ରାଜ୍ୟରେ ୨୩୩୧ ଏନ୍‌ସେଫାଲାଇଟିସ୍‌ ରୋଗୀ: ୧୬ ମାସରେ ୧୧ ଜୀବନ ହାନି

କଟକ ଅଫିସ, ୧୮।୬: ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରମ (ଏଇଏସ୍‌) ବା ମସ୍ତିଷ୍କ ତୀବ୍ର ପ୍ରଦାହ ରୋଗ ରାଜ୍ୟରେ ୧୧ ଜଣଙ୍କ ଜୀବନ ନେଲାଣି। ୨୦୧୮ ଜାନୁୟାରୀ ପହିଲାରୁ ୨୦୧୯ ଏପ୍ରିଲ ସୁଦ୍ଧା ରାଜ୍ୟରେ ୨୩୩୧ ଏଇଏସ୍‌ ରୋଗୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ବିହାରର ମୁଜାଫରପୁର ଜିଲାରେ ଏଇଏସ୍‌ ଉଗ୍ରରୂପ ଧାରଣ କରି ଶତାଧିକ ଶିଶୁଙ୍କ ଜୀବନ ନେବା ପରେ ରାଜ୍ୟ ସରକାର ଚେଇଁ ଉଠିଛନ୍ତି। ବିହାର ଅବସ୍ଥା ଦେଖି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗତ ୧୩ ତାରିଖରେ ରାଜ୍ୟର ୩୦ଟି ଜିଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟଙ୍କୁ ଏ ନେଇ ଆଡଭାଇଜରି ଜାରି କରାଯାଇ ସତର୍କ କରାଯାଇଛି।
ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି, ରାଜ୍ୟର ୧୭ଟି ଜିଲା ଅତ୍ୟଧିକ ଏନ୍‌ସେଫାଲାଇଟିସ୍‌ ପ୍ରବଣ। ୨୦୧୬ରେ ଏହି ରୋଗ ମାଲକାନଗିରି ଜିଲାରେ ୩୪ ଜଣ ଶିଶୁଙ୍କ ଜୀବନ ନେଇଥିଲା। ଏହାପରଠାରୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିୟମିତ ସର୍ଭେଲାନ୍ସ କାର୍ଯ୍ୟ ରାଜ୍ୟବ୍ୟାପୀ ଜାରି ରହିଛି। ଉଚିତ୍‌ ସମୟରେ ଏଥିପ୍ରତି ସତର୍କତା ଅବଲମ୍ବନ କରା ନ ଗଲେ ରୋଗ ନିୟନ୍ତ୍ରଣ କରିବା ସମ୍ଭବ ହେବ ନାହିଁ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରିରେ କୁହାଯାଇଛି। ଆଡଭାଇଜରିରେ ୯ଟି ପଏଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି। ସେଗୁଡ଼ିକ ହେଲା ସାପ୍ତାହିକ ସର୍ଭେଲାନ୍ସ କାର୍ଯ୍ୟକୁ ଜୋରଦାର କରିବା ସହିତ କେସ୍‌ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରାଯିବ। ଏହାବାଦ ଏନ୍‌ସେଫାଲାଇଟିସ୍‌ ଟିକାକରଣ କାର୍ଯ୍ୟକୁ ୯୦ ପ୍ରତିଶତ ସଫଳ କରିବାକୁ କୁହାଯାଇଛି। ଏଥିନିମନ୍ତେ ପ୍ରତ୍ୟେକ ଜିଲାରେ ଅଭିଯାନ ଆରମ୍ଭ କରିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଆଡଭାଇଜରିରେ କୁହାଯାଇଛି। ଏହାବାଦ ପ୍ରତିଦିନ ରକ୍ତ ନମୁନା ପରୀକ୍ଷା ସମ୍ପର୍କିତ ରିପୋର୍ଟଗୁଡ଼ିକୁ ଆନାଲିସିସ୍‌ କରି ନିର୍ଦ୍ଦେଶାଳୟକୁ ପଠାଇବାକୁ ଉଲ୍ଲେଖ ରହିଛି।
ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରିରେ ଉଲ୍ଲେଖ ରହିଛି ଯେ, ରାଜ୍ୟର ୩୦ ଜିଲା ସହିତ ରାଉରକେଲା, ଭୁବନେଶ୍ୱର ଆଦି ସ୍ଥାନରେ ଏଥିନିମନ୍ତେ ସେଣ୍ଟିନେଲ୍‌ ସାଇଟ୍‌ ଲାବୋରେଟୋରି ରହିଛି। ଏହାବାଦ ଏସ୍‌ସିବିରେ ଏକ କେନ୍ଦ୍ରୀୟ ଲାବୋରେଟାରି ଥିବାବେଳେ ଭୁବନେଶ୍ୱରରେ ଥିବା ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆର୍‌ସି)ରେ ମଧ୍ୟ ଏହି ପରୀକ୍ଷା ବ୍ୟବସ୍ଥା ରହିଛି। ଏ ସମ୍ପର୍କରେ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ତଥା ରଘୁନାଥ ମୁର୍ମୁ ମେଡିକାଲ କଲେଜ ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ଡା. ପ୍ରଭାକର ମିଶ୍ର କୁହନ୍ତି, ଏଇଏସ୍‌ ହେଉଛି ମୂଳ ରୋଗ। ଏଥିରୁ ୧୦୦ ରୋଗ ସୃଷ୍ଟି ହୋଇଥାଏ। ମୁଖ୍ୟତଃ ବର୍ଷାଋତୁ ଆରମ୍ଭରୁ ଏହି ରୋଗ ଦେଖାଦେଇଥାଏ। ୫ରୁ ୧୫ ବର୍ଷ ବୟସର ପିଲା ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ରୋଗର ଲକ୍ଷଣ ହେଉଛି ପିଲାମାନଙ୍କୁ ହଠାତ୍‌ ଜ୍ୱର ଆସିଥାଏ। ପିଲା ହାତ ମୁଠାମୁଠା କରି ବାନ୍ତି କରିବା ସହିତ ଅଚେତ ହୋଇପଡ଼ିଥାନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ପ୍ରତିଶତ ପ୍ରାଣ ହରାଇଥାଆନ୍ତି। ୨୦୧୪ରେ ଡା. ମିଶ୍ର ଏ ସମ୍ପର୍କରେ ଏକ ଅଧ୍ୟୟନ କରିଥିଲେ। ୮୩୪ଟି ନମୁନା ସଂଗ୍ରହ କରି ପରୀକ୍ଷା କରିବାରୁ ୧୩୬ଟି ନମୁନାରେ ଏନ୍‌ସେଫାଲାଇଟିସ୍‌ ପଜିଟିଭ ଚିହ୍ନଟ ହୋଇଥିଲା। ଉକ୍ତ ଅଧ୍ୟୟନ ଗ୍ଲୋବାଲ ଜର୍ନାଲ ଅଫ ଇନ୍‌ଫେକ୍ସିୟସ ଡିଜିଜ୍‌ରେ ପ୍ରକାଶିତ ହୋଇଥିବା ସେ କହିଛନ୍ତି। ତେବେ ବର୍ତ୍ତମାନ ଏହି ରୋଗ ପାଇଁ ଟିକାକରଣ କାର୍ଯ୍ୟ କରାଯାଉଛି। ସଚେତନତା ଓ ଶତ ପ୍ରତିଶତ ଟୀକାକରଣ କରାଗଲେ ଏହି ରୋଗକୁ ରୋକିହେବ ବୋଲି ଡା. ମିଶ୍ର କହିଛନ୍ତି। ତେବେ ମଣିଷ, ଘୁଷୁରି ଓ ପକ୍ଷୀ ଏହି ରୋଗର ବାହକ ହୋଇଥିବା ବେଳେ ଘୁଷୁରି ସର୍ବାଧିକ ବାହକ ବୋଲି ମିଶ୍ର କହିଛନ୍ତି। ଏନ୍‌ସେଫାଲାଇଟିସ୍‌କୁ ନେଇ ରାଜ୍ୟର ଦୁଇ ପ୍ରମୁଖ ଚିକିତ୍ସାନୁଷ୍ଠାନ କଟକ ଏସ୍‌ସିବି ମେଡିକାଲ ଓ ଶିଶୁଭବନ ଆଦୌ ପ୍ରସ୍ତୁତ ନ ଥିବା ଦେଖାଯାଇଛି। ଉଭୟ ମେଡିକାଲରେ ଏ ନେଇ କୌଣସି ପ୍ରସ୍ତୁତି କରାଯାଇ ନ ଥିବା ଜଣାପଡ଼ିଛି। ଏସ୍‌ସିବି ଅଧୀକ୍ଷକ ପ୍ରଫେସର ସିବିକେ ମହାନ୍ତି କୁହନ୍ତି, ଶିଶୁଭବନରେ ନିଶ୍ଚିତ ଏ ନେଇ ପୂର୍ବ ପ୍ରସ୍ତୁତି ହୋଇଥିବ। ଶିଶୁଭବନ ଅଧୀକ୍ଷକ ପ୍ରଫେସର ସରୋଜ ଶତପଥୀଙ୍କୁ ପଚାରିବାରୁ ଅଦ୍ୟାବଧି ଆମ ପାଖକୁ କୌଣସି ରୋଗୀ ଆସିନାହାନ୍ତି। ରୋଗୀ ଆସିଲେ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri