି.)- ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ନୂଆ ଅଧ୍ୟକ୍ଷ। ତାଙ୍କୁ ଦେଶର ଫୁଟ୍‌ବଲ ଲିଗ୍‌ ଆଇଏସ୍‌ଏଲ୍‌ର ଆମ୍ବାସାଡର କରାଯାଇଛି। ଆଗାମୀ ଆଇଏସ୍‌ଏଲ ରବିବାରଠାରୁ କୋଚିଠାରେ ଅନୁଷ୍ଠିତ ହେବ। ଉଦ୍‌ଘାଟନୀ ମ୍ୟାଚ୍‌ କେରଳ ବ୍ଲାଷ୍ଟର୍ସ ଓ ଦୁଇ ଥର ଚାମ୍ପିୟନ ଏଟିକେ ମଧ୍ୟରେ ଖେଳାଯିବ। ଏହି ଅବସରରେ ଗାଙ୍ଗୁଲି ଷ୍ଟାଡିୟମରେ ଉପସ୍ଥିତ ରହିବେ। ମୁଁ ଏଥର ଆଏସ୍‌ଏଲ ଚେହେରା। ଏଣୁ କେରଳ ଓ ଏଟିକେ ମଧ୍ୟରେ ଖେଳାଯିବାକୁ ଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ମୋତେ ଉପସ୍ଥିତ ରହିବାକୁ ପଡ଼ିବ। ଏଥିଯୋଗୁ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ରାଞ୍ଚିଠାରେ ଖେଳାଯିବାକୁ ଥିବା ୩ୟ ଟେଷ୍ଟରେ ଯୋଗଦେଇ ପାରିବିନାହିଁ ବୋଲି ଗାଙ୍ଗୁଲି ଇଡେନ ଗାର୍ଡେନ୍ସଠାରେ କହିଛନ୍ତି। ଆଇଏସ୍‌ଏଲ ଉଦ୍‌ଘାଟନୀ ଉତ୍ସବର ପର ଦିନ ୨୩ ତାରିଖ ଥିବାରୁ ଗାଙ୍ଗୁଲିଙ୍କୁ ମୁମ୍ବାଇରେ ପହଞ୍ଚତ୍ବାକୁ ପଡ଼ିବ। ସେଠାରେ ସେ ବିସିସିଆଇ ଅଧ୍ୟକ୍ଷ ଭାବେ ବାର୍ଷୀକ ସାଧାରଣ ବୈଠକ (ଏଜିଏମ୍‌)ରେ ଯୋଗଦେବେ। ଉଲ୍ଲେଖଥାଉ କି, ତୃତୀୟ ଟେଷ୍ଟ ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ରାଞ୍ଚିଠାରେ ଖେଳାଯିବାର ଅଛି। କୌତୁହଳର କଥା ହେଉଛି, ଆଇଏସ୍‌ଏଲ ଫ୍ରାଞ୍ଚାଇଜ ଆଟ୍‌ଲେଟିକୋ ଡେ କୋଲକତା (ଏଟିକେ)ର ସହ ମାଲିକ ଗାଙ୍ଗୁଲି। ମୁଁ ଏବେ ମଧ୍ୟ ଏଟିକେ ସହ ଅଛି। ସେମାନଙ୍କ ସହ ଶୀଘ୍ର କଥା ହେବି। ମୋ ନୂଆ ଦାୟିତ୍ୱ ଯୋଗୁ ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସର ମେଣ୍ଟର ପଦରୁ ତ୍ୟାଗ କରିବାକୁ ପଡ଼ିବ। ମୁଁ କେବଳ ବେଙ୍ଗଲୀ ଟିଭି ଶୋ ‘ଦାଦାଗିରି’ ଓ ବିଜ୍ଞାପନ କରିବି। ଏହାବାଦ୍‌ ଅନ୍ୟ ସମସ୍ତ କାର୍ଯ୍ୟ ଓ ଚୁକ୍ତିରୁ ମୋତେ ଓହରିବାକୁ ପଡ଼ିବ ବୋଲି ଗାଙ୍ଗୁଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri